ଭବାନୀପାଟଣା, ୧୯/୦୩: ଉତ୍କଳ ବୁଲେଟିନ (ଜଗନ୍ନାଥ ନାଏକ) : ମଦନପୁର ରାମପୁର ଥାନା ଅନ୍ତର୍ଗତ ଡଂଗାପଟା ଗ୍ରାମର ଜୈନିକା ଯୁବତୀ ନିର୍ମଳା ଦୀପ ଗତ ପନ୍ଦର ଦିନ ତଳେ ତାଙ୍କ ଉପରେ ହୋଇଥିବା ଶାରୀରିକ ଶୋଷଣ ଓ ଅତ୍ୟାଚାର ର ଅଭିଯୋଗ କରିବା ପାଇଁ ମଦନପୁର ରାମପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ପନ୍ଦର ଦିନ ବିତି ବିତି ଯାଇଥିଲେ ସୁଦ୍ଧା ମ ରାମପୁର ପୋଲିସ ର ନୀରବତା ଓ ଆସାମୀ ଉପରେ ଥାନା ବାବୁଙ୍କ ଅହେତୁକ ଅନୁକମ୍ପା ସର୍ବ ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି । ପ୍ରକାଶ ଥାଉକି ଡ଼ଙ୍ଗାପଟା ଗ୍ରାମର ଜଣେ 30 ବର୍ଷୀୟ ମହିଳା ନିର୍ମଳା ଦୀପ 2017 ମସିହାରୁ ସ୍ୱାମୀ ଠାରୁ ଛାଡପତ୍ର ଆଣି ବାପ ଘରେ ରହିଆସୁଥିଲେ । 2021 ମସିହାରେ ଦୋଳ ପୁର୍ଣିମା ଦିନ ଦଂଗାପଟା ଗ୍ରାମର ରୋହିତ ନାଗ ଜୈନିକା ମହିଳାଙ୍କ ଏକୁଟିଆ ଥିବାର ସୁଯୋଗ ନେଇ ତା ଘରକୁ ଆସି ତାଙ୍କୁ ପ୍ରେମ ନିବେଦନ କରି ଥିଲେ। ମହିଳା ଜଣଙ୍କ ତାଙ୍କୁ ଏଥିରୁ ନିବୃତ ରହିବାକୁ କହିବାରେ ମଧ୍ୟ , ରୋହିତ ନାଗ କମଲାଳସାରେ ଅନ୍ଧ ହୋଇ ନିର୍ମଳା ଦୀପଙ୍କ ସହ ଜୋରଜବରଦସ୍ତି ପାଶବିକ ଅତ୍ୟାଚାର କରି ତାର ଶାରୀରିକ ଶୋଷଣ କରିଥିଲା ।ଏହି ଘଟଣା ଯଦି କାହା ଆଗରେ ପ୍ରଘଟ କଲେ ତତେ ଓ ତୋ ପରିବାର ର ସଦସ୍ୟଙ୍କୁ ଜୀବନରେ ମାରି ଦେବୀ ବୋଲି ଧମକ ଦେଇଥିଲା । ସେ ସମୟର କିଛି ଫୋଟୋ ମଧ୍ୟ ରୋହିତ ନାଗ ଜୋରଜବରଦସ୍ତି ଉତ୍ତୋଳନ କରିଥିଲା । ପରବର୍ତୀ ସମୟରେ ସୋସିଆଲ ମିଡ଼ିଆ ଜରିଆରେ ସେ ସବୁକୁ ଭାଇରଲ କରିବାର ଧମକ ଦେଇ ଦୀର୍ଘ ପାଞ୍ଚ ବର୍ଷ ହେଲା ଯୌନ ନିର୍ଯ୍ୟାତନା ଦେଇଆସୁଥିଲା । ଅନେକଥର ପୀଡ଼ିତା ବିବାହ ପାଇଁ କହିବାରୁ ବିଭିନ୍ନ ପ୍ରକାର ଆଳ ଦେଖେଇ ରୋହିତ ନାଗ ଠକି ଚାଲିଥିଲା । ଗତ ତା 17/03/2025 ରିଖ ଦିନ କୌଣସି ସୂତ୍ରରୁ ପୀଡିତା ମହିଳା ରୋହିତ ନାଗ ଅନ୍ୟତ୍ର ବିବାହ କରୁଛି ବୋଲି ଜାଣିବାକୁ ପଇଲା । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୀଡ଼ିତା ରୋହିତ ନାଗ ଘରକୁ ଯାଇଥିଲା । କିନ୍ତୁ ଏହିସମୟରେ ରୋହିତ ନାଗର ପରିବାର ର ସମସ୍ତ ସଦସ୍ୟ ପିଡୀତା ଙ୍କୁ ଘର ଭିତରେ ବନ୍ଦ କରି ଜୀବନରୁ ଶେଷ କରିଦେବା ଉଦେଶ୍ୟ ରଖି ମାରାଣତ୍ମକ ଆକ୍ରମଣ କରିଥିଲେ । ପିଡୀତା ଜୀବନ ବଂଚେଇବାକୁ ଯାଇ ଏକ ପାଇଖାନା ଭିତରେ ନିଜକୁ ବନ୍ଦ କରି ଜୋର ଜୋର ରେ ଚିତ୍କାର କରିଥିଲେ । ସ୍ଥାନୀୟ ଲୋକେ ତାଙ୍କ ଚିତ୍କାର ଶୁଣି ପୋଲିସ କୁ ଖବର ଦେଇଥଲେ , ତାପରେ ପୋଲିସ ଘଟଣା ସ୍ଥଳରୁ ପିଡୀତାଙ୍କୁ ଉଦ୍ଧାର କରିଥିଲେ । ପୋଲିସକୁ ପିଡୀତା ପୁଣି ଥରେ ଲିଖିତ ଅଭିଯୋଗ ଦେଇଥିଲେ। ଏକ ସ୍ପର୍ଶକାତର ଘଟଣା ହୋଇଥଲେ ସୁଦ୍ଧା ମଦନପୁର ରାମପୁର ଥାନା ଅଧିକାରୀ ଦୁଇ ଦିନ ପରେ ଆସିବୁ ଯା ବୋଲି ପୀଡ଼ିତାଙ୍କୁ କହିଥିଲେ । ମଦନପୁର ରାମପୁର ଥାନାରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ବେପରୁଆ ମନୋଭାବ ଯୋଗୁ ଆଜି ଜଣେ ପୀଡିତା ମହିଳା ନ୍ୟାୟ ପାଇବା ପାଇଁ ବଞ୍ଚିତ ହଉଚି । ଏହିପ୍ରତି ଯଦି ସରକାରଙ୍କ ଉଦାହରଣ ମୂଳକ ପଦକ୍ଷେପ ନିଆଯାଏ ତାହେଲେ ପିଡୀତା ଓ ତା ପରିବାର ଉଚିତ ନ୍ୟାୟ ପାଇପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି ।

ଭବାନୀପାଟଣାରୁ ଜଗନ୍ନାଥ ନାଏକ, ଉତ୍କଳ ବୁଲେଟିନ