୧୬ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଯୋରଦାର ପ୍ରସ୍ତୁତି

କୋକସରା, ଚକ୍ରଧର ବେଶ୍ରା: କୋକସରା ବ୍ଲକ କାଉଡୋଲା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କାଉଡୋଲା ଗ୍ରାମବାସୀ ଙ୍କ ଆୟୋଜନ କ୍ରମେ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଚାଳିଛି ଯୋରଦାର ପ୍ରସ୍ତୁତି। ଚଳିତ ମାସ ଫାଲଗୁନ କୃଷ୍ଣ ପକ୍ଷ ତୃତୀୟା ଇଂ ତା ୧୫ ରିଖ ଶନିବାର ଫେବୃଆରୀ ଠାରୁ ୧୮ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବାକୁ ଯାଉଛି।୧୫ତାରିଖ କଳଶଯାତ୍ରା ହେବାକୁ ଥିବା ବେଳେ ୧୬ତାରିଖ ରବିବାର ସକାଳୁ ମହାମନ୍ତ୍ର ନାମ ଯଜ୍ଞ ଆରମ୍ଭ ଓ ୧୮ତାରିଖ ମଙ୍ଗଳବାର ନାମ ଯଜ୍ଞ ସମାପନ ସହିତ ନଗର ପରିକ୍ରମା ଏବଂ ଦଧି ହାଣ୍ଡି ଭଗ୍ନ ପରେ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି । କାଉଡୋଲା ଭକ୍ତି ଭାବ ପୂର୍ଣ୍ଣରେ ବେଶ୍ ବିମୋହିତ ହେଉଥିବା ଦେଖିବାକୁ ମିଳୁଛି । ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଚତୁର୍ଥ ବର୍ଷ ପାଇଁ ହେବାକୁ ଯାଉଥିବା ଏହି ଭଳି ଏକ ନାମ ଯଜ୍ଞ ପାଇଁ ଗ୍ରାମର ଆବାଳବୃଦ୍ଧବନିତା ସ‌ହିତ ସମସ୍ତ ଜନସାଧାରଣ ବେଶ୍ ଉତ୍ସାହିତ ଓ ଆନନ୍ଦିତ। ପୂଜା କମିଟି ରେ ସଭାପତି ଭାବରେ ଭାଗିରଥି ନାଏକ,‌ଉପ ସଭାପତି ଶିବ ମାଝୀ, ସମ୍ପାଦକ ନିଧିରାମ ମାଝୀ,ସହ ସମ୍ପାଦକ କୁଞଦେବ ଖର୍ସେଲ ଏବଂ କୋଷାଧ୍ୟକ୍ଷ ଭାବରେ ବିପ୍ରଚରଣ ନାଏକ ଙ୍କୁ ଦାୟିତ୍ଵ ଦିଆଯାଇଥିବା ଜଣାପଡିଛି। ପୂଜା କର୍ତ୍ତା ଭାବରେ ରଜନୀ କାନ୍ତ ସରାବୁ ଏବଂ ତାଙ୍କ ଧର୍ମପତ୍ନୀ ପାଞ୍ଚାଳୀ ସରାବୁ ଥିବା ବେଳେ ମୁଖ୍ୟ ପୂଜକ ଭାବରେ ଉମାଶଙ୍କର ଦାସ ରହିଛନ୍ତି । ଏଥିରେ ଭାଲୁମୁଣ୍ଡା, କନ୍ଦେଇ, ଲିଟିଗୁଡା ବାଳିକା ଦଳ, କାଉଡୋଲା,ଉଛୁଲା ବାଲିକା ଦଳ, ଟୁରଚି,ବଡ ପୋଡାଗୁଡା, ଏବଂ ଚନ୍ଦା ହାଣ୍ଡି ଭଳି ଆଠ ଗୋଟି ସଂକିର୍ତନ ଦଳ ନାମ ଯଜ୍ଞ ରେ ସାମିଲ ହେବା ଜଣାପଡିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page