ଫସଲ ପାଇଁ ବିକ୍ଷପ

ବାଲିଅନ୍ତା ୨୦/୦୪ ଗୋବର୍ଦ୍ଧନ ଦାସ:- ଭୁବନେଶ୍ୱର ପୈ।ର ମହାନଗର ନିଗମର ଓ୍ଵାର୍ଡ ନମ୍ବର ୬୭ ରେ ସୁନ୍ଦରପଦା ଅବସ୍ଥିତ। ଆଜି ପବିତ୍ର ଅକ୍ଷୟ ତୃତୀୟା।। କୃଷି ପ୍ରଧାନ ରାଜ୍ୟ ଓଡ଼ିଶା। ଅକ୍ଷୟ ତୃତୀୟା ଅବସରରେ ବିଭିନ୍ନ ସ୍ଥାନରେ କୃଷି କାର୍ଯ୍ୟ ବା ଅକ୍ଷିମୁଠି ଅନୁକୂଳ ହୋଇଥାଏ। ଦୁଃଖ ଓ କ୍ଷୋଭର ବିଷୟ ସୁନ୍ଦରପଦା ଅଞ୍ଚଳରେ ଏକର ଏକର କୃଷି କ୍ଷେତ୍ର ବର୍ଷ ବର୍ଷ ଧରି ପଡ଼ିଆ ହୋଇ ପଡ଼ିରହିଛି। ଥରକୁ ଥର ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଓ କୃଷକଙ୍କ ମନ କୃଷି ପାଇଁ ଥିଲେ ମଧ୍ୟ କୃଷି ବିଭାଗ ଏଥିପ୍ରତି କୈ।ଣସି ପଦକ୍ଷେପ ନେଉନାହାନ୍ତି। ଯାହା ଦ୍ୱାରା କୃଷକ କୃଷି କାର୍ଯ୍ୟ ଠିକ୍ ଭାବରେ କରିପାରୁନାହାନ୍ତି। ସରକାରଙ୍କର ସବୁ ପ୍ରକାର ସୁବିଧା ଥାଇ ମଧ୍ୟ ଖୋଦ୍ ରାଜଧାନୀରେ ଏପରି ଅବ୍ୟବସ୍ଥା ପାଇଁ ଆଖି ମୁଠି ଅନୁକୂଳରେ ଵ୍ୟବହର କରାଯାଇଥିବା ମାଣ, ଗଉଣୀ, ଲଙ୍ଗଳ, ଓ ଭୂମି ପୂଜା ପାଇଁ ନୈବେଦ୍ୟ‌ ଧରି ଆଜି ନିଆରା ଢଙ୍ଗରେ ବିକ୍ଷପ କାର୍ଯ୍ୟ କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଆଜିର ଏହି କାର୍ଯ୍ୟରେ ଅଶୋକ କୁମାର ମହାରଣା, ତାରା ଚରଣ ଆଚାର୍ଯ୍ୟ, ଉଲ୍ଲାସ ଚନ୍ଦ୍ର ମହାପାତ୍ର , ସତ୍ୟନାରାୟଣ ମିଶ୍ର, ବିପିନ ବିହାରୀ ରାଉତରାୟ, ଭଗବାନ ସାହୁ, ସନ୍ତୋଷ କୁମାର ପଣ୍ଡା, ହରିଶ୍ଚନ୍ଦ୍ର ରାଉତ, ଯୁଧିଷ୍ଠିର ତ୍ରିପାଠୀ ଓ ଅନେକେ ଭାଗନେଇଥିଲେ।

ବାଲିଅନ୍ତା,ଗୋବର୍ଦ୍ଧନ ଦାସ,

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page