ପ୍ରଧାନ ମନ୍ତ୍ରୀ ସଡକ  ଯୋଜନାରେ  ଘୋର ଅନିୟମିତତା

କଳାହାଣ୍ଡି, (ଜଗନ୍ନାଥ ନାଏକ) : କେନ୍ଦ୍ର  ଓ ରାଜ୍ୟ ସରକାର ଜନ ସାଧାରଣ ଗମନାଗମନ ସୁବିଧା ପାଇଁ ପାହାଡ଼  ପର୍ବତ ଘେରା ଘଞ୍ଚ ଜଙ୍ଗଲ ଠାରୁ ସହର୍ ପର୍ଯ୍ୟନ୍ତ ପକ୍କାରାସ୍ତା ନିର୍ମାଣ କାର୍ଯ୍ୟ କରିଚାଲିଛନ୍ତି । ତତଦ୍ବାରା ଆମ୍ବୁଲେନ୍ସ, ବସ ସେବା ଜନସାଧାରଣ ଯିବା ଆସିବା ସୁବିଧାରେ କରି ପାରିବେ । ଗ୍ରାମୀଣ ସଡ଼କ ଯୋଜନାରେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ  ଚାଲିଛି କାମ । କଳାହାଣ୍ଡି ଜିଲ୍ଲାର ମଦନ ପୁର ରାମପୁର ବ୍ଲକ ଅନ୍ତର୍ଗତ ନୁନପୁର ଗ୍ରାମ ପଞ୍ଚାୟତର ର ତୁଜୁଙ୍ଗ ଛକ ଦେଇ ମାଣିଙ୍ଗ ନଳା, ସିଡିଙ୍କ ପଦର ଦେଇ ବଗଵେଡା ରାସ୍ତା ନିର୍ମାଣ କାମ ଦଶ ଦିନ ହୋଇଛି, ହେଲେ ନିମ୍ନ ମାନର ପିଚୁ କାମ ଯୋଗୁଁ ପିଚୁ ବାହାରି ପଡ଼ୁଛି ଓ ପୂର୍ବ ଥର ହୋଇଥିବା ପିଚୁର ମାଟି ଦେଖାଯାଉଛି ,ବିନା ସଫେଇରେ

ପିଚୁ ଢଲାଯାଇଛି ଯାହା ଫଳରେ ଦୁଇ ଚକିଆ, ଚାରି ଚକିଆ ଯାନବାହନ ଚଳାଚଳ ହେଲେ ରାସ୍ତା ଉପରେ ପିଚୁ କିଛି ରହିବ ନାହିଁ ବୋଲି ଆଶଙ୍କା କରୁଛନ୍ତି, ଅଞ୍ଚଳ ବାସି । ଆମେ କହୁ ନାହୁଁ ଆଜ୍ଞା, କହୁଛନ୍ତି ଅଞ୍ଚଳର ଜନ ସାଧାରଣ।ଦୁଇ ଇଞ୍ଚରୁ ମୋଟା ବଜିରୀ ମିଶ୍ରିତ ପୀଚ ପରିବର୍ତ୍ତେ ଦୁଇ ସେଣ୍ଟି ମିଟର ପିଚୁ କାମ ହୋଇଛି ଓ ରୋଲର ଗାଡ଼ି ମଧ୍ୟ ଠିକ୍ ସେ ନିୟୋଜିତ ହୋଇନାହିଁ। ଭଲ ଭାବରେ ଅନୁମାନ କରିପାରୁଥିଵେ କେଉଁ ମାନର ଦ୍ରୁନୀତି କାମ ଚାଲିଛି । ଠିକାଦାର ଅତି ନିମ୍ନମାନର କାମ କରିଥିବାରୁ ପିଚୁ ଉଠିଯାଉଛି, ଫୋନ୍ ଯୋଗେ RDବିଭାଗିୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଫୋନ ଉଠାଇଲେ ନାହଁ ।ଜନତା କହୁଛନ୍ତି ଯେ ଆମ୍ଭମାନଙ୍କ ପରି ଗରିବ ଆଦିବାସୀ ମାନଙ୍କର ଟିକସ ଟଙ୍କା ରେ ରାସ୍ତା କାମ ହେଉଛି କିନ୍ତୁ ଠିକାଦାର ମାଳେମାଳ ।ପ୍ରଶ୍ନ ଉଠୁଛି ବିଭାଗୀୟ କର୍ମଚାରୀ ଓ ଠିକାଦାର ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ଏଣୁ ଆମ ସରକାର ଜନତା ସରକାରଙ୍କ ତରଫରୁ ଉପରିସ୍ଥ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇ ସମ୍ପୁର୍ଣ୍ଣ ରାସ୍ତା କୁ ପୁନର୍ବାର ସରକାର ଙ୍କ ନିୟମ ଅନୁସାରେ ପାଳନ କରି ପକ୍କା ରାସ୍ତା ନିର୍ମାଣ ପାଇଁ  ଆଦିବାସୀ ସଂଗଠନ ଜିଲ୍ଲା ସଭାପତି ପ୍ରକାଶ ମାଝୀ, ଆଦିବାସୀ ଓ ହରିଜନ ସମାଜର ସମ୍ପାଦକ କଲ୍ୟାସ ମାଝୀ ,ଗୟା ମାଝୀ , ସମାଜସେବୀ ହେମସାଗର ସାହୁ, ଜଗଦିଶ ସାହୁ, ୱର୍ଡ ମେମ୍ବର ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମାଁ ପ୍ରମୂଖ  ନିମ୍ମମାନ ର କାମ   ପରିବର୍ତ୍ତନ କରି ଉପଯୁକ୍ତ ମାନ ର କାମ କରିବାପାଇଁ  ଓ
ସରକାରୀ ଟଙ୍କା ଲୁଟ୍ କରିବାକୁ ଉଦ୍ୟମ  ଏ ପରି ଦୃନୀତି ଖୋର ଠିକାଦାର କୁ ଠିକା କାମରୁ ନିବୃତ୍ତ କରିବାକୁ ପାଇଁ ମତ ପ୍ରକାଶ କରିଛନ୍ତି ।।   ‌‌

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page