ଲୁମିନସ୍ ଇନ୍‌ଫୋୱେଜ୍‌ର ୨୬ତମ ପ୍ରତିଷ୍ଠା ଦିବସ ପାଳିତ

ବାଲିଅନ୍ତା: ଏପ୍ରିଲ ୧୮: ଲୁମିନସ୍ ଇନ୍‌ଫୋୱେଜ୍‌ ପକ୍ଷରୁ ଶନିବାର ଭୁବନେଶ୍ୱର କ୍ଲବ୍‌ରେ ଏହାର ୨୬ତମ ପ୍ରତିଷ୍ଠା ଦିବସ ଉଦ୍ୟାପିତ ହୋଇଥିଲା। ସଂସ୍ଥାର ବିକାଶ ଓ ନବୀନତାର ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ଟୋନ୍ ଭାବେ ଚିହ୍ନିତ ହୋଇଛି। ଅବସରରେ ସଂସ୍ଥାପକ ଓ ବ୍ୟବସ୍ଥାପକ ନିର୍ଦ୍ଦେଶକ ତନ୍ମୟ ମହାନ୍ତି ସଂସ୍ଥାର ଦୃଷ୍ଟିକୋଣ ଓ ଲକ୍ଷ୍ୟ ବିଷୟରେ ଅଲୋଚନା କରି ଆଗାମୀ ପରିକଳ୍ପନା ଉପସ୍ଥାପନ କରିଥିଲେ। ଅଧ୍ୟକ୍ଷା ଓ ସହ-ସଂସ୍ଥାପିକା ଜୟଶ୍ରୀ ମହାନ୍ତି ସଂସ୍ଥାର ୨୫ ବର୍ଷର ଯାତ୍ରାକୁ ସ୍ମରଣ କରି ସଫଳତା ଓ ଉନ୍ନତିର କଥା ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ପ୍ରତିଷ୍ଠିତ ଅତିଥି ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ (ଶିଳ୍ପ, ଗୃହ ଓ ଆଇ ଏଣ୍ଡ ପିଆର୍ ବିଭାଗ) ହେମନ୍ତ ଶର୍ମା ଉପସ୍ଥିତ ଥିଲେ। ଅତିଥି ସମ୍ମାନୀତ ଭାବେ ପୂର୍ବତନ ନାଲକୋ ସିଏମଡି ତପନ କୁମାର ଚନ୍ଦ ଯୋଗଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଶିକ୍ଷା ସଚିବ ଅରୁଣ କୁମାର ରଥ, ପୂର୍ବତନ ନ୍ୟାୟିକ ସଦସ୍ୟ ଅଶୋକ କୁମାର ପଟ୍ଟନାୟକ ଓ ପୂର୍ବତନ ଆରଡିସି ଏବଂ ରୋଟାରି ଡିଷ୍ଟ୍ରିକ୍ଟ ୩୨୬୨ର ଡିଷ୍ଟ୍ରିକ୍ଟ ଗଭର୍ନର (୨୦୨୬–୨୭) ଅନିଲ କୁମାର ସାମଲ ସହିତ ଅନ୍ୟାନ୍ୟ ରୋଟାରିଆନ୍ ଓ ଅତିଥିମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସଂସ୍ଥା ପକ୍ଷରୁ ପ୍ରତିଷ୍ଠିତ CMMI Level 5 ସର୍ଟିଫିକେସନ୍ ପ୍ରାପ୍ତି ଘୋଷଣା କରାଯାଇଥିଲା, ଯାହା ସଂସ୍ଥାର ପ୍ରକ୍ରିୟାଗତ ପକ୍କପକ୍ଷତା ଓ କାର୍ଯ୍ୟଦକ୍ଷତାର ଉତ୍କର୍ଷତାକୁ ପ୍ରତିଫଳିତ କରେ। ଏହା ସହିତ ସଂସ୍ଥା ପକ୍ଷରୁ ଏକ AI ଆଧାରିତ ପ୍ଲାଟଫର୍ମ “Doc360 – ଏଣ୍ଟରପ୍ରାଇଜ୍ ନଲେଜ୍ ଅସିଷ୍ଟାଣ୍ଟ” ଉଦ୍ଘାଟନ କରାଯାଇଥିଲା, ଯାହା ଡିଜିଟାଲ ଡକ୍ୟୁମେଣ୍ଟେସନ୍ ଓ ଜ୍ଞାନ ପରିଚାଳନାରେ ଉନ୍ନତ ସମାଧାନ ପ୍ରଦାନ କରିବ। ଏହି ପ୍ଲାଟଫର୍ମଟି ଏକ ସ୍ୱୟଂ-ଶିକ୍ଷଣ ଆପ୍ ଭାବେ କାମ କରେ ଓ ଏଥିରେ ଉନ୍ନତ DMS ସୁବିଧା ରହିଛି। ଏହାକୁ ବିଭିନ୍ନ ସଂଗଠନର ସଫ୍ଟୱେର ସହ ସହଜରେ ସମ୍ମିଳିତ କରାଯାଇପାରିବ ଓ ଆବଶ୍ୟକତାନୁସାରେ କଷ୍ଟମାଇଜ୍ କରିହେବ। ପ୍ଲାଟଫର୍ମଟିକୁ ହେମନ୍ତ ଶର୍ମା ଉଦ୍ଘାଟନ କରିଥିଲେ। ଏହା ସହିତ କର୍ମଚାରୀ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା, ଯେଉଁଠି ଗତ ବର୍ଷରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଦେଖାଇଥିବା କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସେମିକଣ୍ଡକ୍ଟର କୌଶଳ ବିକାଶ ଓ କ୍ଷମତା ଗଠନ ପାଇଁ ମାଭେନ୍ ସିଲିକନ୍ ସହ ଏକ MOU ସାଇନ୍ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନେକ ସରକାରୀ ଓ ଶିଳ୍ପ ମହଳର ବ୍ୟକ୍ତିମାନେ ଯୋଗଦେଇ ସଂସ୍ଥାର ସ୍ଥାପକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page