ଭୁବନେଶ୍ୱର, ୨୮/୪: ଆଜି ଉକôଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ସଶକ୍ତ ଓଡ଼ିଶା ତରଫରୁ ସ୍ଥାନୀୟ ଉଜଚ ଛକ କାର୍ଯ୍ୟାଳୟଠାରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ମଧୁବାବୁଙ୍କ କାଳିଆ ଘୋଡ଼ା ପ୍ରବାଦକୁ ପ୍ରକାରାନ୍ତରେ କରାଗଲା । କାଳିଆ ଘୋଡ଼ାରେ ସଶକ୍ତ ଓଡ଼ିଶାର କର୍ମକ ର୍ାମାନେ ଉପସ୍ଥିତ ରହି କାଳିଆ ଘୋଡ଼ାରେ ପରିକ୍ରମା କରିବା ସହ ମଧୁବାବୁ ସମ୍ପର୍କରେ ଆଲୋକପାତ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ସଶକ୍ତ ଓଡ଼ିଶା ଆବାହକ ଶ୍ରୀ ବିଜୟ କୁମାର ପ୍ରଧାନଙ୍କ ସମେତ ଉପଦେଷ୍ଟା କୁଳମଣୀ ରାଉତ, ନବକିଶୋର

ପ୍ରଧାନ, ଶିକ୍ଷାବିତ୍ ନୃସିଂହ ଚରଣ ସାହୁ, ଆଇନ୍ଜୀବି ଆରତୀ ମିଶ୍ର, ସାମାଜିକକର୍ମୀ ରାଜମିତ୍ରା ପ୍ରହରାଜ, ରମେଶ ପାତାଳସିଂହ, ଦିଲ୍ଲିପ ପ୍ରଧାନ, ସାଧୁଚରଣ ବେହେରା, ଡମ୍ବରୁଧର ହରଣ ସିଂହ, ବଲାଙ୍ଗିର ଜିଲ୍ଲା ସଂଯୋଜିକା ମମତା ରଣା, ବିଭସô ମିର୍ଦ୍ଧା, ଅଇଁଠୁ ରଣା, ଉପସ୍ଥିତ ଥିଲେ ସଶକ୍ତ ଓଡ଼ିଶା ସଂଯୋଜିକା ଅନିତା ମଞ୍ଜରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ବିଜୟ କୁମାର ପ୍ରଧାନ ଆବାହକ,
ସଶକ୍ତ ଓଡ଼ିଶା ଭୁବନେଶ୍ୱର-୯୧୨୪୭୭୮୭୭୭