ନଇରୀରେ ଗ୍ରାମସ୍ତରୀୟ ବିପର୍ଯୟ ପରିଚାଳନା ଯୋଜନା କର୍ମଶାଳା।

ଚିଲିକା,୧।୩-ଜିଲ୍ଲା ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷ ଖୋର୍ଦ୍ଧା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଶାମୁକା’ର ମିଳିତ ଆନୁକୂଲ୍ୟରେ ଚିଲିକା ବ୍ଲକ ସାନନଈରୀ ଗ୍ରାମପଂଚାୟତ ଅଧିନସ୍ଥ ସାନନଈରୀ, ବଡ଼ନଈରୀ, ହରିହରପୁର ରାଜସ୍ବଗ୍ରାମରେ ପୃଥକ ପୃଥକ ଭାବେ ଗ୍ରାମସ୍ତରୀୟ ବିପର୍ଯୟ ପରିଚାଳନା କମିଟି ଗଠନ ଓ ଯୋଜନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି !ଆଗାମୀ ଦିନ ମାନଙ୍କରେ ବନ୍ୟା, ବାତ୍ୟା, ମରୁଡି ଓ ଅଂଶୁଘାତ ଇତ୍ୟାଦି ବିପତ୍ତିର କିଭଳି ଭାବେ ମୁକାବିଲା କରାଯାଇପାରିବ ସେ ନେଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଶାମୁକା’ର ସମ୍ପାଦକ ଶ୍ରୀ ବିଶ୍ୱଜିତ ଦାଶ ମତବ୍ୟକ୍ତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସାନନଈରୀ ଗ୍ରାମପଂଚାୟତ ସରପଞ୍ଚ ଶ୍ରୀମତୀ କବିତା ବେହେରା, ପି. ଇ.ଓ ଶ୍ରୀ ଅଜୟ କୁମାର ରାୟଗୁରୁ ପ୍ରମୁଖ ଉପସ୍ଥିତ ରହି ବିପର୍ଯୟ ପରିଚାଳନା ଯୋଜନା ପ୍ରସ୍ତୁତିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ଅବଗତ କରାଇଥିଲେ ।ଉକ୍ତ କର୍ମଶାଳାରେ ୱାର୍ଡସଭ୍ୟସଭ୍ୟ /ସଭ୍ୟା,ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page