ଭୁବନେଶ୍ୱର: ମହାନ୍ ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ଉପଲକ୍ଷେ ଓଡ଼ିଶା ର ରାଜ୍ୟପାଳ ଡଃ ହରିବାବୁ କମ୍ଭମପତିଙ୍କୁ ୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ରାଜଭବନରେ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସମ୍ମାନନୀୟା ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୂର୍ମୁଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ମାନନୀୟ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ସମସ୍ତ ବିଷୟ ଅବଗତ କରିଛନ୍ତି। ରଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆଣିବା ଦାବି ସହିତ ସଂସଦୀୟ ସଦୀୟ ଗଣତନ୍ତ୍ର ର ସୁରକ୍ଷା ପାଇଁ ମିଳିତ ସଂଗ୍ରାମ ନିମନ୍ତେ ବାମ୍ପପନ୍ଥୀ ଦଳ ମାନେ ଆହ୍ଵାନ ଦେଇଛନ୍ତି । ମହିଳା ସୁରକ୍ଷା ସଂଗ୍ରାମ ପ୍ରତି ବାମପନ୍ଥୀ ଦଳମାନେ ପୂର୍ଣ୍ଣ ସଂହତି ଜ୍ଞାପନ ଏବଂ ସମର୍ଥନ ଘୋଷଣା କରିଛନ୍ତି। ୧୪ ଜଣ କଂଗ୍ରେସ ବିଧାୟକ ମାନଙ୍କ ଉପରୁ ନିଲମ୍ବନ ଆଦେଶ କୁ ଅବିଳମ୍ବେ ପ୍ରତ୍ୟାହାର କରି ବିଧାନସଭା ରେ ସୁସ୍ଥ ଗଣତାନ୍ତ୍ରିକ ବାତାବରଣ ପ୍ରତିଷ୍ଠା ପାଇଁ ଦାବି କରାଯାଇଛି। ଜନ ପ୍ରତିବାଦ ଉପରେ ପୁଲିସ୍ ଦମନକୁ ବାମପନ୍ଥୀ ଦଳ ମାନେ ତୀବ୍ର ନିନ୍ଦା ଏବଂ ପ୍ରତିବାଦ କରିଛନ୍ତି। କଂଗ୍ରେସ ତରଫରୁ ମହିଳା ନିର୍ଯାତନା ବିରୋଧ ରେ ମାର୍ଚ୍ଚ ୨୭ ତାରିଖ ରେ ବିଧାନସଭା ସମ୍ମୁଖ ରେ ସଙ୍ଗଠିତ ହୋଇଥିବା ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ପୋଲିସ ଦମନ, ଶାରିରୀକ ଆକ୍ରମଣ,ପାଣି ମାଡ଼, ଲୁହାବୁହା ଗ୍ୟାସ ପ୍ରୟୋଗ କରିବା ଏବଂ ନିର୍ମମ ଲାଠି ଚାଳନା ଅତ୍ୟନ୍ତ ଉଦବେଗଜନକ ଏବଂ ନିନ୍ଦନୀୟ ଘଟଣା। ପୋଲିସ୍ ମହାନିର୍ଦ୍ଦେଶକ ଗଣ ମାଧ୍ୟମ ରେ ଦେଇଥିବା ମନ୍ତବ୍ୟ ପ୍ରତିହିଂସା ପରାୟଣ, ଅଗଣତାନ୍ତ୍ରିକ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ପୁଲିସ୍ ନିଜର ଅପାରଗତା ଏବଂ ବିଫଳତା କୁ ଘୋଡାଇବା ପାଇଁ ଏହିଭଳି ଆକ୍ରୋଶ ମୂଳକ ମନ୍ତବ୍ୟ ଦେଇଛନ୍ତି । ଏହାକୁ ରାଜ୍ୟବାସୀ ବରଦାସ୍ତ କରିବେ ନାହିଁ। ରାଜ୍ୟ ତମାମ ମିଳିତ ପ୍ରତିବାଦ ପାଇଁ ଆହ୍ଵାନ ଦିଆଯାଇଛି । ରାଜ୍ୟ ସରକାରଙ୍କ ସ୍ଵରାଷ୍ଟ୍ର ବିଭାଗ ପକ୍ଷରୁ ବିଧାନସଭାରେ ଉପସ୍ଥାପିତ ଶ୍ୱେତପତ୍ର ର ରିପୋର୍ଟ କହୁଛି ଯେ ଓଡ଼ିଶାରେ ମହିଳା ଓ ଶିଶୁ ନିର୍ଯ୍ୟାତନା ଉଦବେଗଜନକ ଭାବେ ବୃଦ୍ଧି ପାଇଛି। ବଳାତ୍କାର,ଦୁଷ୍କର୍ମ/ଗଣ ଦୁଷ୍କର୍ମ, ଆଦିବାସୀ ହଷ୍ଟେଲ ରେ ଛାତ୍ରୀମାନେ ଅବାଞ୍ଛିତ ଗର୍ଭବତୀ ହେବା, ବେଆଇନ ମହିଳା ଚାଲାଣ ( illegal Women Trafficking), ଅପହରଣ, ହତ୍ୟା ଏବଂ ହିଂସା ଭୟଙ୍କର ଭାବେ ବୃଦ୍ଧି ପାଇଛି। ମହିଳା ପ୍ରସଙ୍ଗ ଏକ ସମ୍ବେଦନ ଶୀଳ/ ସ୍ପର୍ଶ କାତର ଏବଂ ଆତ୍ମ ମର୍ଯ୍ୟାଦା ଜନିତ ପ୍ରସଙ୍ଗ ଅଟେ। ରଜ୍ୟରେ ଶିଶୁ, ମହିଳା ଓ ବରିଷ୍ଠ ନାଗରିକ ମାନେ ସୁରକ୍ଷିତ ନୁହଁନ୍ତି। ଚୋରି, ସିନ୍ଧି ଚୋରି, ଡକାୟତି ଏବଂ ସଂଗଠିତ ହତ୍ୟା ଇତ୍ୟାଦି ଜଘନ୍ୟ ଅପରାଧ ନିୟନ୍ତ୍ରଣ ବାହାରକୁ ଯାଇଛି। ପୋଲିସ୍ ବ୍ୟବସ୍ଥା ଏହି ସବୁ ସଙ୍ଗୀନ ଅପରାଧକୁ ରୋକିବା, ନିୟନ୍ତ୍ରଣ କରିବା/ ଅଭିଯୁକ୍ତ ଅପରାଧୀ ମାନଙ୍କ ବିରୋଧ ରେ ପ୍ରମାଣ ଯୋଗ୍ୟ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ଇତ୍ୟାଦି କ୍ଷେତ୍ର ରେ ବିଫଳ ହୋଇଛି । ଅପରାଧ ଏବଂ ଅପରାଧୀଙ୍କ ସଙ୍ଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଡବଲ ଇଞ୍ଜିନ ବିଜେପି ସରକାର ଏହାର ପ୍ରତିକାର ନକରି ପ୍ରତିହିଂସା ପରାୟଣ/ ପ୍ରତିଶୋଧ ପରାୟଣ ହୋଇ ଆନ୍ଦୋଳନକୁ ଦମନ କରିବା ଆର୍ ଏସ ଏସ-ବିଜେପିର ଅଗଣତାନ୍ତ୍ରିକ/ଏକଛତ୍ରବାଦୀ ଚରିତ୍ର କେବଳ ପଦାରେ ପଡିନାହିଁ,ବରଂ ଅଧିକ ସୁଦୃଢ଼ ହୋଇଛି। ସରକାର ଅଧିକ ଏକଛତ୍ରବାଦୀ/ ସୌରାଚାରୀ ହୋଇଛନ୍ତି ବୋଲି ବାମପନ୍ଥୀ ଦଳ ମାନେ କହିଛନ୍ତି । ରଜ୍ୟର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରେ କଂଗ୍ରେସ ଦଳର ବିଧାୟକ ମାନେ ବିଧାନସଭା ରେ ପ୍ରତିବାଦ ଆନ୍ଦୋଳନ କରିବା ଯୋଗୁଁ ସେମାନଙ୍କୁ ନିଲମ୍ବନ କରାଯାଇଛି I ଏହା ଅନ୍ୟାୟ, ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ଅଟେ । ଏହି ନିଲମ୍ବନ ଆଦେଶ ଆଇନ ବିରୋଧୀ, ଅଗଣତାନ୍ତ୍ରିକ ଏବଂ ସଂସଦୀୟ ଗଣତନ୍ତ୍ର ପ୍ରତି କୃର ଉପହାସ ଅଟେ । ମହିଳା ନିର୍ଯାତନା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ରେ ତୁରନ୍ତ ଗୃହ କମିଟି ଗଠନ ହେବା ଜରୁରୀ ବୋଲି ଦାବି କରାଯାଇଛି । ନିଲମ୍ୱିତ ବିଧାୟକ ମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କର, ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ପୋଲିସ ଦମନ ବନ୍ଦ କର, ଓଡ଼ିଶାରେ ସଂସଦୀୟ ଗଣତନ୍ତ୍ର ର ସୁରକ୍ଷା ଏବଂ ଲୋକଙ୍କ ଧନ-ଜୀବନ ସୁରକ୍ଷିତ କରିବା ପାଇଁ କୁହାଯାଇଛି। ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ଆହୁରି କହିଛନ୍ତି ଯେ ଗଣତନ୍ତ୍ର ରେ ପ୍ରତିବାଦ ଆନ୍ଦୋଳନ ହେବ ନାହିଁ ତ ଆଉ କ’ଣ କରାଯିବ ? ଜନ ପ୍ରତିବାଦ ପ୍ରତି ସରକାର ସହନଶୀଳ ହେବା ଉଚିତ। ସଂସଦୀୟ ଗଣତନ୍ତ୍ର ରେ ବିରୋଧୀ ଦଳ ହେଉଛନ୍ତି ଗଣତନ୍ତ୍ର ଏବଂ ଜନଗଣଙ୍କ ଜାଗ୍ରତ ପ୍ରହରୀ । ଦଙ୍ଗା, ହାଙ୍ଗାମା, ଦମନ, ପୀଡନ, ଘୃଣା ଭାବନା ଇତ୍ୟାଦି ସଚେତନ ଭାବେ ସଂଗଠିତ କରି ଗଣତନ୍ତ୍ରର କଣ୍ଠରୋଧ ଏବଂ ଜନ ପ୍ରତିବାଦ କୁ ଦମନ ଏବଂ ଭୟଭୀତ କରାଇ ଶାସନ ଚାଲିବ ନାହିଁ। ଓଡ଼ିଶାବାସୀ ଏହି ସମସ୍ତ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ପ୍ରତିବାଦ ଆନ୍ଦୋଳନ ସଂଗଠିତ କରିବା ପାଇଁ ଆହ୍ଵାନ ଦିଆଯାଇଛି। ଆଜିକାର ଏହି ପ୍ରତିନିଧି ଦଳ ରେ ସି ପି ଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସି ପି ଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସି ପି ଆଇ( ଏମ୍ ଏଲ୍) ଲିବେରେସନ ରାଜ୍ୟ ନେତା ମହେନ୍ଦ୍ର ପରିଡ଼ା, ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ସମେତ ଜୟନ୍ତ ଦାସ, ବଦ୍ରି ନାରାୟଣ ଦାଶ, ଲକ୍ଷ୍ମୀ ଦୋରା, ଦିଶା ଆଜାଦ୍, ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l
୧୪ ଜଣ କଂଗ୍ରେସ ବିଧାୟକ ମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି ରେ ୪ ଟି ବାମପନ୍ଥୀ ଦଳ ରାଜ୍ୟପାଳଙ୍କୁ ଭେଟିଲେ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ସ୍କାଉଟ ଆଣ୍ଡ ଗାଇଡ଼ ନିର୍ବାଚନରେ ମନ୍ତ୍ରୀ ଅଯଥା ହସ୍ତକ୍ଷେପ ବନ୍ଦ କରି ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ବ୍ୟବସ୍ଥା କରନ୍ତୁ : ଓଡିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 6 ରିଖ l ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ନିର୍ବାଚନ ପ୍ରକ୍ରିୟାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ବାରମ୍ବାର ବେଆଇନ ହସ୍ତକ୍ଷେପ ଅତ୍ୟନ୍ତ ନିନ୍ଦନୀୟ l ସ୍କୁଲ
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
ଭଦ୍ରକ ବ୍ଲକ ଜଗଦଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରସତିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ, ସରସତିଆର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଭାଗିରଥ ନାୟକ ସଭାପତିତ୍ଵ କରିଥିଲେ
ପୁନର୍ବାର ତ୍ରୁଟି ପିଲାଙ୍କୁ ମୂର୍ଖ କରିବାକୁ ଷଡଯନ୍ତ୍ର ! ଭୁଲ ବହି ପ୍ରତ୍ୟାହାର ନହେଲେ ଆସନ୍ତା 17 ତାରିଖରୁ ଓଡିଶା ଅଭିଭାବକ ମହାସଂଘର ଆମରଣ ଅନଶନ
ଭୁବନେଶ୍ୱର ତା 4 ରିଖ l ସତେ ଯେମିତି ପିଲାଙ୍କ ପାଠ ପଢା ପାଇଁ ସରକାରଙ୍କ ଧ୍ୟାନ ହିଁ ନାହିଁ l ପ୍ରଥମ ଶ୍ରେଣୀ ବହିରେ ପୁଣି ମହାତ୍ରୁଟି l ବର୍ଣମାଳାରେ ସ୍ୱର ବର୍ଣ ଓ ବ୍ୟଞ୍ଜନ ବର୍ଣକୁ ନେଇ ଘୋର
ଆତ୍ମହତ୍ୟା କରୁଥିବା ଯୁବକକୁ ଦେବ ଦୂତ ସାଜି ଜୀବନ ବଞ୍ଚାଇଲେ ଥାନା ଅଧିକାରୀ।
ବାଲିଅନ୍ତା, ୦୫/୦୮(ଗୋବର୍ଦ୍ଧନ ଦାସ): ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ପରେ ପୁଲିସ ଅଧିକାରୀ ମାନେ ଏବେ ଦାୟିତ୍ଵବାନ ହେବାସହ ବିଭିନ୍ନ ଘଟଣାର ତତକ୍ଷଣାତ୍ ଅଭିଯୋଗ ପାଇବା ମାତ୍ରେ ତଦନ୍ତ ଆରମ୍ଭ କରୁଛି ପୁଲିସ । ଯାହାର ଉଦାହରଣ ଦେଖିବାକୁ ମିଳିଛି ଧଉଳି ଥାନାରେ।୦୪.୦୮.୨୦୨୬
ନୀଳକଣ୍ଠ ଦାସ ଥିଲେ ବହୁମୁଖୀ ବ୍ୟକ୍ତିତ୍ୱ ର ଅଧିକାରୀ /ତିନି ସାରସ୍ୱତ ପ୍ରତିଭାଙ୍କୁ ନୀଳକଣ୍ଠ ସ୍ମୃତି ସମ୍ମାନ
ଭୁବନେଶ୍ୱର ତା 05/08/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ତଥା ବିଜେଡି ସାଂସ୍କୃତିକ ସାମୁଖ୍ୟ ପକ୍ଷରୁ ସ୍ଥାନୀୟ ମହାଡାକପାଳ ଛକ ନିକଟ ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ ବାଚସ୍ପତି, ସମାଜ ସାମ୍ବାଦିକ, ସମ୍ବିଧାନ
ବକୁଳବନର ମହକ ସତ୍ୟବାଦୀ ର ସନ୍ଥ
ପଣ୍ଡିତ ନୀଳକଣ୍ଠ ଦାଶ 🙏💐ଉତ୍କଳ ମାଟିର ସୁଯୋଗ୍ଯ ସନ୍ତାନସତ୍ୟବାଦୀ ଶ୍ରେଷ୍ଠସନ୍ଥ ,ନବରବି ସମ ଉଜ୍ଜ୍ବଳମୟ ହେଜ୍ଞାନଦୀପ୍ତ ନୀଳକଣ୍ଠ lଆଦର୍ଶ ଶିକ୍ଷକ, ନେତା ସୁଲେଖକସୁଉଜ୍ଜ୍ବଳ ଦୀପଶିଖାକବିକଲମର ପ୍ରତି ଅକ୍ଷରରେମାଟି,ଜାତି କଥା ଲେଖା lସତ୍ୟବାଦୀ ର ବନବିଦ୍ୟାଳୟେ ,ଜଗାଇଜନ ଚେତନା,ଅଜ୍ଞାନଅନ୍ଧାର ଦୂରୀଭୂତକଲବାଣ୍ଟି ଜ୍ଞାନର ଭାବନା
ମନ୍ଦିର ଚୋରି ମାମଲା ରେପେସାଦାର ଅପରାଧୀ ଗିରଫ।
ବାଲିଅନ୍ତା ୦୪/୦୮ (ଗୋବର୍ଦ୍ଧନ ଦାସ):- ଧଉଳି ଥାନା ପୁଲିସ ମନ୍ଦିର ଚୋରି ମାମଲା ରେ ଜଣେ ଅଭିଯୁକ୍ତ କୁ ଗିରଫ କରିଛି। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଗତ ୦୩.୦୮.୨୦୨୬ ତାରିଖ ଅପରାହ୍ନ ପ୍ରାୟ ୫ଟା ସମୟରେ ଶିଶୁପାଳଗଡ଼ସ୍ଥିତ ମା' ଯଦୁମଲ୍ଲୀ
ଗଣଶିକ୍ଷା ସଚିବ ଓ ଅଭିଭାବକ ମହାସଂଘ ର ଗୁରୁତ୍ୱପୂର୍ଣ ବୈଠକ
-ଖାଲିଥିବା ଆରଟିଇ ମାଗଣା ସିଟ ପାଇଁ ପୁଣି ଆବେଦନ, ବହି ଯୋଗାଣ ଏବଂ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇ ସଚିବଙ୍କ ପ୍ରତିଶୃତି ଭୁବନେଶ୍ୱର ତା 3 ରିଖ l ଆଜି ଲୋକସେବା ଭବନରେ ଗଣଶିକ୍ଷା ସଚିବ
*ଓଡ଼ିଶୀ ନୃତ୍ୟାନୁଷ୍ଠାନ ନୃତ୍ୟନିପୁଣା ପକ୍ଷରୁ କଲିକତାସ୍ଥିତ ବାଟା ହାଉସ୍ ଅଡିଟୋରିୟମଠାରେ ନୃତ୍ୟ ପରିବେଷଣ।
ମାହେଶ ତାଲା ନୃତ୍ୟ ତୀର୍ଥ ଦ୍ୱାରା ଆୟୋଜିତ ଗୁରୁ ନମନ ନୃତ୍ୟ ମହୋତ୍ସବ ୨୦୨୬ ରେ ନୃତ୍ୟନିପୁଣା ଅନୁଷ୍ଠାନ ତରଫରୁ ନୃତ୍ୟ ପରିବେଷଣ କରାଯାଇଥିଲା।ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର ଏବଂ ଡଃ ପ୍ରିୟଙ୍କା ମିଶ୍ରଙ୍କ ସହିତ ତାଙ୍କର ଦୁଇ ଛାତ୍ରୀ ଅର୍ଚ୍ଚିତା
ଜୟଦେବ ଭବନ ରେ ବିଶ୍ୱଭୂଷଣ ହରିଚନ୍ଦନ ଙ୍କ 93 ତମ ଜନ୍ମମହୋତ୍ସବ ଅନୁଷ୍ଠିତ
Priyabrata Barik: ଭୁବନେଶ୍ୱର. ଜୟଦେବ ଭବନ ରେ ପୂର୍ବତନ ଆନ୍ଦ୍ରପ୍ରଦେଶ. ଛତିଶଗଡ ର ରାଜ୍ୟପାଳ ପୂର୍ବତନ ମନ୍ତ୍ରୀ. ବରେଣ୍ୟ ବିଶ୍ୱଭୂଷଣ ହରିଚନ୍ଦନ ଙ୍କ 93 ତମ ଜନ୍ମମହୋତ୍ସବ ଅନୁଷ୍ଠିତ ହେଇଯାଇଛି l ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ବ
ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ତୁରନ୍ତ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 2ରିଖ l ଛାତ୍ରଛାତ୍ରୀଙ୍କୁ ସଠିକ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଣ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ଅଭିଭାବକ ମହାସଂଘ l ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ଅଧିକାରର ସମ୍ପୂର୍ଣ ଉଲ୍ଲଂଘନକୁ ଓଡିଶା ଅଭିଭାବକ ମହାସଂଘ ସହିତ ବିଶିଷ୍ଟ ବୁଦ୍ଧିଜୀବୀ, ସଚେତନ
ବନ୍ୟା ଜଳ ପ୍ରବାହିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକ ପଣ୍ଡା।
ବାଲିଅନ୍ତା ୦୧/୦୮ ( ଗୋବର୍ଦ୍ଧନ ଦାସ):- ଏକମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୟା ନଦୀ ନିକଟସ୍ଥ ଲିଙ୍ଗି ପୁର ଅଞ୍ଚଳ ବୁଲି ବନ୍ୟା ଜଳ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା। ପରେ ନାଥପୁର, ନୂଆଗାଁ, ଢିଅପୁର , ଜୟପୁର,
ରାଜଧାନୀ ନିକଟସ୍ଥ ଦୟାନଦୀରେ ବନ୍ୟାଜଳ ପ୍ରଭାବିତ
ବାଲିଅନ୍ତା:୩୧/୦୭ (ଗୋବର୍ଦ୍ଧନ ଦାସ)- ରାଜଧାନୀ ନିକଟସ୍ଥ ଦୟାନଦୀରେ ଚଳିତ ବର୍ଷ ର ବନ୍ୟାଜଳ ପ୍ରଭାବିତ ଯୋଗୁଁ ନଈକୂଳ ବନ୍ଧକୁ ପାଣି ଲାଗିଛି । ନଦୀ ପଠାରେ ଥିବା ଇଟିପୁର ପଞ୍ଚାୟତ ର ଜୟପୁର ପାଟଣା ଗ୍ରାମ ଦେବତୀ ମା ନିସ୍ଥାରିଣୀ ମନ୍ଦିର
ଡ଼ିଏମ ସ୍କୁଲ ଛାତ୍ରୀମୃତ୍ୟୁ ଅବହେଳା ପାଇଁ ଦାୟୀ ବ୍ୟକ୍ତି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 29 ରିଖ l ଭୁବନେଶ୍ୱର ଡି ଏମ ସ୍କୁଲ ଛାତ୍ରୀ ମୃତ୍ୟୁ ଭଳି ଦୁର୍ଭାଗ୍ୟଜନକ ଘଟଣା ବର୍ତମାନ ଅଭିଭାବକ ମାନଙ୍କ ମଧ୍ୟରେ ଏକ ହତାଶ ମନୋଭାବ ସୃଷ୍ଟି କରିଛି l ଡି ଏମ ସ୍କୁଲ ଭଳି କେନ୍ଦ୍ର ସରକାରଙ୍କ
ଆନ୍ଦୋଳନରତ ଆଦିବାସୀ ଛାତ୍ରୀ ହଷ୍ଟେଲ ମାଟ୍ରନଙ୍କ ଦାବୀ ତୁରନ୍ତ ପୂରଣ କର : ଓଡିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର ତl 29 ରିଖ l ଆଦିବାସୀ ଛାତ୍ରୀଙ୍କ ମୁଖ୍ୟ ସ୍ରୋତ ରେ ସାମିଲ ଓ ଉପଯୁକ୍ତ ଶିକ୍ଷା ଗ୍ରହଣ ପାଇଁ ଉଦିଷ୍ଟ ଛାତ୍ରୀ ନିବାସରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ହଷ୍ଟେଲ ମlଟରନ ମାନେ ବର୍ତମାନ ଗାନ୍ଧୀ ମାର୍ଗ ରେ
‘ଦୂରଦର୍ଶୀ’ର ଅଷ୍ଟାଦଶ ସ୍ୱନକ୍ଷତ୍ର ସମାରୋହ-୨୦୨୬ ଓଡ଼ିଆ ଭାଷା ଆମ ପରିଚୟ
ଭୁବନେଶ୍ୱର,୨୯/୭: ମାସିକ ସମ୍ବାଦଭି ିକ ପତ୍ରିକା ‘ଦୂରଦର୍ଶୀ’ର ଅଷ୍ଟାଦଶ ସ୍ୱନକ୍ଷତ୍ର ଦିବସ ଅବସରରେ ଜୟଦେବ ଭବନରେ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ଭାବେ ଜାତୀୟ ମାନବାଧିକାର କମିଶନର ସଦସ୍ୟ ଜଷ୍ଟିସ୍ ବିଦୁ୍ୟତ୍ ରଞ୍ଜନ ଷଡ଼ଙ୍ଗୀ ଯୋଗଦେଇ କହିଛନ୍ତି, ଓଡ଼ିଆ ଭାଷା ଆମ ପରିଚୟ
କୁନି ବୈଜ୍ଞାନିକ ବୃକ୍ଷର ଉପକାରିତା ବିଷୟରେ କହିଲେ ସରସ୍ଵତୀ ଶିଶୁ ମନ୍ଦିର ଶିଶୁମାନଙ୍କୁ
ବାଲିଅନ୍ତା/ ଭୁବନେଶ୍ୱର୨୯/୦୭:-ଦିନକୁ ଦିନ ରାଜଧାନୀରେ କଂକ୍ରିଟ ଜଙ୍ଗଲ ବୃଦ୍ଧି ପାଉଛି। ସୂର୍ଯ୍ୟଙ୍କ ଉତ୍ତାପ ସେହି ଅନୁସାରେ ଅସହ୍ୟ ହୋଇ ପ୍ରାଣୀ ଜଗତକୁ ଛିନଭିନ୍ କରି ଚାଲିଛି।ଖରା ବର୍ଷା ଦାଉରୁ ରକ୍ଷା କରୁଥିବା ବୃକ୍ଷ ସବୁ ସ୍ତରରେ ଛେଦନ ଚାଲିଛି। ପରିବେଶବିତ୍ ପରିବେଶକୁ
ନିଗମ କଳ୍ପତରୁ ଆଶ୍ରମରେ ପବିତ୍ର ଗୁରୁପୂର୍ଣ୍ଣିମା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ/ଗୁରୁଙ୍କ ବିକଳ୍ପ ନାହିଁ
ଭୁବନେଶ୍ୱର ତା 29/07/26 ସ୍ଥାନୀୟ ରୁଦ୍ରବିହାର ସ୍ଥିତ ନିଗମ କଳ୍ପତରୁ ଆଶ୍ରମ ଠାରେ ସଂସ୍କୃତି ପୁରୁଷ, ବିଶିଷ୍ଟ ଭାଷାପ୍ରାଣ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଦ୍ୱାରା ସଂଯୋଜନା ଓ ଆନନ୍ଦ ଚୈତନ୍ୟ ବ୍ରହ୍ମଚାରୀ ବାବାଙ୍କ ଦ୍ୱାରା ପରିଚାଳନାରେ ଅନୁଷ୍ଠିତ "ଗୁରୁପୂର୍ଣ୍ଣିମା ଉତ୍ସବ"
ଗୁରୁପୂର୍ଣ୍ଣିମା ଅବସରରେ —
ଅରବିନ୍ଦ ତ୍ରିପାଠୀଭଗବାନ ବିଷ୍ଣୁଙ୍କ ଅବତାର ବ୍ୟାସ ଦେବଙ୍କ ଭୂମିଷ୍ଠ ଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମା ରୂପେ ପାଳନ କରାଯାଇଥାଏ l ପୁରାଣ ଶାସ୍ତ୍ର ମାନଙ୍କରେ ଗୁରୁଙ୍କ ସ୍ଥାନ ସବୁଠାରୁ ଉଚ୍ଚରେ ଥିବା କୁହାଯାଇଛି l ଶ୍ରୀକୃଷ୍ଣଙ୍କ ଗୁରୁ ସନ୍ଦୀପନି, ପାଣ୍ଡଵ
“ମୋ ଗାଁ ମଶାଣି ମୋ ସ୍ୱର୍ଗଦ୍ୱାର”ର ବିକାଶମୂଳକ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ
ବାଲିଅନ୍ତା,୨୮|୭ (ଗୋବର୍ଦ୍ଧନ ଦାସ):ପ୍ରତାପଶାସନ ପଞ୍ଚାୟତ ରଥିଜେମା ସ୍ଥିତ କୁଆଖାଇ ନଦୀ ପଠାରେ କିଛି ଯୁବଗୋଷ୍ଠୀଙ୍କ ଦ୍ୱାରା ନିର୍ମାଣ ହୋଇଥିବା "ମୋ ଗାଁ ମଶାଣି ସ୍ୱର୍ଗଦ୍ୱାର"ର ଉନ୍ନୟନ ମୂଳକ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ l ଏହି ମଶାଣିଟି