ବ୍ଲକ ସ୍ତରୀୟ ନିପୂଣ ଓଡ଼ିଶା’ ମେଳା କାର୍ଯ୍ୟକ୍ରମ

ରାଇକିଆ,12/2: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ମ୍ଳାହୁପାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନିପୂଣ ଓଡ଼ିଶାର ସ୍ୱତନ୍ତ୍ର ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଟୀ ଶିକ୍ଷା ଧି କାରି ହାଡୁବନ୍ଧୁ ବେହେରା ସଭାପତିତ୍ବ କରିଥଲେ। ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଅତିଥି ଭାବେ ଏବିଓ ସୀମାଦ୍ରୀ କଂହର, ସାରଥୀ କଂହର ଯୋଗ ଦେଇଥିଲେ l ମୋ ସ୍କୁଲ ସଭାପତି ପ୍ରଦୀପ ପ୍ରଧାନ, ବ୍ଲକ ଅଧକ୍ଷ ପ୍ରିତମ ପ୍ରଧାନ, ସ୍କୁଲ ସଭାପତି ବିଭୋଶ୍ଚ ଭୋଇ, ପ୍ରଧାନ ଶିକ୍ଷୟତ୍ରୀ ମନିସା ପ୍ରଧାନ ମଞ୍ଚାସିନ ଥିଲେ l ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବାଲ୍ମୀକି ଦେବ l ଛାତ୍ରଛାତ୍ରୀ ଙ୍କୁ ଶିକ୍ଷକ ବିଭିନ୍ନ ପ୍ରକଳ୍ପ କରିବା ସହ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଅବଗତ କରିଥିଲେ । ଏହି ମେଳା ରେ 80ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l 114ଜଣ ଶିକ୍ଷକ ଙ୍କୁ ମାନପତ୍ର ଦିଆଯାଇଥିଲା l ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ କ୍ଲଷ୍ଟର ଅଧୀନ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥଲେ। ନିପୁଣ ସେଲ୍ଫି ପୋଏଣ୍ଟ ରୁ ଛାତ୍ର, ଛାତ୍ରୀ ଫୋଟ ଉଠେଇ ଥିଲେ l ମୌଳିକ ସଂଖ୍ୟା ଜ୍ଞାନ ରେ 5, ମୌଳିକ ସାକ୍ଷରଣ 5,ସୃଜନାତ୍ମକ ରେ 5 ମୋଟ 15ଜଣ ଜିଲ୍ଲା ସ୍ତରୀୟ ମନୋନୀତ ହୋଇଛନ୍ତି l ଶେଷ ରେ ଶିକ୍ଷକ ପ୍ରଦୀପ କଂହର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page