ବିଶିଷ୍ଟ ସମାଜସେବୀ ଡାକ୍ତର ରାଧାଚରଣ ପଣ୍ଡାଙ୍କ ଶ୍ରାଦ୍ଧୋତ୍ସବ ପାଳିତା

ଖୋର୍ଦ୍ଧା,୨୯ ।୧୦:ବାଣପୁର ଅଞ୍ଚଳର ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସଂସ୍ପର୍ଶରେ ଆସି ଅବିଭକ୍ତ ବାଣପୁର (ପାରିକୁଦ ଠାରୁ ଆରମ୍ଭ କରି ବାଣପୁର ଓ ରାମେଶ୍ୱର ପର୍ଯ୍ୟନ୍ତ ଏକଦା ବ୍ୟାପ୍ତ )ର ସାହିତ୍ୟ, ଇତିହାସ,ଶିକ୍ଷା ଓ ଜନସେବା ରେ ଉଲ୍ଲେଖନୀୟ କୃତୀତ୍ଵ ହାସଲ କରିଥିବା ବିରଳ ବ୍ୟକ୍ତିତ୍ୱ ସାହିତ୍ୟିକ ଓ ଐତିହାସିକ ଡାକ୍ତର ରାଧାଚରଣ ପଣ୍ଡାଙ୍କ ର ୫୨ ତମ ଶ୍ରାଦ୍ଧ ଉତ୍ସବ ବାଣପୁର ବିଧାରପୁର ସ୍ଥିତ ସାହିତ୍ୟ ସିନ୍ଦୁରା ଓ ଡାକ୍ତର ରାଧା ଚରଣ ପଣ୍ଡା ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ଶୁଭକଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ବାଣପୁର ଗ୍ରାମୀଣ ମହାବିଦ୍ୟାଳୟର ଅଧ୍ୟକ୍ଷ ସାହିତ୍ୟିକ ସର୍ବେଶ୍ୱର ଷଡ଼ଙ୍ଗୀ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଐତିହାସିକ ଓ ଗବେଷକ ମଦନ ମୋହନ ମହାପାତ୍ର ଏବଂ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଥିଲେ ବିଶିଷ୍ଟ ଐତିହ୍ୟ ସଂଗ୍ରାହକ ଓ ପାଠାଗାର ଆନ୍ଦୋଳନ ର ପୁରୋଧା ଗୋଲକ ବିହାରୀ ଦାସ।

ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଥିଲେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପ୍ରକ୍ତନ ଅଧ୍ୟକ୍ଷ ନୃସିଂହ ଚ଼ରଣ ପ୍ରଧାନ ଓ ଉଦୀୟମାନ କବି ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶଶୀଭୂଷଣ ବରାଳ। ସମସ୍ତ ବକ୍ତା ସେମାନଙ୍କର ଅଭିଭାଷଣରେ ଡାକ୍ତର ରାଧାଚରଣଙ୍କୁ ଜଣେ ଦକ୍ଷ ଚିକିତ୍ସକ, ନିରଳସ ସାହିତ୍ୟ ସାଧକ ଓ ବିଶିଷ୍ଟ ସମାଜସେବୀ ଭାବେ ବର୍ଣ୍ଣନା କରି ତାଙ୍କର ବହୁବିଧ ବ୍ୟକ୍ତିତ୍ୱ ସାମ୍ପ୍ରତିକ ଓ ଆଗାମୀ ପିଢ଼ିର ଆଦର୍ଶ ହେବା ଉଚିତ ବୋଲି ମତାମତ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ସ୍ମୃତି କମିଟିର ସମ୍ପାଦକ କୈଳାଶ ଚନ୍ଦ୍ର ହୋତା ପ୍ରାରମ୍ଭିକ ସୂଚନା ଦେବା ସହିତ ଶିଶୁ ଶିଳ୍ପୀମାନେ ‘ବନ୍ଦେ ଉତ୍କଳ’ସଂଗୀତ ଗାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସାହିତ୍ୟିକ ଓ ଆଇନଜୀବୀ ରବୀନ୍ଦ୍ର ନାଥ ମାନସିଂହ, ଶିକ୍ଷାବିତ୍ ଗୋଲକ ବିହାରୀ ପରିଡା ପ୍ରାକ୍ତନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରଥ, କବି ଶିଶିର କୁମାର ଦାସ, ନାଟ୍ୟକାର ଅଶୋକ କୁମାର ପ୍ରଧାନ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲଷ୍ମୀଚରଣ ପ୍ରଧାନ, କବୟିତ୍ରୀ ତଥା ନାରୀନେତ୍ରୀ ସୁଶ୍ରୀ ସନ୍ଧ୍ୟା ଦେବୀ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ଅଧ୍ୟାପିକା ସସ୍ମିତା ପାଣିଗ୍ରାହୀ ପ୍ରମୁଖ ଡାକ୍ତର ରାଧାଚରଣଙ୍କ ସ୍ମୃତି ଚାରଣ କରିଥିଲେ। ପରିଶେଷରେ କବି ଶଶୀଭୂଷଣ ବରାଳ ଧନ୍ୟବାଦ ପ୍ରଦାନ କରିଥିଲେ।

ଦିଲ୍ଲୀପ କୁମାର ଶତପଥୀ
ଜିଲ୍ଲା ପ୍ରତିନିଧି, ଖୋର୍ଦ୍ଧା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page