ବୈଠକ ରେ ସମିତି ସଭ୍ୟ ଓ ସଭ୍ୟା ମାନଙ୍କୁ ଡକାଯାଇନଥିବା ଅଭିଯୋଗ କଲେ ଫିରିଙ୍ଗିଆ ପଞ୍ଚାୟତ ର ସମିତି ସଭ୍ୟା I
ଫିରିଙ୍ଗିଆ,୧୧l୦୨: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ନେଇ ବ୍ଲକ ସ୍ଥରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ରେ କାର୍ଯ୍ୟରତ ମନରେଗା ସମ୍ପ୍ରସାରଣ ଅଧିକାରୀ ସୁମନ୍ତ କୁମାର ଉଠାଣ ସିଂ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ମନରେଗା ଜନଶୁଣାଣୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ନମିତା କହଁର ଯୋଗ ଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ପ୍ରକଳ୍ପ ପ୍ରସାଶିକା ଦେବଯାନୀ ଭୂୟାଁ, ଫିରିଙ୍ଗିଆ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ନିର୍ବାହୀ ଯନ୍ତ୍ରୀ ଜୟ ପ୍ରକାଶ ଜେନା, ମନରେଗା ପରିଦର୍ଶକ ସଞ୍ଜୟ କୁମାର ଦିଗାଲ, ବରିଷ୍ଠ ସାମ୍ବାଦିକ ତଥା ମନରେଗା ସମିକ୍ଷକ ମହାଦେବ ସାହୁ, ବିଶିଷ୍ଠ ସମାଜ ସେବି ଅକ୍ଷୟ କୁମାର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ I ସେପଟେ ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହି ମନରେଗା ମାଧ୍ୟମ ରେ ନିଜନିଜ ବିଭାଗ ଦ୍ୱାରା ହେଉଥିବା ଉନ୍ନୟନ କାର୍ଯ୍ୟକ୍ରମ ଗୁଡିକର ବିବରଣୀ ପାଠ କରିବା ସହ ମନରେଗାର ସଫଳ ରୂପାୟନ ବିଷୟରେ ବକ୍ତବ୍ୟ ରଖିଥିଲେ I ତେବେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ୍ୟ କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ ପରିଚାଳନା କରିଥିବା ବେଳେ ଏପିଓ ସୁମନ୍ତ ଉଠାଣ ସିଂ ବିଗତ ଦିନ ମାନଙ୍କରେ ଏହି ଫିରିଙ୍ଗିଆ ବ୍ଲକ ଅଧୀନରେ ମନରେଗା ଯୋଜନା ରେ କିଭଳି କାମ ହୋଇଛି ଓ ଅଭିଯୋଗ କଣ ରହିଛି ସେ ବିଷୟରେ ବିବରଣୀ ପାଠ କରିଥିଲେ I ତେବେ ସୂଚନା ଯୋଗ୍ୟଯେ ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନା ର ସଫଳ ରୂପାୟନ ଓ ଶ୍ରମିକଙ୍କୁ କର୍ମ ନିଯୁକ୍ତି ଯୋଗାଇବାରେ ଏହି ଫିରିଙ୍ଗିଆ ବ୍ଲକ ଶ୍ରେଷ୍ଠ ରେ ଥିବା ବେଳେ ପାଇଁ ଚଳିତ ୨୦୨୪/୨୫ ଆର୍ଥିକ ବର୍ଷରେ ମଧ୍ୟ୍ୟ ଆଗୁଆ ରହିଛି I ଚଳିତ ଆର୍ଥିକ ବର୍ଷାରେ ଏହି ଫିରିଙ୍ଗିଆ ବ୍ଲକ ର ସମୁଦାୟ ୨୪ ଟି ପଞ୍ଚାୟତ ରେ ୨୮୭୭ ଟି ପ୍ରକଳ୍ପ ସମ୍ପୂର୍ଣ ହୋଇ ସାରିଥିବା ବେଳେ ଏହି ପ୍ରକଳ୍ପ ଗୁଡିକରେ ବ୍ଲକ ର ୨୨୩ ଟି ପରିବାର ତିନିଶହ ଦିନ କାର୍ଯ୍ୟ ସମ୍ପୂର୍ଣ କରିସାରିଥିବା ବେଳେ ୧୭୩୮ ଟି ପରିବାର ଦୁଇଶହ ଦିନ ଓ ୬୮୧୮ ଟି ପରିବାର ଶହେ ଦିନର କାମ କରିସାରିଛନ୍ତି I ଏହାସହ ବ୍ଲକ ରେ ସମୁଦାୟ କୋଡିଏ ହଜାର ପାଞ୍ଚସହ ତେସ୍ତରି ଟି ପରିବାର କୁ ପ୍ରଶାସନ ତରଫରୁ ଜବକାର୍ଡ ପ୍ରଦାନ କରାଯାଇ ପାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯୭୬୯ ଜଣ ଶ୍ରମିକ ଙ୍କୁ କର୍ମନିଯୁକ୍ତି ଦିଆଯାଇପାରିଛି ଓ ୧୬୬୧୦୮ ଟି ଶ୍ରମ ଦିବସ ସୃଷ୍ଟି କରାଯାଇପାରିଛି I ତେବେ ଚଳିତ ବର୍ଷ ମଧ୍ୟ୍ୟ ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ବ୍ଲକ ସଫଳତା ହାସଲ କରିବ ବୋଲି ଆଶା ରଖିଛନ୍ତି ବ୍ଲକ କର୍ତ୍ତୃପକ୍ଷ I ସେପଟେ ଅନୁଷ୍ଠିତ ହୋଇଥିବା ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଭିଆରପି ମାନଙ୍କ ସହ ସମସ୍ତ ପଞ୍ଚାୟତ ର ସରପଞ୍ଚ ଗ୍ରାମରୋଜଗାର ସେବକ,ଗାଁ ସାଥି ଓ ହିତାଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ଅଭିଯୋଗ ଉପସ୍ଥାପନା କରିଥିଲେ I ସେପଟେ ଡିଣ୍ଡିରାଗାଁ ପଂଚାୟତ ର ବିଭିନ୍ନ କାମରେ ଫଳକ ଲାଗିନଥିବା ଓ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ହେଉଥିବା ବିଭିନ୍ନ କାର୍ଯ୍ୟ ଠିକ ଭାବରେ ପରିଚାଳନା ହେଉନାଥୁବାରୁ କିଛି ହିତାଧିକାରୀ ଅଭିଯୋଗ କରିଥିବା ବେଳେ ନୂଆପଦର ପଞ୍ଚାୟତ ର ଜଣେ ମହିଳା ତାଙ୍କୁ ଜବକାର୍ଡ ଥିଲେ ମଧ୍ୟ୍ୟ ତାଙ୍କୁ କାମ ଯୋଗାଇ ଦିଆଯାଉନଥିବା ନେଇ ଅଭିଯୋଗ କରିଥିଲେI ଅନ୍ୟପଟେ ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ରେ ସମସ୍ତଙ୍କୁ ଡକାଯାଇଥିବା ବେଳେ ବ୍ଲକ ରେ କାର୍ଯ୍ୟରତ ସମିତିସଭ୍ୟ ମାନଙ୍କୁ କୌଣସି ଚିଠି ହୋଇନଥିବା ଫିରିଙ୍ଗିଆ ବ୍ଲକର ସମିତି ସଭ୍ୟା ମୌସୁମୀ ପ୍ରଧାନ କ୍ଷୋଭ ପ୍ରକାଶ କରିଥିଲେ ଏହାସହ ସମିତି ସଭ୍ୟ ମାନେ ବୈଠକ ରେ ଅନୁପସ୍ଥିତି ରହିଥିବା ଦେଖିବାକୁ ମିଳିଥିଲା I
ଫିରିଙ୍ଗିଆ ରେ ଅନୁଷ୍ଠିତ ହେଲା ମନରେଗା ଜନଶୁଣାଣୀ କାର୍ଯ୍ୟକ୍ରମ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ମ.ରାମପୁର ସବ୍ ରେଜିଷ୍ଟର ଅଧିକାରୀଙ୍କ ନାମରେ ମାତ୍ରାଧିକ ବେଞ୍ଚ ମାର୍କ ମୂଲ୍ୟ ଦାବୀ ନେଇ ଅଭିଯୋଗ
କଳାହାଣ୍ଡି,୧୪।୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)କଳାହାଣ୍ଡି ଜିଲ୍ଲା, ମ.ରାମପୁର ସବ୍ ରେଜିଷ୍ଟର ସୌଦାମିନି ମାଝି ଜମି ରେଜିଷ୍ଟ୍ରେସନ୍ ବାବଦକୁ ସରକାର ଙ୍କ ନିୟମ ଉଲଂଘନ କରି ନିଜ ମନ
ଚିତାବାଘ ର ନଖ ଜବତ ତିନି ଯୁବକ ଗିରଫ ଓ କୋର୍ଟ ଚାଲାଣ
କଳାହାଣ୍ଡି,୧୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ବେଆଇନ ଭାବେ ବନ୍ୟଜନ୍ତୁ ଙ୍କ ର ଶିକାର କରି ବ୍ୟବସାୟ ଚାଲୁଥିବା ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ କଳାହାଣ୍ଡି ଉତ୍ତର ବନଖଣ୍ଡ
ସଶକ୍ତ ଓଡିଶା ପକ୍ଷରୁ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ
ଭୁବନେଶ୍ୱର, 08/03/ 26: ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା"ପକ୍ଷରୁ ସ୍ଥାନୀୟ ସିଆରପି ସ୍ଥିତ କାର୍ଯ୍ୟାଳୟ ଠାରେ "ବିଶ୍ୱ ମହିଳା ଦିବସ -2026 ଆବାହକ ବିଜୟ କୁମାର ପ୍ରଧାନଙ୍କ
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ‘ଖାଣ୍ଟି ସୁନା’
ଚିଲିକା: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବାଲୁଗାଁସ୍ଥିତ ମା' ଭଗବତୀ କଳା ନିକେତନ ର ଓଡ଼ିଆ ଅସ୍ମିତା ଉପରେ ଆଧାରିତ ନାଟକ "ଖାଣ୍ଟି ସୁନା" ଗୈ।ରୀ
ବିଶ୍ଵ ମହିଳା ଦିବସକୁ ନେଇ ଏସବିଆଇ, ରାମଜୀ ଫାଉଣ୍ଡେସନ ତରଫରୁ ଜରାୟୁ କର୍କଟ ରୋଗ ସଚେତନତା ଶିବିର
କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆଜି ସାରା ବିଶ୍ୱରେ ବିଶ୍ୱ ମହିଳା ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ଠାରେ ଏସବିଆଇ ଓ ରାମଜୀ
ଧର୍ମଗଡ ତାଳୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ମହିଳା ଦିବସ ପାଳିତ
କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ଦ୍ବାରା ଅତିରିକ୍ତ ଜିଲ୍ଲା ଜର୍ଜ ତଥା ତାଲୁକ ଆଇନ ସେବା ସମିତିର
ବିଶ୍ୱ ମହିଳା ଦିବସ ଅବସରରେ – “ସମାଜସେବାରେ ସମିତା”
ଅଦ୍ୟମ ଇଚ୍ଛାଶକ୍ତି, ନିଷ୍ଠା, ଏକାଗ୍ରତା । ଅଧ୍ୟ୍ୟବସାୟ ଆଗରେ କୌଣସି ପ୍ରତିବନ୍ଧକ ବି ହାର ମାନିଥାଏ। ଜୀବନର ସଂଘର୍ଷର ବହୁ ଘାତ ପ୍ରତିଘାତ ମଧ୍ୟରେ ଗତି କରି
ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ସହ-ନିର୍ଦ୍ଦେଶକଙ୍କ ବିଯୋଗ
ଚିଲିକା : ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଶାଖାର ପ୍ରାକ୍ତନ୍ ସହ-ନିର୍ଦ୍ଦେଶକ ପ୍ରଦୀପ କୁମାର ରଥଙ୍କ ଭୁବନେଶ୍ୱରସ୍ଥିତ
ପିସ୍ଲିଲି ପ୍ରି-ସ୍କୁଲର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟ ଗବେଷଣା କେନ୍ଦ୍ରଠାରେ ପିସ୍ଲିଲି ପ୍ରି-ସ୍କୁଲର ଡେ-କେୟାର ର ତୃତୀୟ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଂଯୋଜିକା ଆଦ୍ୟାଶାଙ୍କ
ଇଟିପୁର ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ
ବାଲିଅନ୍ତା,୬|୩: ଭୁବନେଶ୍ୱର ବ୍ଲକ ଅଧିନ ଇଟିପୁର ସ୍ଥିତ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ମହାସମାରୋହରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ
ପ୍ରତାପ ଶାସନ ଡିଗ୍ରୀ କଲେଜରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ଶିବିର
ବାଲିଅନ୍ତା : ବାଳକାଟୀସ୍ଥିତ ପ୍ରତାପ ଶାସନ ଡିଗ୍ରୀ କଲେଜ ପରିସରରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ବର୍ଷର 87
ଇଚ୍ଛାପୁରରେ ନୂତନ ମନ୍ଦିର ପ୍ରତିଷ୍ଠା
ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଗୁରୁବାର ଦିନ ତାରେଣୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯିବା ସହ ମା' ଙ୍କ ବିଗ୍ରହ ସ୍ଥାପନ କରାଯାଇଛି
ଧୂମଧାମରେ ହୋଲି ଉତ୍ସବ ପାଳନ
ବାଲିଅନ୍ତା,୫|୩: ରଙ୍ଗର ପର୍ବ ହୋଲି ବାଳକାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ଧୁମଧାମ ପାଳନ ହୋଇଯାଇଛି l ଉତ୍ସବମୁଖର ହୋଇଉଠିଥିଲେ ଛୋଟ ପିଲା ଠାରୁ ଆରମ୍ଭ କରି
ଶାସ୍ତ୍ରୀଜି ଶିକ୍ଷା ନିକେତନ ଛାତ୍ରଙ୍କ ପାଣିରେ ବୁଡି ମୃତ୍ୟୁ
ହୋଲି ଖେଳ ହେଲା କାଳ କଳାହାଣ୍ଡି,୬,୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ବୁଧବାର ଦିନ ହୋଲି ଖେଳ ପାଇଁ ଚାରିଆଡ଼େ ଉତ୍ସବ ମାହୋଲ ଥିବା ବେଳେ ଭବାନୀପାଟଣା ସହରରୁ
ପଲ୍ଲବୀ ନାଟ୍ୟ କଳା ପରିଷଦର ବାର୍ଷିକ ଉତ୍ସବ ଓ ଗୁରୁ ସମ୍ବର୍ଦ୍ଧନା
ଚିଲିକା:ବାଣପୁର-ଚିଲିକା ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ପଲ୍ଲବୀ ନାଟ୍ୟ କଳା , ମଠପୁର ର ୬ଷ୍ଠ ସାମ୍ବତ୍ସରିକ ଉତ୍ସବ ପାଳନ ଅବସରରେ ସାଂସ୍କୃତିକ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ
ଟଙ୍କପାଣି ଗ୍ରାମରେ ଦୋଳ ଉତ୍ସବ ପାଳିତ
ବାଲିଅନ୍ତା,୫|୩: ଭୁବନେଶ୍ୱର ଉପକଣ୍ଠ ଟଙ୍କପାଣି ଗ୍ରାମରେ ୨ ଦିନ ଧରି ଦୋଳ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଦ୍ୱାଦଶରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ରାତିରେ ସୁସଜ୍ଜିତ ବିମାନରେ
କଳାହାଣ୍ଡି ଜିଲ୍ଲାର ପ୍ରବାଦ ପୁରୁଷ ଦୟାନିଧି ନାଏକଙ୍କ ୧୧୦ତମ ଜନ୍ମଦିନ ପାଳିତ
କଳାହାଣ୍ଡି,୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲାର ପ୍ରବାଦପୁରୁଷ ଓ ବିକାଶର ଅଗ୍ରଦୂତ ଭାବେ ସାରା ରାଜ୍ୟରେ ଖ୍ଯାତିଅର୍ଜନ କରିଥିବା ବିଶିଷ୍ଟ ରାଜନୀତିଜ୍ଞ, ସମାଜସେବୀ, ସଂସ୍କାରକ,ମେଧାବୀ, ସର୍ବୋପରି
ଧର୍ମଗଡରେ ନୂତନ ମହିଳା ଡିଏସପି ଆଇପିଏସ ସୂଶ୍ରୀ ଭର୍ଷିଥା ଅଡ଼େପୁ
କଳାହାଣ୍ଡି,୩|୩,(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ଉପଖଣ୍ଡ ରେ ନୂତନ ଭାବେ ଯୋଗଦାନ ଦେଲେ ମହିଳା ଆଇପିଏସ ସୂଶ୍ରୀ ଭର୍ଷିଥା ଅଡେପୂ | ମହିଳା ଡିଏସପି ସୂଶ୍ରୀ
‘ଓଡ଼ିଆ କଳାକାରଙ୍କ ସ୍ୱର’ ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ
ଭୁବନେଶ୍ୱର: ଓଡ଼ିଶାର ଆଗଧାଡିର ସଂଗଠନ ଓଡ଼ିଆ କଳାକାରଙ୍କ ସ୍ୱର (OKS) ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ସମ୍ପୂର୍ଣ ହୋଇଛି ।ଏହି ପ୍ରକ୍ରିୟାରେ OKS
ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ
ଏଥରଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ । ଚିଲିକା,୨।୩: ଉତ୍କଳରେ ଦୋଳଗୋବିନ୍ଦ ପାଇଁ ଦୋଳପର୍ବ ହୋଇଥିବା ବେଳେ ଶକ୍ତିପୀଠ ବାଣପୁରରେ ମା' ଭଗବତୀଙ୍କ ଚ଼ାଚ଼େରୀଖିଆ
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ଡାକ୍ତର ଅଶୋକ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା