ଜନତା ମଇଦାନରେ ଚାଲିଛି ୧୩ତମ ଇଣ୍ଟରନେସନାଲ ଟ୍ରେଡ଼ ଫେୟାର


ଭୁବନେଶ୍ୱର,(ପ୍ରିୟବ୍ରତ ବାରିକ): ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ତରଫରୁ ୧୩ତମ ଇଣ୍ଟରନେସନାଲ ଟ୍ରେଡ଼ ଫେୟାର ଜନତା ମୈଦାନ ଭୁବନେଶ୍ୱର ଠାରେ ଆରମ୍ଭ ହୋଇଯାଇଛି । ଯେଉଁଠି ମିଳିବ ଆପଣ ମାନଙ୍କୁ ଅନେକ ନାମିଦାମୀ ବ୍ରାଣ୍ଡ ର ଫର୍ନିଚର । ଏହି ଟ୍ରେଡ୍ ଫେୟାରରେ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ କରାଯାଇଛି ସୋଫା, ବେଡ଼, ଡାଇନିଂ ସେଟ୍ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ନୂଆ ନୂଆ ଡିଜାଇନ ର ଡ୍ରେସ କୁର୍ତ୍ତୀ ଶାଢ଼ୀ ଏବଂ ହୋମ ଡେକୋରେଟ ସେଟ, ଇରାନରୁ ଆସିଥିବା ଫ୍ରୁଟ୍ସ ଆଇଟମ । ଦେଶ ବିଦେଶ ରୁ ଆସିଥିବା ଏକ ଲକ୍ଷ ପ୍ରଡକ୍ଟସ ସବୁ ।

ଏହାସହ ମହିଳା ତଥା ଯୁବ ପୀଢ଼ୀର ନାରୀମାନଙ୍କ ପାଇଁ ଅର୍ନାମେଣ୍ଟ ବା ଗହଣା, ସୁଜ୍‌, ଭ୍ୟାନିଟି ବ୍ୟାଗ୍‌, କାର୍ପେଟ ଏବଂ ଖାଇବା ପାଇଁ ଫୁଡ କୋଟ ର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ସଂଗୀତ ଡ୍ୟାନ୍ସ ମିଉଜିକର ମସ୍ତି । ଏପ୍ରିଲ୍ ୧୦ ତାରିଖ ଠାରୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଏହି ଟ୍ରେଡ଼ ଫେୟାର ପ୍ରତ୍ୟେକ ଦିନ ୨ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲୁ ରହୁଥିବା ଦେଖାଯାଇଛି। ବିଶେଷ ଆକର୍ଷଣ ଖାଇବା ପାଇଁ ଚମ୍ପାରଣ ମଟନ ଉପଲବ୍ଧ ବୋଲି ଆୟୋଜକ ପ୍ରକାଶ କରିଛନ୍ତି।

ଏଥିସହିତ ଅଟୋ ମୋବାଇଲର ସୋ ମଧ୍ୟ ଦେଖିବାକୁ ମିଳୁଛି। ଏହି ସୋରେ ବିଭିନ୍ନ ପ୍ରକାରର ମଡେଲ କାର୍ ପ୍ରଦର୍ଶନ ହେବା ସହ ବହୁ ମଡେଲର ବାଇକ ଏଠାରେ ଉପଲବ୍ଧ ବୋଲି ପ୍ରକାଶ କରିଛନ୍ତି ଆୟୋଜକ ଗୁପ୍ତା ଇଭେଂଟ୍ ମ୍ୟାନେଜମେଂଟର ମୁଖ୍ୟ।

ଭୁବନେଶ୍ୱରରୁ ପ୍ରିୟବ୍ରତ ବାରିକଙ୍କ ରିପୋର୍ଟ, ଉତ୍‌କଳ ବୁଲେଟିନ୍‌

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page