ଦୟାନଦୀର ବାଲିରେ ଭଗବାନବୁଦ୍ଧଙ୍କ ୧୩୭ ଫୁଟର ବାଲୁକାକଳାଶାନ୍ତି ଓ ଅହିଂସାକୁ ଅନୁପାଳନ କରିବାପାଇଁ ବାର୍ତ୍ତା

ବାଲିଅନ୍ତା,୨୮|୫(): ଭୁବନେଶ୍ୱର ଉପକଣ୍ଠ ପୁଣ୍ୟତୋୟା ଦୟାନଦୀରେ ଦେଖିବାକୁ ମିଳିଥିଲା ଭଗବାନ ବୁଦ୍ଧଙ୍କ ବିରାଟକାୟ ବାଲୁକାକଳା l ଏହାକୁ ଦେଖିବାପାଇଁ ଦୟାସେତୁ ଠାରୁ ଆରମ୍ଭ କରି ଦୟାନଦୀ ପର୍ଯ୍ୟନ୍ତ ଲୋକଙ୍କ ଗହଳି ଲାଗିଥିଲା l ଓଡିଶା ଇତିହାସର ମୁକସାକ୍ଷୀ ରକ୍ତରନଦୀ ଦୟାନଦୀରେ ଶାନ୍ତିର ପ୍ରତୀକ ଭଗବାନ ଗୌତମ ବୁଦ୍ଧଙ୍କ ବାଲୁକାକଳା ବେଶ ମନଲୋଭା ହୋଇଛି l ରୋଟାରି କ୍ଳବ-୩୨୬୨ ତରଫରୁ ପ୍ରସ୍ତୁତ ହୋଇଥିବା ୧୩୭ ଫୁଟ ଲମ୍ବର ବୁଦ୍ଧଙ୍କ ଶୟନରତ ଏହି ବାଲୁକାକଳା ପ୍ରସ୍ତୁତୀ କରିଥିଲେ ବିଶିଷ୍ଟ ବାଲୁକାଶିଳ୍ପୀ ଡ଼. ସୁବଳ ମହାରଣା l

ଏଥିରେ ତାଙ୍କୁ ୨0 ଜଣ ଶିଳ୍ପୀ ସାହାଯ୍ୟ କରିଥିଲେ, ଯେଉଁଥିରେ ୬ ଜଣ ଝିଅ ଥିଲେ l ଏହି କଳାକୁ ପ୍ରସ୍ତୁତ କରିବା ନିମନ୍ତେ ୩୭ ଘଣ୍ଟା ଲାଗିଥିଲା l ଡ଼. ମହାରଣା ଭାରତୀୟ ଷ୍ଟେଟ ବ୍ୟାଙ୍କର ଜଣେ ଅବସରପ୍ରାପ୍ତ କର୍ମଚାରୀ l ପେସାରେ ଚାକିରୀ କିନ୍ତୁ ନିଶା ତାଙ୍କର ବାଲିରେ ବିଭିନ୍ନ ଦେବାଦେବୀ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ବାଲୁକାକଳା ପ୍ରସ୍ତୁତ କରିବା l ସେ ଆଜି ପର୍ଯ୍ୟନ୍ତ ରାଜ୍ୟ ଓ ଦେଶବିଦେଶରେ ୩00 ରୁ ଉର୍ଦ୍ଧ୍ଵ ବାଲୁକାକଳା ତିଆରି କରିଥିବା ବେଳେ ଆଜିର କଳାକୃତିକୁ ମିଶାଇ ୧୫ ଗୋଟି ବିଶ୍ୱରେକର୍ଡ କରିଥିବା ଡ଼. ମହାରଣା କହିଛନ୍ତି l ଦୟାନଦୀର ବାଲିରେ ଏଭଳି ବାଲୁକାକଳା ଦେଖଣାହାରୀଙ୍କୁ ବେଶ ବିମୋହିତ କରିଥିଲା l

ରାତିରେ ଉଜ୍ବଳ ଆଲୋକରେ ବେଶ ଆକର୍ଷିତ ଦେଖାଯାଉଥିବା ଏହି ବାଲୁକାକଳାକୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଥିଲା l ବିଶ୍ୱରେ ଶାନ୍ତି ରହୁ, ଯୁଦ୍ଧ ନୁହେଁ : ପ୍ରେମ ଓ ମାନବତା ହିଁ ସତ୍ୟ ଶକ୍ତି ବୋଲି ସେ ଏହି ବାଲୁକାଶିଳ୍ପୀ ମାଧ୍ୟମରେ ସମାଜକୁ ବାର୍ତ୍ତା ଦେଇଥିଲେ l ହିଂସା, ଯୁଦ୍ଧ, ହଣାକଟା ଏସବୁରୁ ଦୁରେଇ ରହିବା ପାଇଁ ରାଜ୍ୟ ଓ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page