ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି, ୭,୬୬୪ ପଦ ପୂରଣ ହେବ

ଓଡ଼ିଶାରେ ପୁଲିସ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ଏକ ଅଧିକୃତ ଆଦେଶ ଅନୁଯାୟୀ, କନଷ୍ଟେବଳ ଠାରୁ ଆରମ୍ଭ କରି ସବ୍‌-ଇନ୍ସପେକ୍ଟର ପର୍ଯ୍ୟନ୍ତ ମୋଟ ୭,୬୬୪ଟି ଖାଲି ପଦବୀର ନିଯୁକ୍ତି ପ୍ରକ୍ରିୟା ଏବେ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ୍ ମାଧ୍ୟମରେ କରାଯିବ। ଏହି ନିଷ୍ପତ୍ତି ରାଜ୍ୟର ହଜାର ହଜାର ଚାକିରି ପ୍ରାର୍ଥୀଙ୍କ ପାଇଁ ବଡ଼ ଆଶା ସୃଷ୍ଟି କରିଛି। ଗୃହ ବିଭାଗ ପକ୍ଷରୁ ଚିଠିରେ କୁହାଯାଇଛି ଯେ, ସରକାର ଗଭୀର ବିଚାରବିମର୍ଶ ପରେ ଏହି ନିଯୁକ୍ତି ଦାୟିତ୍ୱ ଙଟଝଝଝଉକୁ ଦେବାକୁ ଅନୁମୋଦନ କରିଛନ୍ତି। ଷ୍ଟାଫ୍ ସିଲେକ୍ସନ କମିଶନ୍ ସଚିବଙ୍କୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଆଦେଶ ଅନୁଯାୟୀ, ମୋଟ ଚାରି ପ୍ରକାର ପଦବୀରେ ନିଯୁକ୍ତି ହେବ। ସେଥିରେ ୩୦୦ଟି କନଷ୍ଟେବଳ (କମ୍ୟୁନିକେସନ୍‌) ପଦ, ୨,୨୧୨ଟି ଙଓଝୠ କନଷ୍ଟେବଳ ପଦ, ୪,୨୧୯ଟି ସିଭିଲ କନଷ୍ଟେବଳ ପଦ ଏବଂ ୯୩୩ଟି ଏସଆଇ ଓ ସେଇ କ୍ସବଦ୍ଭଳ ପଦ ରହିଛି। ଏହା ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ବଡ଼ ପୁଲିସ ନିଯୁକ୍ତି ପ୍ରକ୍ରିୟା ମଧ୍ୟରୁ ଗୋଟିଏ ବୋଲି ମନେ କରାଯାଉଛି। ସେହିପରି ପଦବୀଗୁଡ଼ିକରେ ନିଯୁକ୍ତି ପୂର୍ବରୁ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଅଧୀନରେ ରହିଥିଲାବେଳେ ବିଭିନ୍ନ କାରଣରୁ ସେହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନଥିଲା। ବିଶେଷ କରି ଏସଆଇ ପରୀକ୍ଷାରେ ବଡ ଦୁର୍ନୀତି ପଦାକୁ ଆସିଥିଲା। ଆଦେଶରେ ସ୍ପଷ୍ଟ କରାଯାଇଛି ଯେ, ଏସଆଇ ନିଯୁକ୍ତି ପାଇଁ ପୂର୍ବରୁ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ନୂତନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଏଥିପାଇଁ ପୁନର୍ବାର ଆବେଦନ କରିବା ଆବଶ୍ୟକ ପଡ଼ିବ କି ନାହିଁ, ସେନେଇ ପରବର୍ତ୍ତୀ ନିର୍ଦ୍ଦେଶିକାରେ ସ୍ପଷ୍ଟତା ଆସିବ ବୋଲି ଅନୁମାନ କରାଯାଉଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page