ଭିଜିଲାନ୍ସ ବିଭାଗର ସମୀକ୍ଷା ବୈଠକ

ଭୁବନେଶ୍ବର: ଲୋକସେବା ଭବନରେ ଅନୁଷ୍ଠିତ ରେ କଡ଼ା ସନ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଭାଗକୁ ସଶକ୍ତ କରିବା ପାଇଁ ମାନବସମ୍ବଳ ଠାରୁ ଟେକ୍ନୋଲୋଜି ପର୍ୟ୍ୟନ୍ତ ସମସ୍ତ କ୍ଷେତ୍ରରେ ସହାୟତା ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଦୁର୍ନୀତିଖୋରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ୨୦୨୫ ଏପ୍ରିଲ ପହିଲାରୁ ଡିସେମ୍ୱର ୩୧ ମଧ୍ୟରେ ରାଜ୍ୟ ସରକାର ଭିଜିଲାନ୍ସକୁ ୧୨୫ଟି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ୯ ମାସ ମଧ୍ୟରେ ରାଜ୍ୟ ସରକାର କେବେ ବି ଏତେ ସଂଖ୍ୟକ କେସ୍ ତଦନ୍ତ କରିବା ପାଇଁ ଦେଇ ନାହାନ୍ତି। ଏଥି ସହିତ ୨୦୨୫ ମସିହାରେ ସମୁଦାୟ ୪୮୮ଟି କେସ୍ର ଫଇସଲା ହୋଇଛି। ୧୫୩ଟି ବିଲ୍ଡିଂ, ୧୮.୩ କିଲୋଗ୍ରାମର ସୁନା, ୪୧୭ଟି ପ୍ଲଟ, ୧୨ଟି ଫାର୍ମ ହାଉସ ଜବତ କରାଯାଇଛି ଏଥିସହିତ ୩୬.୬୯ କୋଟି ଟଙ୍କାର ଜମାରାଶି ଓ ୮.୮ କୋଟି ଗଚ୍ଛିତ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ସର୍ବାଧିକ ୧୭୩ଟି ଆୟ ବହିର୍ଭୂତ ସମ୍ପତ୍ତିଠୁଳଜନିତ କେସ୍ର ଫଇସଲା ହୋଇଛି। ଭିଜିଲାନ୍ସ ଚଢ଼ଉ କରି ସରକାରୀ କର୍ମଚାରୀଙ୍କର ୧୧୯୯ଟି ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିଛି। ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ଭିଜିଲାନ୍ସ ଏକାଡେମୀକୁ ଆଇଏସ୍ଆଇଓ ସାର୍ଟିଫିକେଟ୍ ମିଳିଛି। ଏହି ସାର୍ଟିଫିକେଟ୍ ଏକାଡେମୀକୁ ଆସନ୍ତା ତିନି ବର୍ଷ ପାଇଁ ମିଳିଛି। ଏହି ସାର୍ଟିଫିକେଟ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭିଜିଲାନ୍ସ ଏକାଡେମୀ ଓ ରାଜ୍ୟ ଭିଜିଲାନ୍ସ ବିଭାଗର ଉଚ୍ଚ ପ୍ରଶଂସା କରିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଭିଜିଲାନ୍ସ ବିଭାଗ ନିର୍ଦ୍ଦେଶକ ଯଶୱନ୍ତ କୁମାର ଜେଠୱା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଭିଜିଲାନ୍ସ ଅସିତ୍ ପାଣିଗ୍ରାହୀ ଉପସ୍ଥିତ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page