ଓଡିଶାରକଳା, ସଂସ୍କୃତି, ବୀରତ୍ୱଓଦେଶପ୍ରେମରଆଗ୍ନେୟବାର୍ତ୍ତା”ନମାମିମନ୍ଦାକିନୀନବବର୍ଷମହୋତ୍ସବ”

ସାରସ୍ୱତ ପ୍ରତିଭାଧାରୀ 25 ବ୍ୟକ୍ତିତ୍ୱଙ୍କୁସୁଯୋଗ୍ୟ ଓଡ଼ିଆ ସମ୍ମାନପ୍ରଦାନ

ଭୁବନେଶ୍ୱର ତା 14/04/26 ପବିତ୍ର ପଣା ସଂକ୍ରାନ୍ତି, ନବବର୍ଷ 2026  ଅବସରରେ “ନମାମି ମନ୍ଦାକିନୀ” ସାଂସ୍କୃତିକ ଅନୁଷ୍ଠାନ, ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ,ସୁବାର୍ତ୍ତା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ,ଓଡିଶା ନାଗରିକ ମହାମଞ୍ଚ ଆନୁକୂଲ୍ୟରେ ନବବର୍ଷ ପାଳନ ପରିପ୍ରେକ୍ଷୀରେ ପ୍ରାତଃ ବରପୁତ୍ର ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସ୍ମୃତିଚାରଣ ସହିତ ସଂକୀର୍ତ୍ତନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନା ଓ ସଭାପତିତ୍ବ ରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ବିଶ୍ୱମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସହିତ ଅନ୍ୟ ବରପୁତ୍ର ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ନବବର୍ଷର ଶୁଭାରମ୍ଭ କରାଯାଇଥିଲା l ଓଡିଶାର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ବୀରତ୍ୱ ସବୁଠାରୁ ମହାନ,ଶ୍ରେଷ୍ଠ ଓ ଓଡ଼ିଆ ମାନେ କୌଣସି କ୍ଷେତ୍ରରେ କମ ନୁହଁନ୍ତି ବୋଲି ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିବା ସହ ଆଜିର ପୀଢ଼ି ପୂର୍ବ ପୁରୁଷ ଓ ବରପୁତ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ l ଦିବାରେ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ସଂକୀର୍ତ୍ତନ ସାହିତ୍ୟ ସଭା ଅନୁଷ୍ଠିତ ହେବା ସହିତ ସାମୁହିକ ପଣା ବଣ୍ଟନ ହୋଇଥିଲା l

“ନମାମି ମନ୍ଦାକିନୀ ନବବର୍ଷ “କାର୍ଯ୍ୟକ୍ରମକୁ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀଙ୍କ ସହିତ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର,ସଂଗ୍ରାମ କୁମାର ପାଇକରାୟ ପ୍ରମୁଖ ନାରିକେଳ ବାଡେଇ ଉଦଘାଟନ କରିବା ବହୁ ସଂଖ୍ୟକ ଭାଷା, ସାହିତ୍ୟ ପ୍ରାଣ ଉପସ୍ଥିତ ରହି ନବବର୍ଷର ପ୍ରାସଙ୍ଗିକ ତା, ପୁଜ୍ୟ ପରମ୍ପରା, ସଂସ୍କୃତି ପ୍ରମୁଖ ସମ୍ପର୍କରେ ଆଲୋକପାତ କରିଥିଲେ l ସଂକୀର୍ତ୍ତନ ମଣ୍ଡଳୀ ମାଧବ ବେହେରାଙ୍କ ସଂଯୋଜନା ରେ ପଦଯାତ୍ରା ଦ୍ୱାରା ବିଭିନ୍ନ ବରପୁତ୍ର ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ lଏହି ଅବସରରେ କଳା, ସଂସ୍କୃତି ଆଧାରିତ ସଂଗୀତ, ନୃତ୍ୟ, ସାମରିକ ପାଇକ ବୀରତ୍ୱ ପରିବେଷଣ କରାଯାଇଥିଲା l ଅତିଥି ଭାବେ ଓଡିଶା ନାଗରିକ ମହାମଞ୍ଚ ଉପସଭାପତି, ଭାଷାପ୍ରାଣ ସଞ୍ଜୟ ବେହୁରା,ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ, ଭାଷାପ୍ରାଣ ଡ଼ଃ ବ୍ରଜବନ୍ଧୁ ପଣ୍ଡା, ସାହିତ୍ୟିକ,ସନ୍ଧ୍ୟାରେ ଉପସ୍ଥିତ ରହିବା ସହିତ ଏହିପରି କାର୍ଯ୍ୟକ୍ରମ ଆଗାମୀ ପୀଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି ମତ ବ୍ୟକ୍ତ କରିଥିଲେ l ଏହା ସହ ବିଭିନ୍ନ ସାରସ୍ୱତ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ “ସୁଯୋଗ୍ୟ ଓଡ଼ିଆ ସମ୍ମାନ -2026 ସମାଜସେବା କ୍ଷେତ୍ରରେ ନାରାୟଣ ଓଝା, ସାହିତ୍ୟ ସାରଙ୍ଗଧର ରାୟଗୁରୁ, ସଂଗୀତ ଶ୍ରୀକର ପାଢ଼ୀ, ଶିକ୍ଷା ସୁମନ୍ତ ଶତପଥୀ, ସମାଜସେବା ପ୍ରତାପ ସାହୁ, ଜ୍ୟୋତିର୍ବିତ ଅନ୍ତର୍ଜାମୀ ବାରିକ, ଗବେଷକ ରବୀନ୍ଦ୍ର କୁମାର ରଣା,ଲମ୍ବୋଧର ମହାରଣା,ବିଜୟ କୁମାର ପ୍ରଧାନ,ଗଦାଧର ଦାଶ,ସନ୍ତୋଷ ଲେଙ୍କା,ପ୍ରଦୀପ ବାରିକ,ପ୍ରଭାତ ସ୍ୱାଇଁ, ପ୍ରଶାନ୍ତ ପରିଡା, ଅଭୟ ସେନାପତି ଏହିପରି 25ଜଣଙ୍କୁ ପ୍ରଦାନ କରାଯାଇଥିଲା l 12 ଜଣ  ପ୍ରତିଭାଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା lକାର୍ଯ୍ୟକ୍ରମକୁ ମୁଖ ପାତ୍ର,ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କ ସହ କବି ସୁନୀଲ କୁମାର ମିଶ୍ର,ସୀତାଂଶୁ ଶେଖର ମହାରଣା,ବରୁଣ ରାଜ,  ମଦନ ମୋହନ ପାଢ଼ୀ,  ସରୋଜିନୀ ମିଶ୍ର,  ନାରାୟଣ ଖୁଣ୍ଟିଆ, ଶିଭମ ଅନୁଷ୍ଠାନର ବିଦ୍ୟାର୍ଥୀ ପରିଚାଳନା ଓ ସହଯୋଗ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page