ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଅନ୍ତରିକ୍ଷ ଯାତ୍ରୀ ସୁନିତା ଉଇଲିୟମ ଓ ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ

ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଡୁଲୁରୀ ପାଇନବଣ ପରିସରରେ ବୁଧବାର ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ )ର ସାଧାରଣ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୟୁନିୟନର କନ୍ଧମାଳ ଶାଖାର ଜିଲା ସଭାପତି ସୁଜିତ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ୟୁନିୟନର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ବତନ୍ତ୍ର ଅତିଥି ଭାବେ ବିଡିଓ ପ୍ରୀତିରଞ୍ଜନ ରଥ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର, ରାଜ୍ୟ ଆଇଟି କୋଅଡିନେଟର ସନ୍ତୋଷ କୁମାର ସିଂଦେଓ, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ବରିଷ୍ଠ ଖବରଦାତା ସୁଧାଂଶୁ ପାତ୍ର, ଜିଲା ସାଧାରଣ ସମ୍ପାଦକ ଅଜିତ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ରହିଥିଲେ। ସେହିପରି ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ରାଇକିଆ ସାହାରା ଅନୁଷ୍ଠାନର ସମ୍ପାଦକ ସୁକାନ୍ତ କୁମାର ନାୟକ, ବାଲିଗୁଡ଼ାର ସୁରେନ୍ଦ୍ର ସେଠୀ, ପ୍ଳିହେରି ପଞ୍ଚାୟତ ସରପଞ୍ଚ ପାଉଲ ପ୍ରଧାନ, ସମିତିସଭ୍ୟ ଅରୁଣ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଦୁର୍ଗମ ଅଞ୍ଚଳରେ ଖବରଦାତାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବା ପ୍ରତି ସରକାର ଧ୍ୟାନ ଦେବା ଆବଶ୍ୟକ ଓ ବୀମା ରାଶି ବୃଦ୍ଧି କୁ ଗୁରୁତ୍ୱ ଦେଇ ଆଲୋଚନା ହୋଇଥିଲା। ସରକାର ଖବରଦାତାଙ୍କ ୩ଟି ଦାବିକୁ ଗୁରୁତ୍ୱ ନ ଦେଲେ ୟୁନିୟନ ଏଥିପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନା କରିବ ବୋଲି ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି କହିଥିଲେ। ଏହି ଅବସରରେ ମହାକାଶଯାତ୍ରୀ ସୁନୀତା ଓ୍ବିଲିୟମ ୯ ମାସ ପରେ ସୁରକ୍ଷିତ ଭାବେ ଫେରିଲେ ଏହି ବୈଜ୍ଞାନିକଙ୍କୁ ଧନ୍ୟବାଦ ଦେବା ସହ ୟୁନିୟନ ଏଥିପାଇଁ ତାଙ୍କ ଫଟୋ ପୋଷ୍ଟର ଧରି ସେଲିବ୍ରେସନ କରିଥିଲା। ମୁଖ୍ୟ ଅତିଥି କହିଥିଲେ ଓୟୁଜେ ସମସ୍ତ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଉଛି ଏହି କ୍ରମରେ ସୁନୀତାଙ୍କ ଉଦ୍ଦେଶ୍ୟରେ ସମସ୍ତେ ସେଲିବ୍ରେଶନରେ ସାମିଲ ହୋଇଥିଲେ। ଏହି ଅବସରରେ ନିମନ୍ତ୍ରିତ ଅତିଥିଙ୍କୁ କନ୍ଧମାଳ ଶାଖା ପକ୍ଷରୁ ପ୍ରଶଂସାପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ଏଥିସହ ଓୟୁଜେର ପରିଚୟପତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତିକାର ତଥା କଣ୍ଠଶିଳ୍ପୀ ଅକ୍ଷୟ କୁମାର ପରିଚ୍ଛା ଓ ତାଙ୍କ ଦଳ ପରିବେଷଣ କରିଥିଲେ। ସ୍ବେଚ୍ଛାସେବୀ ଭାବେ ଦିଲୀପ କୁମାର ସାହୁ, ଧନେଶ୍ୱର ସାହୁ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକାରିଣୀ ସଭାପତି ଅଶୋକ କୁମାର ମହାନ୍ତି ନିମନ୍ତ୍ରିତ ଅତିଥିଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୈଳାସ ଚନ୍ଦ୍ର ଦଣ୍ଡପାଟ, ସୁକାନ୍ତ ନାୟକ, ପ୍ଳିହେରି ସରପଞ୍ଚ ପାଉଲ ପ୍ରଧାନ, ସମିତିସଭ୍ୟ ଅରୁଣ ଗୌଡ଼, ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ବାଲିଗଡ଼ାର ଚିତ୍ର ଉତ୍ତୋଳନ ପାଇଁ ସୁରେନ୍ଦ୍ର ସେଠୀ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲା ତଥା ଜିଲା ବାହାରର ଓୟୁଜେ କର୍ମକର୍ତ୍ତା, ଖବରଦାତାମାନେ ଉପସ୍ଥିତ ହୋଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page