ପ୍ଲାଷ୍ଟିକ ଯୁଗରେ ମାଟି ତିଆରି ସାମଗ୍ରୀ ର ଅଭାବୀ ବିକ୍ରି

ଭବାନୀପାଟଣା, ୧୯/୦୩: (ଜଗନ୍ନାଥ ନାଏକ) ଉତ୍କଳ ବୁଲେଟିନ, : କଳାହାଣ୍ଡି ଜିଲ୍ଲା ରେ ରହୁଥିବା କୁମ୍ଭକାର ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି, ବର୍ତ୍ତମାନ ପ୍ଲାଷ୍ଟିକ ଯୁଗର ବିଭିନ୍ନ ପ୍ରକାରର ଘର କରଣା ତିଆରି ସାମଗ୍ରୀ ବହୁଳ ପରିମାଣରେ ବ୍ୟବହାର କରୁଥିବା ଯୋଗୁଁ ମାଟି ତିଆରି ଘରକରଣା ସାମଗ୍ରୀ ର ଚାହିଦା କମି କମି ଯାଉଛି, ଯାହା ଫଳରେ କୁମ୍ଭକାର ପରିବାରଙ୍କ କୌଳିକ ବୃତ୍ତି ଲୋପ ପାଇବାରେ ଲାଗୁଛି, ତତ୍ ଦ୍ୱାରା ପରିବାର

ପ୍ରତିପୋଷଣ କରିବାରେ ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତଥା ଯୁବ ପିଢ଼ି ମଧ୍ୟ କୌଳିକ ବୃତ୍ତିକୁ କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ଭବାନୀପାଟଣା ବ୍ଲକ କାମଠଣା ଗ୍ରାମ ପଞ୍ଚାୟତ ଅଧିନସ୍ଥ କର୍ଲାସୋଡା କୈବଲ୍ୟ କୁମ୍ଭକାର ଷ୍ଟୁଡିଓ ପରିଚାଳକ କୈବଲ୍ୟ ରଣାଙ୍କ କହିବା ଅନୁସାରେ ସରକାର ଯଦି ମାଟି ତିଆରି ସାମଗ୍ରୀକୁ ବିକ୍ରୟ କରିବା ଓ ଆର୍ଥିକ ସହାୟତାର ବ୍ୟବସ୍ଥା କଲେ କୁମ୍ଭକାର ପରିବାର ଉପକୃତ ହେଇପାରିବେ ବୋଲି ମତବ୍ୟକ୍ତ କରିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page