ଉତ୍କଳ ବୁଲେଟିନ୍, ୩୧/୫:(ପ୍ରିୟବ୍ରତ ବାରିକ) ବାରଙ୍ଗ ଥାନା ଥାର୍ଡ଼ ଡିଗ୍ରୀ ଘଟଣାର ଆଉ ଏକ ନୂଆ ସନ୍ଦେହ ଦେଖାଦେଇଛି । ବାରଙ୍ଗ ପୋଲିସ ଏବଂ ମେଡ୍ ଏକ୍ସ ହସ୍ପିଟାଲ୍ ବି ସନ୍ଦେହ ପରିସରକୁ ଆସିଛି । ରାକେଶ ବେହେରା ଥାନା କୁ ଜେରା ପାଇଁ ଯାଇଥିବାବେଳେ, ହସ୍ପିଟାଲ୍ କୁ କେମିତି ଗଲେ ?ସରକାରୀ ହସ୍ପିଟାଲ୍ ଥାଉ ଆଉ ପୋଲିସ କେମିତି ଘରୋଇ ମେଡିକାଲ କୁ ନିଆଗଲା ?ଏହି ପ୍ରଶ୍ନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଛି ଏମିତି ଘଟଣା ଥାଇପାରେ ବୋଧେ ମାମଲା କୁ ଚାପି ଦେବା ପାଇଁ ଷଡ଼ଯନ୍ତ୍ର ହୋଇନି ତ? ବାରଙ୍ଗ ପୋଲିସ ଯେତେ ସତ ମିଛ କାହାଣୀ କହିଲେ ମଧ୍ୟ ମିଛ ଧରା ପଡିଯାଉଛି ।

ମେଡ୍ ଏକ୍ସ ହସ୍ପିଟାଲା ଆଡିମିସନ୍ ରେ କଡ କହୁଛି, ରାକେଶ ବେହେରା ଙ୍କୁ ୨୪ ତାରିଖ ରାତି ୧୨ଟା ୪୫ ମିନିଟ୍ ରେ ଭର୍ତ୍ତି କରାଯାଇଛି ଏବଂ କ୍ୟ।ବିନ୍ ମଧ୍ୟ ମିଳିଛି, ରେଫର କରିଛନ୍ତିି ଡାକ୍ତର ବିକ୍ରମ ସେନାପତି ଯିଏକି ଏହି ହସ୍ପିଟାଲ ର ନିର୍ଦ୍ଦେଶକ ଅଛନ୍ତି । ଧାକୁଲେଇ ଗେଟ ପାଖରୁ ରାକେଶ ବେହେରା ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି । ପରେ ପରେ ସର୍ଜରୀ ଡାକ୍ତରଙ୍କୁ ରେଫର୍ କରିଛନ୍ତି। ଅଜଣା ବ୍ୟକ୍ତିଙ୍କ ପରିଚୟ ଡାକ୍ତର ବିକ୍ରମ ଜାଣିଲେ କେମିତି? କାରଣ ରାକେଶ ବେହେରା ଙ୍କ ପୁରା ତଥ୍ୟ ହସ୍ପିଟାଲ୍ ରେକଡ଼ ରେ ସଂପୂର୍ଣ୍ଣ ଭାବେ ବାପା, ମାଆ, ମୋବାଇଲ ନମ୍ବର ଉଲେଖ୍ଯ ଅଛି । ଯଦି ଡାକ୍ତର ବିକ୍ରମ ସେନାପତି ଅଜଣା ବ୍ୟକ୍ତି ଙ୍କୁ ଉଦ୍ଧାର କଲେ, ପୋଲିସ କୁ ଜଣାଇ ନଥିଲେ କାହିଁକି ? ଏହି ଘଟଣା ସଂପୂର୍ଣ୍ଣ ସନ୍ଦେହ ଘେରକୁ ଆସୁଛି ।