ବାଳକାଟି ମଣ୍ଡଳ ବିଜେପି ପକ୍ଷରୁ ପ୍ରତିବାଦ ପଦଯାତ୍ରା ଓ ସମାବେଶ

ବାଲିଅନ୍ତା,୫|୫( ଗୋବର୍ଦ୍ଧନ ଦାସ):ଦେଶର ପ୍ରଗତି ଓ ଅଭିବୃଦ୍ଧି ନିମନ୍ତେ ମହିଳାଙ୍କ ଭୁମିକା ଅତୁଳନୀୟ l ସେମାନଙ୍କ ବିନା ଦେଶର ଅଗ୍ରଗତି ଅସମ୍ଭବ l ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସଂସଦରେ ମହିଳାଙ୍କ ନିମନ୍ତେ “ନାରୀ ଶକ୍ତି ବନ୍ଦନ ଅଧିନିୟମ” ପାରିତ କରିଥିଲେ l ଏହି ଅଧିନିୟମ ଅନୁସାରେ ସଂସଦରେ ମହିଳା ମାନଙ୍କୁ ଶତକଡା ୩୩ ଭାଗ ସିଟ ସଂରକ୍ଷଣ ନିମନ୍ତେ ଗତମାସ ୧୬ ତାରିଖରେ ୩ ଟି ବିଧେୟକ ପ୍ରସ୍ତୁତ କରିଥିଲେ l ଏହାଦ୍ୱାରା ଆସନ୍ତା ୨0୨୯ ସାଧାରଣ ନିର୍ବାଚନରେ ମହିଳା ମାନେ ଏହି ସଂରକ୍ଷଣରେ ଲାଭ ଉଠାଇ ପାରିବେ l ମାତ୍ର ଏହି ବିଲକୁ କିଛି ଆଞ୍ଚଳିକ ଓ ଜାତୀୟ ଦଳ ବିରୋଧ କରିଛନ୍ତି l ଏହାକୁ ନେଇ ଆଜି ଜୟଦେବ ନିର୍ବାଚନ ମଣ୍ଡଳୀ ପରିସର ବାଳକାଟି ବିଜେପି ମଣ୍ଡଳ ପକ୍ଷରୁ ଏକ ପ୍ରତିବାଦ ସଭା ଓ ଶୋଭାଯାତ୍ରା ସ୍ଥାନୀୟ ବାଳକାଟି ସ୍ୱାସ୍ଥ୍ୟକେନ୍ଦ୍ର ଛକରେ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେପିରେ ସ୍ଥାୟୀ ସଦସ୍ୟ ଡ଼. ଅରବିନ୍ଦ ଢ଼ାଲି ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l

ବାଳକାଟି ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ l ଏହି ନିୟମ ମହିଳାଙ୍କ ନିମନ୍ତେ ଏକ ଯୁଗାନ୍ତକାରୀ ପଦକ୍ଷେପ l କିନ୍ତୁ କିଛି ବିରୋଧୀ ଦଳ ଏହାକୁ ଭଣ୍ଡୁର କରିବା ଦୁଃଖ ଓ ପରିତାପର ବିଷୟ ବୋଲି ଡ଼. ଢ଼ାଲି ମତବ୍ୟକ୍ତ କରିଥିଲେ l ଏହି ପ୍ରତିବାଦ ଶୋଭାଯାତ୍ରାରେ ୫00 ରୁ ଉର୍ଦ୍ଧ୍ଵ ମହିଳା ଯୋଗଦେଇ ବିରୋଧ କରୁଥିବା ଦଳ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇଥିଲେ l ପରେ ନୂତନ ମାର୍କେଟ କମ୍ପ୍ଲେକ୍ସରେ ଏକ ପ୍ରତିବାଦ ସଭା ଆୟୋଜନ ହୋଇଥିଲା l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲ୍ଲା ସାଙ୍ଗଠନିକ ଉପସଭାପତି ଜଗନ୍ନାଥ ବେହେରା, ସମ୍ପାଦିକା ଝିଲ୍ଲୀ ସାମନ୍ତରାୟ, ପଞ୍ଚାୟତ ପ୍ରମୁଖ ସୁଦର୍ଶନ ଜେନା, ବରିଷ୍ଠ ନେତା ମାଗୁଣି ଚରଣ ସେଠି, ଯୁବନେତା ଶିବ ମଲ୍ଲିକ, ସୁବାଷ ଜେନା, ସଞ୍ଜୟ ତ୍ରିପାଠୀ, ବିନୋଦିନୀ ମିଶ୍ର, ପବିତ୍ର ଭୋଇ ପ୍ରମୁଖ ଉପସ୍ଥିତ ରହି “ନାରୀ ଶକ୍ତି ବନ୍ଦନ ଅଧିନିୟମ” ମହିଳାଙ୍କ ସଶକ୍ତିକରଣ ଦିଗରେ ଐତିହାସିକ ପଦକ୍ଷେପ l ଏହାକୁ ବିରୋଧ କରୁଥିବା ଦଳଗୁଡିକ ମହିଳା ବିରୋଧାତ୍ମକ ମାନସିକତାର ପରିଚୟ ଦେଉଛନ୍ତି ବୋଲି ମତ ରଖିଥିଲେ l

ବାଲିଅନ୍ତା,( ଗୋବର୍ଦ୍ଧନ ଦାସ)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page