କଳାହାଣ୍ଡି,(କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଧୀନରେ ଥିବା ସରପଞ୍ଚ ସଙ୍ଘ ର ସଭାପତି ନକୁଳ ନାଏକ (ଲଡ଼ୁ ଗାଁ) ଙ୍କ ନେତୃତ୍ୱରେ ବୁଧବାର କୋକସରା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଡ଼. ହିମାଞ୍ଚଳ ମାଝୀ ଓ ତହସିଲଦାର କ୍ଷୀରୋଧ ବିହାରୀ ଭାରତ ନାଗଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କରି ଉପଢୌକନ ସହ ସମ୍ବର୍ଦ୍ଧିତ କରିଛନ୍ତି।ଏହି ଦୁଇ ଅଧିକାରୀ ନୂତନ ଭାବେ ଯୋଗଦାନ

କରିଥିବାରୁ କୋକସରା ବ୍ଲକ ଓ ୨୨ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଦୁଇ ଅଧିକାରୀଙ୍କ ସହଯୋଗ କାମନା କରିଥିଲେ। ଦୁଇ ପ୍ରଶାସନିକ ଅଧିକାରୀ ମଧ୍ୟ ସରପଞ୍ଚ ସଂଘ ସହ ଗୁରୁତ୍ୱପୁର୍ଣ ଆଲୋଚନା କରି ବ୍ଲକ ତଥା ସମସ୍ତ ପଂଚାୟତର ବିଭିନ୍ନ ଉନୟନ କାମକୁ ଗୁରୁତ୍ୱ ଦେବାପାଇଁ ପ୍ରକାଶ କରିଥିଲେ । ଏହି ଅବସରରେ କାଉଡୋଳା ଗ୍ରା.ପ ସରପଞ୍ଚ ଦେବୀସିଂ ତାଣ୍ଡି, ଡୁଡୁକାଠେଙ୍ଗା ଗ୍ରା.ପ ସରପଞ୍ଚ ହରିପ୍ରିୟା ନାଗ, ବରାଡ଼ଙ୍ଗା ଗ୍ରା.ପ ସରପଞ୍ଚ ନିରୂପମା ସେଠି, ଗମ୍ଭାରୀଗୁଡା ଗ୍ରା.ପ ସରପଞ୍ଚ ଇଶରାମ ସୁନାନୀ, କନ୍ଦାବୁଟ୍ରା ସରପଞ୍ଚ କୁରୁକ୍ଷେତ୍ର ବେହେରା, ପୂର୍ବତନ ସରପଞ୍ଚ ଲଡୁଗାଁ କଂହେଇ ଚରଣ ଦାସ, ସମେତ ପଙ୍କଜ ମୁଖ ଚୌଧୁରୀ, ରବି ନାରାୟଣ ଦାସ, ମନୋରଞ୍ଜନ ବାଣୁଆ ଓ ଅନ୍ୟମାନେ ଉପସ୍ଥିତ ଥିଲେ।