ପିଏମଶ୍ରୀ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସିପ୍ରାରାଣୀ ଦ୍ୱାରୀ ବୋଲଗଡ଼ ବ୍ଲକରେ ଟପର୍ |

ଚିଲିକା,୩।୪:ଓଡ଼ିଶା ମାଧ୍ଯମିକ ଶିକ୍ଷା ବୋଡର୨୦୨୬ ବାର୍ଷିକ ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଯାଇଛି। ବୋଲଗଡ ଗୋଷ୍ଠୀ ଶିକ୍ଷା କାଯ୍ୟାଳୟ ଅନ୍ତର୍ଗତ ୨୯ଟି ମାଧ୍ଯମିକ ବିଦ୍ୟାଳୟର ସମୁଦାୟ ୧୫୭୯ଜଣ ବିଦ୍ୟାର୍ଥୀ ହାଇସ୍କୁଲ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ପରୀକ୍ଷା ରେ ୧୫୦୪ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି। ବ୍ଲକର ଶତକଡା ପାସହାର ୯୫.୨୫ ରହିଛି । ଏ୧ ଗ୍ରେଡରେ ୭ ଜଣ, ଏ୨ ରେ ୫୮ , ବି୧ ରେ ୧୩୯ , ବି୨ ରେ ୨୬୩ , ସି ଗ୍ରେଡ୍ ରେ ୩୭୭ , ଡି ଗ୍ରେଡ୍ ରେ ୩୭୬ ଏବଂ ଇ ଗ୍ରେଡ୍ ରେ ୨୮୪ ଜଣ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଛନ୍ତି। ପିଏମଶ୍ରୀ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସିପ୍ରାରାଣୀ ଦ୍ବାରୀ ୫୫୯ନମ୍ବର ରଖି ବ୍ଲକ ଟପ୍ପର ହୋଇଥିବା ବେଳେ ସରକାରୀ ଉଚ୍ଚ ବିଦ୍ୟାଳୟ, ବୋଲଗଡ ର ଛାତ୍ରୀ ପ୍ରଞାପରମିତା ପ୍ରଧାନ ୫୫୪ ନମ୍ବର , ସଂପୁର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ଭବସ୍ମିତା ମଙ୍ଗରାଜ ୫୪୭ ନମ୍ବର, ଆରିକମା ସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଜୀତନ ମହାରଣା ୫୪୦ ନମ୍ବରର, ଟାଙ୍ଗିସାହି ସ୍ଥିତ ରଘୁନାଥ ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଚିନ୍ମୟ କୁମାର ପରିଡ଼ା ୫୪୦ ନମ୍ବର, ମୁଗମଣ୍ଡା ସ୍ଥିତ ଦେବଗୁରୁ ଆଦର୍ଶ ବିଦ୍ୟାଳୟର ଛାତ୍ର ଓମ ନାରାୟଣ ପ୍ରଧାନ ଓ ଛାତ୍ରୀ ସ୍ମୁତିସ୍ମିତା ଗଣ୍ଠିଆ ଉଭୟ ୫୪୦ ନମ୍ବର ରଖି ଏ୧ ଗ୍ରେଡ୍ ନମ୍ବରରେ ଉତୀର୍ଣ୍ଣ ହୋଇଛନ୍ତି। ୬ଗୋଟି ବିଦ୍ୟାଳୟର ଶତପ୍ରତିଶତ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ପାସ ହୋଇଛନ୍ତି। ବୋଲଗଡ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ସମସ୍ତ ତଥ୍ଯ ସୂଚନା ପ୍ରଦାନ କରି ଉତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ଯତ କାମନା କରିଛନ୍ତି।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page