l
ଭୁବନେଶ୍ୱର, ୨୮/୧୦, ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପକ୍ଷରୁ ୧୪ତମ ‘ଜୁହାର ଓଡ଼ିଶା ଦିବସ’ ପାଳନ ଅବସରରେ ‘ପ୍ରତିଭା ଉତ୍ସବ–୨୦୨୬’ ଏବଂ ‘ଭାରତ ସେବା ରତ୍ନ ସମ୍ମାନ–୨୦୨୬’ ସମାରୋହ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ, ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ,ସମ୍ମାନିତ ଅତିଥି ଭାବେ, ଆର୍ଯ୍ୟ ସମାଜ, ଓଡିଶାର ସଭାପତି, ସଂସ୍କୃତି ପୁରୁଷ ଡ଼ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୂର୍ବତନ ପ୍ରଶାସକ ଡ. ଭାରତ ଭୂଷଣ ଜଗଦେବ ଓ ପୁରୀ ର ସମାଜସେବୀ କବି ବଦ୍ରି ମିଶ୍ର, ଜୁହାର ଓଡିଶା ମାଧ୍ୟମରେ ପଶ୍ଚିମ ଓ ପୂର୍ଵ ଓଡିଶା କୁ ଯୋଡିବାର ଏହା ଏକ ମହାନ ପ୍ରୟାସ ବୋଲି କହିଥିଲେ ll ଅନ୍ୟ ମାନଙ୍କ ମଧ୍ୟରେ ପ୍ରକାଶ ଶ୍ରୀ ଚନ୍ଦନ,ସୁରେଶ ପଣ୍ଡା, ସାହିତ୍ୟିକ ଅଶୋକ ଶତପଥୀ, ରଶ୍ମି ରାୟ, ସଙ୍ଗୀତ ବିଶାରଦ ସଂଯୁକ୍ତା ଷଡ଼ଙ୍ଗୀ, ମୀନା ଦାଶ ଓ ବସୁମତୀ ଶତପଥୀ ପ୍ରମୁଖ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ llଅତିଥିମାନେ ଜୁହାର ଓଡ଼ିଶା ଦିବସର ମହତ୍ତ୍ୱ, ପଶ୍ଚିମ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା, ଲୋକକଳା ଓ ଐତିହ୍ୟର ସୁରକ୍ଷା ସହ ନୂତନ ପିଢ଼ି ମଧ୍ୟରେ ଏହାର ପ୍ରଚାରପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ବିଭିନ୍ନ କ୍ଷେତ୍ରରେ ଲୁକ୍କାୟିତ ପ୍ରତିଭାଙ୍କୁ ଚିହ୍ନଟ କରି ସମାଜ ସମ୍ମୁଖକୁ ଆଣିବାରେ ହାପି ମୋମେଣ୍ଟସ୍ ଇଣ୍ଡିଆର ପ୍ରୟାସକୁ ସାଧୁବାଦ ଜଣାଇଥିଲେ।ବଂଶୀଧର ମହାପାତ୍ରଙ୍କ ସଂଯୋଜନାରେ ଏହି ସମାରୋହରେ ଶିକ୍ଷା, ସାହିତ୍ୟ, ସଙ୍ଗୀତ, ଅଭିନୟ ଓ ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ପ୍ରତିଭାଧରମାନଙ୍କୁ ‘ଭାରତ ସେବା ରତ୍ନ ସମ୍ମାନ–୨୦୨୬’ରେ ମୁଖ୍ୟ ଅତିଥି ପ୍ରଫେସର ରଥ, ସ୍ମୃତି ଫଳକ, ମାନପତ୍ର, ଉତ୍ତରୀୟ ଦେଇ ସମ୍ମାନିତ କରି ଥିଲେ ll ସମ୍ମାନିତ ବ୍ୟକ୍ତିତ୍ୱମାନେ ନିଜ ନିଜର ଅଭିଜ୍ଞତା, ସଂଘର୍ଷ ଓ ସଫଳତାର ଅନୁଭୂତି ବାଣ୍ଟି ଉପସ୍ଥିତ ଜନସାଧାରଣଙ୍କୁ ପ୍ରେରଣା ଯୋଗାଇଥିଲେ।ଏହି ଅବସରରେ ଅଧ୍ୟାପିକା ଜ୍ୟୋତ୍ସ୍ନାରାଣୀ ପଣ୍ଡା, ମୀନା ଦାଶ, ରାଜକିଶୋର ସାହୁ, ପ୍ରମୋଦ ଦାଶ, ବିମଳ ପଟ୍ଟନାୟକଙ୍କ ସମେତ ବହୁ ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରାରମ୍ଭିକ ଅଭିଭାଷଣରେ ଡ. ପ୍ରକାଶ ଶ୍ରୀଚନ୍ଦନ ଅନୁଷ୍ଠାନର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଓ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ପଣ୍ଡା ଜୁହାର ଓଡ଼ିଶା ଦିବସ ପାଳନର ଆଭିମୁଖ୍ୟ, ଓଡ଼ିଆ ଅସ୍ମିତାର ସୁରକ୍ଷା, ସାମାଜିକ ସେବା ଓ ପ୍ରତିଭା ସମ୍ମାନ ମାଧ୍ୟମରେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ନେଇ ନିଜର ମତ ରଖିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଖୁସି ରାଉତ ଓ ତୁଷାର ସାହୁ ସହଯୋଗ କରିଥିଲେ। ଶେଷରେ ଡ. ପଣ୍ଡା ସମାରୋହର ସଫଳତା ପାଇଁ ସମସ୍ତ ଅତିଥି, ସମ୍ମାନିତ ପ୍ରତିଭାଧର, ସହଯୋଗୀ ଓ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ।ସଂସ୍କୃତି, ପରମ୍ପରା ଓ ସାମାଜିକ ସେବାକୁ ଏକାଠି କରି ଆୟୋଜିତ ଏହି ଉତ୍ସବ ଓଡ଼ିଶାର ଗୌରବମୟ ଐତିହ୍ୟକୁ ସମ୍ମାନ ଜଣାଇବା ସହ ସମାଜର ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ଉତ୍ସାହିତ କରିବାର ଏକ ଉଲ୍ଲେଖନୀୟ ପ୍ରୟାସ ଥିଲାବୋଲି ଭାରତ ସେବା ରତ୍ନ ସମ୍ମାନ ରେ ସମ୍ବର୍ଦ୍ଧିତ ସଂସ୍କୃତି ପୁରୁଷ ଡ଼ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଥିଲେ l