ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଜୁନାଗଡ ବ୍ଳକ ଶାଖା ତରଫରୁ ବୁଡିଦର ଠାରେ ଆମ୍ବେଦକର ଜୟନ୍ତୀ ପାଲିତ

କଳାହାଣ୍ଡି,୧୭|୪(ପ୍ୟାରିଲାଲ ଦୁର୍ଗା): ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଜିଲ୍ଲାରେ ମାସ ତମାମ ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରୁଛି |ଏହି ପରିପ୍ରେକ୍ଷୀରେ ଗୁରୁବାର ଜୁନାଗଡ ଶାଖା ତରଫରୁ ବୁଡିଦର ଠାରେ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀକୁ ମହାସମାରୋହରେ ପାଳନ କରାଯାଇଛି | ଜୁନାଗଡ ବ୍ଳକର ହାରାହାରି ୧୦ଟି ପଞ୍ଚାୟତରୁ ଶହ ଶହ ଛାତ୍ରଛାତ୍ରୀ ମହିଳା ଯୁବକ ବାଜାଗାଜା ସହ ନାଚ ଗୀତ କରି ବିଶାଲ ଶୋଭାଯାତ୍ରା ବାହାରି ବୁଡିଦର ଗାଁ ବୁଲି ଥିଲେ | ବାବାସାହେବଙ୍କ ଫଟୋ ଚିତ୍ରରେ ପୁଷ୍ପ ଦୀପ୍ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରଯାଇଥିଲା |

ଧନୁର୍ଯୟ ନାଏକ ,ଡଃ ବିବେକାନନ୍ଦ ମହାନନ୍ଦ,ଡଃ ଆବର୍ତ୍ତ ତାଣ୍ଡି, ଡଃ ବିରେନ୍ଦ୍ର ସୁନା , ଅଜିତ ଭୋଇ, ଚିତ୍ତରଞ୍ଜନ ନିଆଲ, କାନ୍ଚନ ବାଗ,ବିଜୟ ଛତ୍ରୀଆ, ପ୍ରମୋଦ ଛତ୍ରୀଆ, ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଅତିଥି ଭାବରେ ମଞ୍ଚାସୀନ ଥିଲା ବେଳେ ମଞ୍ଚ ପରିଚାଳନା କରିଥିଲେ ବାସୁଦେବ ତାଣ୍ଡି | ଅବହେଳିତ ଶୋଷିତ ବଞ୍ଚିତ ସମାଜ କେମିତି ଶିକ୍ଷା ସମାଜିକ ଆର୍ଥିକ ବ୍ୟବସ୍ଥାରେ ସମାନତା ଆଣିବା ସହ ଦେଶକୁ ଜାତି ଧର୍ମ ଉର୍ଦ୍ଧ୍ଵରେ ଏକତ୍ରୀତ ହୋଇ ମାନବବାଦ ପ୍ରତିଷ୍ଠା କରିବା ବାବାସାହେବ ଆମ୍ବେଦକରଙ୍କ ସ୍ଵପ୍ନ କୁ ସାକାର କରିବା ଦେଶର ସମସ୍ତ ନାଗରିକଙ୍କ ଦାୟିତ୍ବ ବୋଲି ସମସ୍ତ ବକ୍ତା କହିଥିଲେ | ଏହି ସମସ୍ତ କାର୍ଯ୍ୟକ୍ରମକୁ ବୁଡିଦର ଗାଁ ର ଆମ୍ବେଦକର ବାଦୀ ସାଥି ମାନେ ଆୟୋଜନ କରିଥିଲେ |

ପ୍ୟାରିଲାଲ ଦୁର୍ଗା,କଳାହାଣ୍ଡି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page