ବେତନଟୀ: ବେତନଟୀ ବ୍ଲକରେ ପଞ୍ଚାୟତ ସମିତିର ସ୍ୱତନ୍ତ୍ର ବୈଠକ ସୋମବାର ଦିନ ୧୧ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ହେଲେ ଏହି ବ୍ଲକସ୍ତରୀୟ ମିଟିଂ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ଙ୍କୁ ନେଇ ହୋଇ ଥିବା ବ୍ଲକ ମିଡ଼ିଆ ହ୍ୱାଟ୍ସଅପ ଗ୍ରୁପରେ ୧୫ମିନିଟ ପୂର୍ବରୁ ବେତନଟୀ ବ୍ଲକ ସହକାରୀ ଯନ୍ତ୍ରୀ ସୌମ୍ୟଶ୍ରୀ ଭୋଇଙ୍କ ପକ୍ଷରୁ ଖବର ଦେବା ଘଟଣା ସାମ୍ବାଦିକଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବେତନଟୀ ବ୍ଲକ ବିଡ଼ିଓଙ୍କ ପକ୍ଷରୁ ସୋମବାର ହେବାକୁ ଥିବା ପଞ୍ଚାୟତ ସମିତି ବୈଠକ ପାଇଁ ଗତ ୮ ଫେବୃଆରୀରେ ଚିଠି ନମ୍ବର ୩୭୬ ରେ ସମସ୍ତ ଅଧିକାରୀମାନଙ୍କୁ ସୂଚନା ଦିଆ ଯାଇଥିବା ବେଳେ ମିଟିଂ ପାଇଁ ୧୫ମିନିଟ ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଦେବା ନେଇ ସାମ୍ୱାଦିକମାନଙ୍କୁ ଏକ ପ୍ରକାର ବ୍ଲକ ପ୍ରଶାସନ ହେୟ ଜ୍ଞାନ କରୁଥିବା ଜଣାପଡିଛି। କାହା ସ୍ୱାର୍ଥରେ ପ୍ରତିନିଧିଙ୍କୁ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଗୁଡିକ ଠିକ ସମୟରେ ଦିଆ ଯାଉନାହିଁ ତାହା ଜଣାପଡ଼ୁନାହିଁ। ଏହି ପଞ୍ଚାୟତ ସମିତି ବୈଠକରେ ବଡ଼ସାହି ବିଧାୟକସନାତନ ବିଜୁଳି , ବ୍ଲକ ବିଡିଓ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ, ତଥା ସମସ୍ତ ଅଫିସର ଅଧିକାରୀମାନଙ୍କୁ ବହୁ ଦିନରୁ ଖବର ମିଳିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଏପରି ବ୍ୟବସ୍ଥା କାହିଁକି ତାହା ବୁଝା ପଡୁନାହିଁ। ମିଟିଂରେ ସମସ୍ତ ଅତିଥି, ସମସ୍ତ ପି ଆର ଆଇ ମେମ୍ବର ଓ ସମସ୍ତ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିବା ବେଳେ ସାମ୍ନାରେ ସାମ୍ବାଦିକଙ୍କ ପାଇଁ ପଡ଼ିଥିବା ଚେୟାର ଗୁଡିକ ଫାଙ୍କା ପଡ଼ିଥିବା ସୂଚନା ମିଳିଥିଲା। ତେବେ ଗଣମାଧ୍ୟମକୁ ଏହି କାର୍ଯ୍ୟକ୍ରମକୁ ନ ଡକେଇବା ପାଇଁ ଏକ ବିକଳ୍ପ ଉଦ୍ୟମ ହୋଇଥିବା ବୋଲି ସନ୍ଦେହ କରାଯାଇଛି । ବେତନଟୀ ବ୍ଲକର ବିଡ଼ିଓ ସୁଶାନ୍ତ କୁମାର ସୁତାର ୧୬ଦିନ ପୂର୍ବରୁ ସମସ୍ତ ଅଧିକାରୀ, ବିଧାୟକ ଓ ସାଂସଦଙ୍କୁ ଏକକିତ ନକଲ ଦେବାର ବ୍ୟବସ୍ଥା ରଖିଥିବା ବେଳେ ସାମ୍ବାଦିକ ମାନଙ୍କୁ ବୈଠକ ଆରମ୍ଭର ୧୫ମିନିଟ ପୂର୍ବରୁ ସୂଚନା ଦେବାର ଉଦେଶ୍ୟ ବୁଝା ପଡୁନାହିଁ। ପୂର୍ବରୁ ମଧ୍ୟ ବ୍ଲକସ୍ତରୀୟ ବୈଠକରେ ବହୁବାର ଏପରି ଘଟଣା ଘଟିଛି । ସାମ୍ବାଦିକମାନଙ୍କୁ ବ୍ଲକ ପ୍ରଶାସନ ଖବର ଆଢୁଆଳରେ ରଖିବା ପାଇଁ ବାରମ୍ବାର ଉଦ୍ୟମ କରୁଛନ୍ତି। ବହୁ ସାମ୍ବାଦିକ ବ୍ଲକ ମିଡ଼ିଆ ୱାଟ୍ସଆପ ଗ୍ରୁପରେ ନଥିବା ନେଇ ମଧ୍ୟ ନିଜ ନିଜର ଅଭିଯୋଗ ଜଣାଇଛି। ଏସମ୍ପର୍କରେ ବେତନଟୀ ବିଡ଼ିଓ ସୁଶାନ୍ତ କୁମାର ସୁତାର କହିଥିଲେ ଯେ ଆମେ ଯାହାକୁ ସୂଚନା ଦେବା ପାଇଁ ଦାୟିତ୍ୱ ଦେଇଥିଲୁ ସେ କରିନାହାନ୍ତି, ପରବର୍ତ୍ତୀ ମିଟିଂରେ ଆଉ ସେଭଳି ଭୁଲ ହେବ ନାହିଁ।
ପଞ୍ଚାୟତ ସମିତି ମିଟିଂରେ ସାମ୍ବାଦିକମାନଙ୍କୁ ଅଣଦେଖା ହୋଇଥିବା ଅଭିଯୋଗ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଫ୍ଲାଟ ବିକ୍ରି ଠକକୁ ଗୁଜୁରାଟରୁ ଧରିଲା ଧଉଳି ପୁଲିସ
ବାଲିଅନ୍ତା,୧୭|୬:ଜଣେ ମହିଳାଙ୍କୁ ଫ୍ଲାଟ ବିକ୍ରୀ କରିବାପାଇଁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଧଉଳି ଥାନା ପୁଲିସ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛ l ଗିରଫ ଅଭିଯୁକ୍ତ ହେଲେ ଗୁଜୁରାଟ ନଖତ୍ରାଣ ଥାନା ଭାଦଳୀ ଗ୍ରାମର ଶ୍ୟାମଜୀ ଭାଇଙ୍କ ପୁଅ
ବହି ବିଭ୍ରାଟର ହାଇକୋର୍ଟ ଜଜଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ହେଉ : ଓଡିଶା ଅଭିଭାବକ ମହାସଂଘ
ପୂର୍ବତନ ସଚିବ ଶାଳିନୀ ପଣ୍ଡିତ ଓ ନିର୍ଦେଶକ ମନୋଜ ପାଢୀତଦନ୍ତ ଅନ୍ତର୍ଭୁକ୍ତ ହୁଅନ୍ତୁଭୁବନେଶ୍ୱର ତା 17 ରିଖ l ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯୋଗା ଯାଇଥିବା ପାଠ୍ୟପୁସ୍ତକରେ ୧୭୮୧ ରୁ ଅଧିକ ତ୍ରୁଟି ଦେଖାଯାଇଛି। ଏହି ଅସମ୍ବେଦନଶୀଳ ଓ ଅତ୍ୟନ୍ତ
ଉଦଯାପିତ ହେଲା ଶିଶୁପାଳଗଡ଼ ରଜ ମହୋତ୍ସବ ।(ଘୋଡ଼ା ନାଚ, କମେଡି, କୁଲଦୀପଙ୍କ ସଙ୍ଗୀତରେ ମଞ୍ଚ ଦୁଲିକିଲା)
ବାଲିଅନ୍ତା, ୧୬/୦୬(ଗୋବର୍ଦ୍ଧନ ଦାସ):- ଶିଶୁପାଳଗଡ଼ ଦୁର୍ଗାପୂବଜା ପଡ଼ିଆରେ ଆୟୋଜିତ ତିନିଦିନିଆ ରଜ ମହୋତ୍ସବ-୨୦୨୬ ର ଉଦଯାପନି ସଂନ୍ଧ୍ୟାରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଟାନିକ ବାବେ କାର୍ଯ୍ୟକର୍ମକୁ
ଅରୁଣା ଆଲୋକ କ୍ଳବ ପକ୍ଷରୁ ରଜ ମହୋତ୍ସବ
ବାଲିଅନ୍ତା,୧୬|୬(ଗୋବର୍ଦ୍ଧନ ଦାସ):ବାଳକାଟି ରଥିଜେମା କୁଆଖାଇ ନଦୀ ପଠାରେ ଅରୁଣାଆଲୋକ କ୍ଳବ ପକ୍ଷରୁ ୩ ଦିନ ଧରି ଚାଲିଥିବା ରଜ ମହୋତ୍ସବ ଆଜିର ଉଦଯାପିତ ହୋଇଯାଇଛି l କ୍ଳବର ସଭାପତି ବିଜୟ କୁମାର ବେହେରା ଓ ସମ୍ପାଦକ ଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ସରପଞ୍ଚ ଚାମେଲି ଓଝା ନିର୍ଯ୍ୟାତନାରେ ସେବା ପ୍ରତିନିଧିର ପ୍ରତିବାଦ
ଜଣେ ଉଚ୍ଚ ସମ୍ପନ୍ନ ନାରୀ ,ସେ ପୁଣି ଜନପ୍ରତିନିଧି ସରପଞ୍ଚ ,ନାମ ଚାମେଲି ଓଝା। ସବୁ ସ୍ତରରେ ସରକାର ସହଯୋଗର ହାତ ବଢ଼ାଇବା କଥା।ତା' ପରିବର୍ତ୍ତେ ଯେଉଁମାନେ ରାଜସ୍ଵ ରୁ ଅର୍ଥ ନେଇ ପ୍ରତିପୋଷଣ ହେଉଛନ୍ତି ସେ ଜନପ୍ରତିନିଧି ବା ସରପଞ୍ଚଙ୍କ
ରଜର ରାଣୀ ହେଲେ ଅର୍ପିତା ନାୟକବିଜେତାଙ୍କୁ ୫ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ
ବାଲିଅନ୍ତା ୧୬/୦୬:- (ଗୋବର୍ଦ୍ଧନ ଦାସ):- ଓଡ଼ିଶାର ଗଣପର୍ବ ପବିତ୍ର ରଜ ମହୋତ୍ସବ ଅବସରରେ ଗ୍ରୀନ ଜୟଦେବ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଗଡ଼କଣ୍ଟୁଣିଆ ସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠ ନିକଟରେ ୫ମ ରଜ ମହୋତ୍ସବ ଆଡ଼ମ୍ବର ସହକାରେ ଉଦଯାପିତ ହୋଇଯାଇଛି। ଓଡ଼ିଆ
ନୂଆଗାଁରେ ପାମେଲା ଓ ଧଉଳିରେ ଇରାଙ୍କ ଗୀତରେ ଝୁମିଲେ ଦର୍ଶକନୂଆଗାଁ ଓ ଧଉଳି ବିକାଶ ମଞ୍ଚରେ ରଜ ମହୋତ୍ସବ ଉଦଯାପିତ
ବାଲିଅନ୍ତା,୧୬|୬(ଗୋବର୍ଦ୍ଧନ ଦାସ):ରଜ ପର୍ବର ଶେଷ ଦିନରେ ଧଉଳି ବିକାଶ ମଞ୍ଚରେ ଓଲିଉଡ଼ର ପ୍ରଖ୍ୟାତ କଣ୍ଠଶିଳ୍ପୀ ଇରା ମହାନ୍ତି ଏବଂ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚରେ ବଲିଉଡର ଖ୍ୟାତିସମ୍ପର୍ଣ୍ଣ କଣ୍ଠଶିଳ୍ପୀ ପାମିଲା ଜୈନଙ୍କ ଗୀତରେ ଝୁମିଛନ୍ତି ଦର୍ଶକ l ୨ କଣ୍ଠଶିଳ୍ପୀ ଗୋଟାକ
ରଜ ଉପଲକ୍ଷେ ବିଦ୍ୟାଳୟ ପରିସର ସଫେଇ
ଭୁବନ: ଓଡ଼ିଶାର ଗଣପର୍ବ ତଥା କୃଷିର ପର୍ବ ରଜ ଅବସରରେ ସାରା ଓଡ଼ିଶା ଉତ୍ସବ ମୁଖର। ଏହି ରଜ ଉତ୍ସବ ଉପଲକ୍ଷେ ଢ଼େଙ୍କାନାଳ ଜିଲ୍ଳା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଦେଖିବାକୁ ମିଳିଛି ସଫେଇ କାର୍ଯ୍ୟକ୍ରମ। ଏହି ସଫେଇ କାର୍ଯ୍ୟକ୍ରମକୁ
ବଉଳାବନ୍ଧରେ ଭାଗବତ ପ୍ରବଚନ କାର୍ଯ୍ୟକ୍ରମ ।
ଚିଲିକା,୧୬ I୬:ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମର ମଙ୍ଗରାଜପୁର ଠାରେ ପ୍ରତି ସଂକ୍ରାନ୍ତୀରେ ଅନୁଷ୍ଠିତ ହେଉଥିବା ଭାଗବତ ପ୍ରବଚନ କାର୍ଯ୍ୟକ୍ରମର ଅଂଶ ସ୍ଵରୂପ ଚ଼ଳିତ ମାସ ରଜସଂକ୍ରାନ୍ତୀ ଦିନ ଅନୁଷ୍ଠିତ ହୋଇଯାଇଅଛି । ସଂନ୍ଧ୍ୟା ସମୟରେ ଭାଗବତ ପାଠ ଓ ନାମ
ଓଡ଼ିଆ ଭାଷା,ସାହିତ୍ୟର କର୍ଣ୍ଣଧାର ଥିଲେ ବ୍ୟାସକବି ଫକୀର ମୋହନ ସେନାପତି
ଭୁବନେଶ୍ୱର ତା 15/06/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବ୍ୟାସକବି ଫକୀର ମୋହନ ସେନାପତି ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ ବାଣୀବିହାର ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରାଣ, ମହାନ କଥାକାର ବ୍ୟାସକବି ଫକୀର ମୋହନ ସେନାପତିଙ୍କ
ଧଉଳି ବିକାଶ ମଞ୍ଚର ଦ୍ଵିତୀୟ ରଜ ସମାରୋହରୁକସାନା ଗୀତରେ ଦର୍ଶକ ବିଭୋର
ବାଲିଅନ୍ତା,୧୫|୬(ଗୋବର୍ଦ୍ଧନ ଦାସ):ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳି ପାଦଦେଶରେ ଧଉଳି ବିକାଶ ମଞ୍ଚ ପକ୍ଷରୁ ଦ୍ଵିତୀୟ ରଜ ମହୋତ୍ସବ ମହାସମାହୋରରେ ଅନୁଷ୍ଠିତ ହୋଇଯାଇଛି l ଉପଦେଷ୍ଟା ରହିନ୍ଦ୍ର କୁମାର ପାତ୍ର ଏବଂ ଆବାହକ ଚିନ୍ମୟ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି
ଗ୍ରୀନ ଜୟଦେବ ଫାଉଣ୍ଡେସନର ୫ମ ରଜ ମହୋତ୍ସବ ଅନୁଷ୍ଠିତ
୧୬/୦୬(ଗୋବର୍ଦ୍ଧନ ଦାସ):-ଓଡ଼ିଶାର ଗଣପର୍ବ ପବିତ୍ର ରଜ ମହୋତ୍ସବ ଅବସରରେ ଗ୍ରୀନ ଜୟଦେବ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଗଡ଼କଣ୍ଟୁଣିଆ ସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠ ନିକଟରେ ୫ମ ରଜ ମହୋତ୍ସବ ଆଡ଼ମ୍ବର ସହକାରେ ଉଦଘାଟିତ ହୋଇଯାଇଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାର
ଶିଶୁପାଳଗଡ଼ ରଜ ମହୋତ୍ସବ -୨୦୨୬ ଦ୍ୱିତୀୟ ସଂନ୍ଧ୍ୟା
ବାଲିଅନ୍ତା, ୧୫/୦୬/(ଗୋବର୍ଦ୍ଧନ ଦାସ):- ଶିଶୁପାଳଗଡ଼ ଦୁର୍ଗାପୂବଜା ପଡ଼ିଆରେ ଆୟୋଜିତ ତିନିଦିନିଆ ରଜ ମହୋତ୍ସବ-୨୦୨୬ ର ଦ୍ୱିତୀୟ ସଂନ୍ଧ୍ୟାରେ ପୁରୀ ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଟାନିକ
ଓଡ଼ିଆ ଭାଷା,ସାହିତ୍ୟର କର୍ଣ୍ଣଧାର ଥିଲେ ବ୍ୟାସକବି ଫକୀର ମୋହନ ସେନାପତି
ଭୁବନେଶ୍ୱର ତା 15/06/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବ୍ୟାସକବି ଫକୀର ମୋହନ ସେନାପତି ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ ବାଣୀବିହାର ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରାଣ, ମହାନ କଥାକାର ବ୍ୟାସକବି ଫକୀର ମୋହନ ସେନାପତିଙ୍କ
ଐତିହ୍ୟ ସ୍ଥଳରେ ଧୁମଧାମରେ ପାଳିଲେ ପହିଲି ରଜ
ବାଲିଅନ୍ତା,୧୪|୬(ଗୋବର୍ଦ୍ଧନ ଦାସ ): ଐତିହ୍ୟ ସ୍ଥଳି ଧଉଳି ଗୋପୀନାଥପୁର ମହିଳା ମହାସଂଘ ପକ୍ଷରୁ ୧0 ମ ରଜ ମହୋତ୍ସବ ପାଳିତ ହୋଇଯାଇଛି । ରଶ୍ମିପ୍ରଭା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହୋତ୍ସବରେ ‘କାପୋକ’ର ଅଧକ୍ଷ ସଂଗ୍ରାମ କେଶରୀ ପାଇକରାୟ ମୁଖ୍ୟ ଅତିଥି
ଶିଶୁପାଳଗଡ଼ରେ ଧୁମଧାମରେ ପାଳିତ ହେଲା ରଜ ମହୋତ୍ସବ-୨୦୨୬
ବାଲିଅନ୍ତା,୧୪|୬(ଗୋବର୍ଦ୍ଧନ ଦାସ):ଆମ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ହେଉଛି ରଜ l ଏହାକୁ ଛୋଟ ଠାରୁ ବୟସ୍କ ପର୍ଯ୍ୟନ୍ତ ପାଳନ କରନ୍ତି l ଖାସକରି ଯୁବତୀ ଓ ମହିଳା ମାନେ ଏହି ପର୍ବ ପାଳନ କରିଥାନ୍ତି ବୋଲି ଶିଶୁପାଳଗଡ଼ ଦଶହରା
କୁଶଭଦ୍ରା ନଦୀ ପୁନଃରୁଦ୍ଧାର ପାଇଁ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀଙ୍କ ସହିତ ଆଲୋଚନା
ରାମଚନ୍ଦ୍ରପୁର ବ୍ୟାରେଜ ନିର୍ମାଣ କାମକୁ ଶୀଘ୍ର ସାରିବା ସହିତ ନଦୀର ମୁହାଣ ଖୋଲିବାକୁ ଦାବି l ଭୁବନେଶ୍ୱର ତା 14 l 6 l ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ଶ୍ରୀଯୁକ୍ତ ସୁଦର୍ଶନ ଦାସ ଙ୍କ ନେତୃତ୍ୱ ରେ "କୁଶଭଦ୍ରା
ଶିଶୁପାଳଗଡ଼ରେ ହେବ ପ୍ରଥମ ରଜମହୋତ୍ସବ
ବାଲିଅନ୍ତା,୧୨|୬(ଗୋବର୍ଦ୍ଧନ ଦାସ):ଶିଶୁପାଳଗଡ଼ ଗ୍ରାମର ଦଧିବାମନଦେବ ସେବା ସମିତି ପକ୍ଷରୁ ଚଳିତବର୍ଷ ପ୍ରଥମ ରଜ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି l ଏନେଇ ଆଜି ଆୟୋଜକଙ୍କ ପକ୍ଷରୁ ହୋଟେଲ ଚାନ୍ସଲରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଓଡିଶାର ଗଣପର୍ବ ରଜ
ଶ୍ୟାମପ୍ରିୟା କଳା ସଂସ୍ଥାନ , ଦିଲ୍ଲୀ ପକ୍ଷରୁ summer workshop ra closing ceremony
Bhubaneswar-: ୟୁନିଟ୍ ୪ସ୍ଥିତ , ବୁଦ୍ଧ ମନ୍ଦିରର ନୁତନ ପ୍ରେକ୍ଷାଳୟ ଠାରେ , ଗତ ଜୁନ୍ ୧୦ତାରିଖ ଦିନ ଶ୍ୟାମପ୍ରିୟା କଳା ସଂସ୍ଥାନ , ଦିଲ୍ଲୀ ପକ୍ଷରୁ summer workshop ra closing ceremony ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ଏହି
ଯୁବ ସାମ୍ବାଦିକ ପବିତ୍ର ଗୌଡ଼ ଥିଲେ ଜଣେ ଦକ୍ଷ, ନିଷ୍ଠାପର ସରଳ ବ୍ୟକ୍ତିତ୍ୱର ଅଧିକାରୀ
ଭୁବନେଶ୍ୱର ତା 10/06/26 ଯୁବ ସାମ୍ବାଦିକ, ଗାଳ୍ପିକ, ସିନେ ସମୀକ୍ଷକ,ସ୍ବର୍ଗତ ପବିତ୍ର କୁମାର ଗୌଡ଼ଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନ ସ୍ଥିତ, ପ୍ରଦର୍ଶନୀ କକ୍ଷରେ "ସାମ୍ବାଦିକ ପବିତ୍ର କୁମାର ଗୌଡ଼ ସ୍ମୃତି କମିଟି "ପକ୍ଷରୁ ସାମ୍ବାଦିକ ତଥା
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ଫ୍ଲାଟ ବିକ୍ରି ଠକକୁ ଗୁଜୁରାଟରୁ ଧରିଲା ଧଉଳି ପୁଲିସ