କଳାହାଣ୍ଡିରେ ସରିଲା ଖରିଫ ଧାନକିଣା

କଳାହାଣ୍ଡି, ୧୨|୨(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲାରେ ଗତ ନଭେମ୍ବର ୨୯ ତାରିଖଠାରୁ ଚାଲିଥିବା ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ଶେଷ ହୋଇଛି। ଚଳିତ ଖରିପ୍‌ରେ ଜିଲାରେ ୬୪ଲକ୍ଷ ୬ହଜାର ୧୯୧ କୁଇଣ୍ଟାଲ ଧାନ ବିକ୍ରୟ ପାଇଁ ଟାର୍ଗେଟ ମଗାଯାଇଥିଲା। ସେଥିରୁ ୬୦ଲକ୍ଷ ୯୬ହଜାର ୮୦୭.୮୩ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଏଥିରେ ୨୨୩ଟି ମଣ୍ଡି ଜରିଆରେ ୧ ଲକ୍ଷ ୯ ହଜାର ୧୪୨ ଜଣ ଚାଷୀ ୬୦ଲକ୍ଷ ୯୬ହଜାର ୮୦୭.୮୩ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି।ଗତ ବର୍ଷ ଜିଲାରେ ଖରିଫ୍ ଧାନ ସଂଗ୍ରହ ୫୧ ଲକ୍ଷ ୨୬ହଜାର ରହିଥିଲା। ଯାହାକି ଏଥର ୯ଲକ୍ଷ ୭୦ହଜାର ୮୦୭ କୁଇଣ୍ଟାଲ ଅଧିକ ରହିଛି। ଶେଷ ଦିନରେ ଅର୍ଥାତ୍ ସୋମବାର ଲାଞ୍ଜିଗଡ ମଣ୍ଡିରେ ୪ ଜଣ ଚାଷୀ ୧୬୮.୬୮ କୁଇଣ୍ଟାଲ ଧାନ ବିକ୍ରି କରିଥିବା ଜଣାପଡିଛି। ଏଥର ଜିଲାରେ ୨୨୩ଟି ମଣ୍ଡିରେ ୮୪ ମିଲର୍ସ ନିଯୁକ୍ତ ହୋଇଥିଲେ। ଏଥର ଗୁରୁତ୍ବପୂର୍ଣ୍ଣ ବିଷୟ ରହିଥିଲା ବୋନ୍‌ସ ଟଙ୍କା। ଗତ ସାଧାରଣ ନିର୍ବାଚନରେ ରାଜ୍ୟରେ ଭାଜପା ସରକାର ଆସିଲେ ଧାନ କୁଇଣ୍ଟାଲ ପିଛା ୮ଶହ ଟଙ୍କା ବୋନସ୍‌ ଦେବା ପାଇଁ ଘୋଷଣା କରାଯାଇଥିଲା। ଭାଜପା ସରକାରୀ ଆସିବା ପରେ ଏହା କାର୍ଯ୍ୟକାରୀ ହୋଇଛି। ଚଳିତ ଖରିଫ୍‌ରେ କଳାହାଣ୍ଡି ଜିଲାର ୧ ଲକ୍ଷ ୯ ହଜାର ୧୪୨ ଜଣ ଚାଷୀ ୪୮୭ କୋଟି ୭୪ ଲକ୍ଷ ୪୫ହଜାର ୬ଶହ ଟଙ୍କା ଅଧିକ ବୋନ୍‌ସ ଟଙ୍କା ପାଇଛନ୍ତି। ଏହାକୁ ନେଇ ଜିଲାର ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେହିପରି ଧାନ କୁଇଣ୍ଟାଲ ୩୧ ଶହ ହେବା ପରେ ଗତ ବର୍ଷଠାରୁ ଏଥର ୯ଲକ୍ଷ ୭୦ହଜାର ୮୦୭ କୁଇଣ୍ଟାଲ ଅଧିକ ରହିଛି। ଏଥିରୁ ଜିଲାରେ ଚାଷୀମାନେ ଧାନ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ପ୍ରମାଣିତ ହୋଇଛି। ଏ ନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ମୋହନ ସାହୁଙ୍କୁ ପଚାରିବାରୁ ଜିଲାରେ ଚଳିତ ଖରିଫ୍ ଧାନ ସଂଗ୍ରହ ଗତ ବର୍ଷଠାରୁ ଅଧିକ ହୋଇଥିବାବେଳେ ଚାଷୀମାନେ ମଧ୍ୟ ବୋନସ୍ ଟଙ୍କା ପାଇ ବେଶ ଉତ୍ସାହିତ ଅଛନ୍ତି ବୋଲି ପ୍ରକାଶ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page