ଜାଗୃତିକା ତରଫରୁ ବିଷୁବ ମିଳନ ପାଳିତ ।

ଚିଲିକା,୧୫ ।୪: ଆଜି ନାଚୁଣୀ ସ୍ଥିତ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଜାଗୃତିକା ତରଫରୁ ଚଳିତ ବର୍ଷର ବିଷୁବ ମିଳନ ଉତ୍ସବ ଆଶିଷ ଭବନଠାରେ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଏକ ଭଜନ ସମାରୋହ ଓ ଆଧ୍ୟାତ୍ମିକ ଆଲୋଚନା ଚ଼କ୍ର ଅନୁଷ୍ଠାନର ସଭାପତି ଗଙ୍ଗାଧର ପ୍ରଧାନଙ୍କ ପୌରୋହିତରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନା ଚକ୍ରରେ ନାଚୁଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରାଜକିଶୋର ସାହୁ, ପଣ୍ଡିତ ଭବାନୀ ଶଙ୍କର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମର୍ଦ୍ଧରାଜ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ଯୁବଜ୍ୟୋତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି,ନୀଳକଣ୍ଠ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ନନ୍ଦ, ଶିକ୍ଷକ ଦୁର୍ଯ୍ୟୋଧନ ପ୍ରଧାନ, ପୂର୍ବତନ ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ତ୍ରିପାଠୀ, ନାଚୁଣୀ କଲେଜ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ଶିକ୍ଷକ ରଞ୍ଜିତ କୁମାର ସାହୁ,ସୁରେଶ ଚନ୍ଦ୍ର ହୋତା, ପ୍ରଭାତ କୁମାର ମାନଧାତା,ପୁରୁଷୋତ୍ତମ ମିଶ୍ର, ବେଣୁଧର ସାହୁ, ହାଡ଼ିବନ୍ଧୁ ବେହେରା ଓ କୈଳାସ ବେହେରା ପ୍ରମୁଖ ଯୋଗ ଦେଇ ମହା ବିଷୁବ ମିଳନ, ହନୁମାନ ଜୟନ୍ତ୍ରୀ ଓ ପଣା ସଂକ୍ରାନ୍ତୀ ଉପରେ କହିଥିଲେ। ଏତଦବ୍ୟତୀତ ଭଜନ ସମାରୋହ ହୋଇଥିଲା । ଏହାକୁ ସଂଯୋଜନା କରିଥିଲେ ଜାଗୃତିକାର ସଂପାଦକ ବିରଞ୍ଚି ପ୍ରସାଦ ନାୟକ। ପରିଶେଷରେ ବିଷୁବ ମିଳନରେ ଯୋଗ ଦେଇଥିବା ସମସ୍ତଙ୍କୁ ପଣାରେ ଆପ୍ୟାହିତ କରାଯାଇଥିଲା ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page