ନାଚୁଣୀ କଲେଜରେ ଜୈବବିବିଧତା ପରିଚାଳନା ସମିତିର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ।

ଖୋର୍ଦ୍ଧା,୨୯ ।୧୦: ନାଚୁଣୀ ମହାବିଦ୍ୟାଳୟଠାରେ ଜୈବବିବିଧତା ପରିଚାଳନା ସମିତିର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି | ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ ପ୍ରଦୀପ୍ତ କୁମାର ରଥଙ୍କ ତତ୍ୱାବଧାନରେ ପ୍ରିୟବ୍ରତ ଦାସଙ୍କ ସହାୟତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ବିଏମ୍‌ସି ସଦସ୍ୟ, ପରିବେଶ ବିଟ୍‌ର କର୍ମଚାରୀ, ମତ୍ସ୍ୟଜୀବୀ, ପକ୍ଷୀ ସୁରକ୍ଷା କର୍ମୀ ଏବଂ ସପ୍ନା ଏନ୍‌ଜିଓର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ | ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁନୀଲ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା | ବନଖଣ୍ଡ ଅଧିକାରୀ ଶିଶିର କୁମାର ମିଶ୍ର ଜୈବ ସମ୍ପଦ ଓ ଜୈବବିବିଧତା ସମ୍ପର୍କରେ ଅବଗତ କରାଇଥିଲେ | ଡ଼ଃ ଶିବପ୍ରସାଦ ପରିଡ଼ା ବିଭିନ୍ନ ଫଟୋ ମାଧ୍ୟମରେ ବନ୍ୟଜନ୍ତୁମାନଙ୍କର ଚିତ୍ର ଦେଖାଇ ବୁଝାଇଥିଲେ |

ଡ଼ଃ ପ୍ରସନ୍ନ କୁମାର ନାୟକ ବିଭିନ୍ନ ଔଷଧୀୟ ଗଛର ଆବଶ୍ୟକତା ଓ ଉପକାରିତା ବିଷୟରେ ଆଲୋକପାତ କରିଥିଲେ | ଡ଼ଃ ସତ୍ୟରଞ୍ଜନ ବେହେରା ଜୈବବିବିଧତା ପରିଚାଳନା ସମିତିର ଗଠନ ଓ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ | ସମଗ୍ର ସଭାକାର୍ଯ୍ୟ ଗବେଷକ ସୁଦୀପ କୁମାର ବେହେରାଙ୍କ ଦ୍ୱାରା ପରିଚାଳିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ସପ୍ନା ଏନଜିଓ ପଞ୍ଚାୟତ ସ୍ତରୀୟ ସମସ୍ତ ସଦସ୍ୟ ସଦସ୍ୟା, ଅଧ୍ୟକ୍ଷ ମାନଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ପରିବେଶବିତ, ଗଣମାଧ୍ୟମ ଅଧିକାରୀ, ବନ ବିଭାଗ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ | ଶେଷରେ ଡ଼ଃ ପ୍ରଦୀପ୍ତ କୁମାର ରଥ ଅତିଥି ଏବଂ ଉପସ୍ଥିତ ରହିଥିବା ସମସ୍ତକୁ ଧନ୍ୟବାଦ ପ୍ରଦାନ କରିଥିଲେ |

ଦିଲ୍ଲୀପ କୁମାର ଶତପଥୀ
ଜିଲ୍ଲା ପ୍ରତିନିଧି, ଖୋର୍ଦ୍ଧା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page