ବେଗୁନିଆ ମଣ୍ଡଳ ଶିଶୁ ମହୋତ୍ସବ ନିମିତ୍ତ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା,୨୯ ।୧୦:ଆସନ୍ତା ୪ତାରିଖ ବୁଧବାର ଦିନ ପିଏମଶ୍ରୀ ଗୋପବନ୍ଧୁ ସରକାରୀ
ଉଚ୍ଚ ବିଦ୍ୟାଳୟରେ ହେବାକୁ ଥିବା ବେଗୁନିଆ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ନିମିତ୍ତ ଗୁରୁବାର ଦିନ ଉକ୍ତ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅର୍ଣ୍ଣବ କୁମାର ବେଉରାଙ୍କ ପୌରୋହିତ୍ୟ ଏବଂ ଶିକ୍ଷକ ଅଖିଳେଶ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଉପରୋକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ, ସହଗୋଷ୍ଠୀ ଶିକ୍ଷାଧିକାରୀ ତଥା ମଣ୍ଡଳ ସଂଯୋଜିକା ସଞ୍ଜୁଲତା ବେହେରା, ସହଗୋଷ୍ଠୀ ଶିକ୍ଷାଧିକାରୀ ସୁରେଶ ଚନ୍ଦ୍ର ସେଠୀ ଓ ତ୍ରିନାଥ ବେହେରା, ମିଳିତ ସଂଘର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ମହାପାତ୍ର, ବେଗୁନିଆ ଓଷ୍ଟା ସଭାପତି ଦିବାକର ସାହୁ, ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ l

ଉକ୍ତ ସଭାରେ ସମୁଦାୟ ୧୪୧ ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ୧୫ଜଣ ସାଧନ କେନ୍ଦ୍ର ସଂଯୋଜକ ଯୋଗଦାନ କରି ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ହେବାକୁ ଥିବା ପ୍ରତିଯୋଗିତା ପରିଚାଳନା,ରେଜିଷ୍ଟ୍ରସନ,ମଞ୍ଚ
ସଜ୍ଜା, ଜଳଖିଆ ଏବଂ ଭୋଜନ ପ୍ରସ୍ତୁତି ଓ ପରିବେଷଣ, ପ୍ରମାଣ ପତ୍ର ମୁଦ୍ରଣ ଓ ଖନ,ଶୃଙ୍ଖଳା ରକ୍ଷା, ନିମନ୍ତ୍ରଣ ପତ୍ର ମୁଦ୍ରଣ ଓ ବଣ୍ଟନ, ଅତିଥି ମିଡିଆ ଓ ବିଚାରକ ଯୋଗାଯୋଗ, ପୁରସ୍କାର କ୍ରୟ ଓ ବିତରଣ, ଅତିଥି ଅଭ୍ୟର୍ଥନା, ସାନିଟେସନ, ସେଲ୍ଫି ପଏଣ୍ଟ ସଜ୍ଜା,ଫ୍ଲେକ୍ସ ପ୍ରସ୍ତୁତି,ଫଟୋ ଉତ୍ତୋଳନ ଆଦି କାର୍ଯ୍ୟ ବଣ୍ଟନ କରିଥିଲେ l କାର୍ଯ୍ୟକ୍ରମର ସଫଳ ରୂପାୟନ ନିମିତ୍ତ ଉପଦେଷ୍ଟା ମଣ୍ଡଳୀ ଗଠିତ ହୋଇଥିଲା lପ୍ରଧାନ ଶିକ୍ଷକ ସନ୍ତୋଷ ପଟ୍ଟନାୟକ ଓ ସାଧନ କେନ୍ଦ୍ର ସଂଯୋଜକ ସରୋଜ କୁମାର ବେହେରା ନିଜର ମତ ବ୍ୟକ୍ତ କରିଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ରାଣୀ ମହାପାତ୍ର, ସନ୍ଧ୍ୟାରାଣୀ ପଟ୍ଟନାୟକ, ସଂଯୁକ୍ତା ଶତପଥୀ, ପ୍ରଧାନ ଶିକ୍ଷକ ପ୍ରଭାତ ବେହେରା,ସନ୍ତୋଷ ପଟ୍ଟନାୟକ ଓ ବିଶ୍ୱଜିତ ପଲେଇ, ସାଧନକେନ୍ଦ୍ର ସଂଯୋଜକ ସରୋଜ କୁମାର ବେହେରା, ଓପିଏସ ସଂଘର ସମ୍ପାଦକ ଦାଶରଥୀ ବେହେରା, ଏନପିଏସ ସଂଘର ସଭାପତି ମାନସ ବେହେରା ଓ ସମ୍ପାଦକ ରବୀନ୍ଦ୍ର ସାହୁ ସନ୍ତୋଷ ମହାପାତ୍ର, ସୁଧାକର ସେଠୀ ଗଠନ ମୂଳକ ପ୍ରସ୍ତାବ ଦେଇଥିଲେ l

ଦିଲ୍ଲୀପ କୁମାର ଶତପଥୀ
ଜିଲ୍ଲା ପ୍ରତିନିଧି, ଖୋର୍ଦ୍ଧା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page