ବିପୁଳ ପରିମାଣରେ ଦେଶୀ, ବିଦେଶୀ ମଦ ସହ ବାଣ ଜବତ, ୩ ଗିରଫ

ବାଲିଅନ୍ତା : ବାଲିଅନ୍ତା ଥାନା ପୁଲିସ ୫୨/୨୫ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସମ୍ପୃକ୍ତ ଥିବା ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, କିଛି ଦିନ ହେବ ବାଲିଅନ୍ତା ଥାନା ପୁଲିସ ଆକ୍ସନ ମୁଡରେ ଥିବାବେଳେ ମଙ୍ଗଳବାର ଥାନାଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଂ ଟିମ ନିଜ ପରିସୀମା ଅଞ୍ଚଳ ମଧ୍ୟରେ ପେଟ୍ରୋଲିଂ କରୁଥିବା ବେଳେ, ତିନି ଅଭିଯୁକ୍ତ ତାଳଗଡାସ୍ଥ ଦିବ୍ୟଲୋକ ଆନେକ୍ସ ଡୁପ୍ଳେକ୍ସ ସମୁଖରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ଏବଂ ବାଣ ବିକ୍ରି କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲେ । ଏହାପରେ ପେଟ୍ରୋଲିଂ ଟିମ ତତ୍ କ୍ଷଣାତ ପାଇଥିବା ଠିକଣା ସ୍ଥଳରେ ଅତର୍କିତ ଚଢଉ କରିବା ସହିତ ଅଭିଯୁକ୍ତ ମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ତଲାସି ବେଳେ ପୁଲିସ ଅଭିଯୁକ୍ତଙ୍କ ହେପାଜତରୁ ମୋଟ ୧୨୬.୩୮୦ ଲିଟର ବିଦେଶୀ ଓ ୩୦ ଲିଟର ଆସ୍କା-୪୦ ଦେଶୀମଦ ସହିତ ବିପୁଳ ପରିମାଣର ବାଣ ଏବଂ ଦୁଇଟି ରେଫ୍ରିଜରେଟର ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ମାନେ ଏହି ମଦ କିମ୍ବା ବାଣ ବିକ୍ରି ସଂକ୍ରାନ୍ତୀୟ କୌଣସି ଅନୁମତି ପତ୍ର ଦେଖାଇ ପାରିନଥିବା ବେଳେ ନିଜର ଦୋଷ ସ୍ଵୀକାର କରିଥିଲେ । ଗିରଫ ଅଭିଯୁକ୍ତ ହେଲେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ତଳସାହି ଗ୍ରାମର ମଦନ ସାହୁ(୩୫), ସହିଦନଗର ଥାନା ଅଧୀନ କେଶୁରା ଛକରେ ରହୁଥିବା ଗଞ୍ଜାମ ଜିଲ୍ଲା ପୁରୁଷୋ୍ତମପୁର ଥାନା କନକ ସାହିର ସନ୍ୟାସୀ ପାତ୍ର (୪୫), ଓ ଅନ୍ୟ ଜଣେ ବାଲିଅନ୍ତା ଥାନା ଅନ୍ତର୍ଗତ ବେଣୁପୁର ତୋଟା ସାହିର ଶାନ୍ତନୁ ଦାସ(୨୯)।
ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । ଅବକାରୀ ବିଭାଗ ବାଲିଅନ୍ତା ଥାନା ଅଞ୍ଚଳରେ ବେଆଇନ ନିଶା କାରବାର ଉପରେ ଅନେକ ସମୟରେ ଦୃଷ୍ଟି ଦେଉ ନ ଥିବାରୁ ବେଆଇନ ନିଶା କାରବାର କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥି ପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page