କଳାଙ୍ଗରେ ଉଲ୍ଲାସ ପ୍ରଶିକ୍ଷଣ ଓ ପଥପ୍ରାନ୍ତ ନାଟକ ପରିବେଷଣ

ନାଚୁଣୀ, ୧୩ । ୯:ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ କାହ୍ନୁ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ,କଳାଙ୍ଗ ସମ୍ମିଳନୀ କକ୍ଷରେ ସାଧନ କେନ୍ଦ୍ର ସଂଯୋଜକ ବିଭୁପ୍ରସାଦ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଉଲ୍ଲାସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୯ଟି ସରକାରୀ ମାଧ୍ୟମିକ,ଉଚ୍ଚ ପ୍ରାଥମିକ ,ପ୍ରାଥମିକ ବିଦ୍ୟାଳୟର ୧୮ ଜଣ ପ୍ରଶିକ୍ଷାର୍ଥୀଙ୍କୁ ଶ୍ରୀ ମହାପାତ୍ର ଉଲ୍ଲାସ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କାହ୍ନୁ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ,ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ,ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜ୍ୟୋଚିନ୍ଦ୍ର ଦାସ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ,ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ମହାପାତ୍ରଙ୍କ ଉପସ୍ଥିତିରେ ପ୍ଲା କାର୍ଡ ଧରି ସ୍ଳୋଗାନ ଦେଇ କଳାଙ୍ଗ ଗ୍ରାମ ପରିକ୍ରମା କରିଥିଲେ । ଉକ୍ତ ଗ୍ରାମର ଦୁର୍ଗା ମଣ୍ଡପ ଛକରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ଙ୍କ ରଚନା ଓ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ପାଣିଙ୍କ ନିର୍ଦ୍ଦେଶନାରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସଚେତନତାମୂଳକ ନୃତ୍ୟ ଏବଂ ପଥପ୍ରାନ୍ତ ନାଟକ ଅରକ୍ଷିତକୁ ଦଇବ ସାହା ପରିବେଷଣ କରାଯାଇଥିଲା ।

ଉଭୟ ନୃତ୍ୟ ଓ ନାଟକର ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀଙ୍କୁ ବିଚାରକ ରୂପେ ଅବସର ପ୍ରାପ୍ତ କିରାଣୀ ବସନ୍ତ କୁମାର ହୋତା ଓ ବରିଷ୍ଠ ନାଗରିକ ଶରତ କୁମାର ହୋତା ଚୟନ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁଙ୍କ ପୌରାହିତ୍ୟ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅଧ୍ୟାତ୍ମିକ ପ୍ରବକ୍ତା ପୂର୍ଣଚନ୍ଦ୍ର ବେହେରା ମୁଖ୍ୟ ଅତିଥି ,ସମାଜସେବୀ ସରେଶ କୁମାର ବେହେରା ମୁଖ୍ୟବକ୍ତା,ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷ ପ୍ରସନ୍ନ କୁମାର ହୋତା ସମ୍ମାନିତ ଅତିଥି ରୂପେ ଯୋଗଦାନ କରି କୃତୀ ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ବିତରଣ କରିଥିଲେ । ପରିଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସନାତନ ବିଶ୍ୱାଳ,ପ୍ରଫୁଲ୍ଲ କୁମାର ନିଶଙ୍କ ,କାହ୍ନୁ ଚରଣ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମୀ ସହଯୋଗ କରିଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page