କଳାହାଣ୍ଡି,୧୮|୪(ପ୍ୟାରିଲାଲ ଦୁର୍ଗା): ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଜିଲ୍ଲାରେ ମାସ ତମାମ ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରୁଛି | ଏହି ପରିପ୍ରେକ୍ଷୀରେ ଶୁକ୍ରବାର କେସିଙ୍ଗା ଶାଖାର ବୁଡିପଦର ଠାରେ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀକୁ ମହାସମାରୋହରେ ପାଳନ କରାଯାଇଛି |କେସିଙ୍ଗା ବ୍ଳକର ହାରାହାରି ୪ ଟି ପଞ୍ଚାୟତରୁ ଶତାଧିକ ଛାତ୍ରଛାତ୍ରୀ ମହିଳା ଯୁବକ ବାଜାଗାଜା ସହ ନାଚ ଗୀତ କରି ବିଶାଲ ଶୋଭାଯାତ୍ରା ବାହାରି ବାଳସି ବୁଡିପଦର ଗାଁ ବୁଲିଥିଲେ |

ବାବାସାହେବଙ୍କ ଫଟୋ ଚିତ୍ରରେ ପୁଷ୍ପ ଦୀପ୍ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରଯାଇଥିଲା | ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଜିଲ୍ଲା ସଭାପତି ବୃନ୍ଦାବନ ନାଗ କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ ନର୍ଲା ସଭାପତି ରଘୁନାଥ ଦୀପ୍ ଏମ୍ ରାମପୁର ଉପସଭାପତି ବେଣୁଧର ସୁନା ଅତିଥି ଭାବରେ ମଞ୍ଚାସୀନ ଥିଲା ବେଳେ ମଞ୍ଚ ପରିଚାଳନା କରିଥିଲେ ବିକ୍ରମ ହରପାଲ ଓ ଟୁକୁ ମହାନନ୍ଦ |

ଅବହେଳିତ ଶୋଷିତ ବଞ୍ଚିତ ସମାଜ କେମିତି ଶିକ୍ଷା ସମାଜିକ ଆର୍ଥିକ ବ୍ୟବସ୍ଥାରେ ସମାନତା ଆଣିବା ସହ ଦେଶକୁ ଜାତି ଧର୍ମ ଉର୍ଦ୍ଧ୍ଵରେ ଏକତ୍ରୀତ ହୋଇ ମାନବବାଦ ପ୍ରତିଷ୍ଠା କରିବା ବାବାସାହେବ ଆମ୍ବେଦକରଙ୍କ ସ୍ଵପ୍ନ କୁ ସାକାର କରିବା ଦେଶର ସମସ୍ତ ନାଗରିକଙ୍କ ଦାୟିତ୍ବ ବୋଲି ସମସ୍ତ ବକ୍ତା କହିଥିଲେ | ଏହି ସମସ୍ତ କାର୍ଯ୍ୟକ୍ରମକୁ ବୁଡିପଦର ଗାଁ ର ଆମ୍ବେଦକର ବାଦୀ ସାଥି ମାନେ ଆୟୋଜନ କରିଥିଲେ |