ବାଲିଅନ୍ତା, ୩୦/୫(ଗୋବର୍ଦ୍ଧନ ଦାସ) : ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲ୍ଚରାଲ ସେଣ୍ଟର (ପିକକ୍) ପକ୍ଷରୁ ଆଡପ୍ଟସେଣ୍ଟ୍ରମ୍ର ସହଯୋଗ ଏବଂ ବାଲିଅନ୍ତା ପଞ୍ଚାୟତ ସମିତିର ସହାୟତାରେ ବାଲିଅନ୍ତା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଗ୍ରାମ ପଞ୍ଚାୟତ ଶିଶୁ ସୁରକ୍ଷା କମିଟି (ଜିପିସିପିସି) ସଦସ୍ୟମାନଙ୍କ ପାଇଁ ଏକ ଦିନିଆ ବ୍ଲକସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପିକକ୍ର ସମ୍ପାଦକ ଶ୍ରୀ ରଞ୍ଜନ କୁମାର ମହାନ୍ତିଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ସୂଚନା ଦେଇ ଶ୍ରୀଯୁକ୍ତ ମହାନ୍ତି କହିଥିଲେ ଯେ, “ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଏକ ସୁରକ୍ଷିତ ପରିବେଶର ଆବଶ୍ୟକତା ରହିଛି। ସେମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ଓ ଏଥିପାଇଁ ତୃଣମୂଳ ସ୍ତରରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଆବଶ୍ୟକ। “ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ଯୋଗଦେଇ ବାଲିଅନ୍ତା ପଞ୍ଚାୟତ ସମିତିର ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିତା ନାଥ କହିଥିଲେ ଯେ, ଗ୍ରାମ ସ୍ତରରେ ଶିଶୁ ସୁରକ୍ଷା ସୁନିଶ୍ଚିତ କରିବାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ସ୍ତରରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି । ଏହି ଅବସରରେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଗାୟତ୍ରୀ ମିଶ୍ର ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ଆଲୋଚନାକରି ସେମାନଙ୍କ ସୁରକ୍ଷିତ ଓ ସୁସ୍ଥ ଜୀବନ ପାଇଁ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପିକକ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ ଜଣାଇ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ତୃଣମୂଳ ସ୍ତରରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦ୍ୱାରା ଶିଶୁମାନଙ୍କ ସୁରକ୍ଷା ଓ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ ହୋଇପାରିବ। ଏହି ର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ବାଣୀଶ୍ରୀ ପଟ୍ଟନାୟକ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଗଠନ, ସଦସ୍ୟମାନଙ୍କର ଭୂମିକା ଓ ଦାୟିତ୍ୱ ଓ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ବାଲିଅନ୍ତାର ସହକାରୀ ଶ୍ରମ ଅଧିକାରୀ (ଏଏଲ୍ଓ) ଦେବଶ୍ରୀ ବେହେରା ଶିଶୁ ଏବଂ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ ଉପରେ ଆଲୋକପାତ କରି ଶ୍ରମ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକସ୍ତରର ବିଭିନ୍ନ ବିଭାଗର ଅଧିକାରୀ, ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ), ସିଆର୍ସିସି, ଆଇସିଡିଏସ୍ ସୁପରଭାଇଜର, ଏଏନ୍ଏମ୍ ଓ ମହିଳା ଗୋଷ୍ଠୀର ସଦସ୍ୟମାନଙ୍କ ସମେତ ୮୦ ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରି ଆଲୋଚନାରେ ସାମିଲ ହୋଇଥିଲେ। ଶେଷରେ ପିକକ୍ର ବ୍ଲକ ସଂଯୋଜିକା ଉପମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପିକକ୍ର ରଶ୍ମୀରେଖା ସାହୁ, ଅଙ୍କିତା ବାରିକ, ବିଷ୍ଣୁପ୍ରିୟା ମହାପାତ୍ର ଓ ବାମଦେବ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ବାଲିଅନ୍ତା ବ୍ଲକରେ ଜିପିସିପିସି ସଦସ୍ୟମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜିତ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବାରଙ୍ଗ ଥାନା ଥାର୍ଡ଼ ଡିଗ୍ରୀ ମାମଲାରେ ନୂଆ ଏକ ମୋଡ
ଉତ୍କଳ ବୁଲେଟିନ୍, ୩୧/୫:(ପ୍ରିୟବ୍ରତ ବାରିକ) ବାରଙ୍ଗ ଥାନା ଥାର୍ଡ଼ ଡିଗ୍ରୀ ଘଟଣାର ଆଉ ଏକ ନୂଆ ସନ୍ଦେହ ଦେଖାଦେଇଛି । ବାରଙ୍ଗ ପୋଲିସ ଏବଂ ମେଡ୍ ଏକ୍ସ ହସ୍ପିଟାଲ୍ ବି ସନ୍ଦେହ ପରିସରକୁ ଆସିଛି । ରାକେଶ ବେହେରା ଥାନା କୁ
ବାଲିଅନ୍ତା ବ୍ଲକରେ ଜିପିସିପିସି ସଦସ୍ୟମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜିତ
ବାଲିଅନ୍ତା, ୩୦/୫(ଗୋବର୍ଦ୍ଧନ ଦାସ) : ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲ୍ଚରାଲ ସେଣ୍ଟର (ପିକକ୍) ପକ୍ଷରୁ ଆଡପ୍ଟସେଣ୍ଟ୍ରମ୍ର ସହଯୋଗ ଏବଂ ବାଲିଅନ୍ତା ପଞ୍ଚାୟତ ସମିତିର ସହାୟତାରେ ବାଲିଅନ୍ତା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଗ୍ରାମ ପଞ୍ଚାୟତ ଶିଶୁ ସୁରକ୍ଷା
ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପବିତ୍ରଙ୍କ ବିୟୋଗରେ ଗଭିର ଶୋକପ୍ରକାଶ
ଭୁବନେଶ୍ୱର ତା 29/05/26 ଯୁବ ସାମ୍ବାଦିକ, ସିନେ ସମୀକ୍ଷକ, ଗାଳ୍ପିକ, ସାମାଜିକ କର୍ମୀ ପବିତ୍ର ଗୌଡ଼ଙ୍କ ବିୟୋଗରେ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଭିର ଶୋକବ୍ୟକ୍ତ କରାଯିବା ସହ ପବିତ୍ରଙ୍କ ପ୍ରତିଭା ଆଗାମୀ ଯୁବ ପ୍ରତିଭାଙ୍କୁ ସର୍ବଦା ପ୍ରେରଣା ଯୋଗାଇବ
ଦୟାନଦୀର ବାଲିରେ ଭଗବାନବୁଦ୍ଧଙ୍କ ୧୩୭ ଫୁଟର ବାଲୁକାକଳାଶାନ୍ତି ଓ ଅହିଂସାକୁ ଅନୁପାଳନ କରିବାପାଇଁ ବାର୍ତ୍ତା
ବାଲିଅନ୍ତା,୨୮|୫(): ଭୁବନେଶ୍ୱର ଉପକଣ୍ଠ ପୁଣ୍ୟତୋୟା ଦୟାନଦୀରେ ଦେଖିବାକୁ ମିଳିଥିଲା ଭଗବାନ ବୁଦ୍ଧଙ୍କ ବିରାଟକାୟ ବାଲୁକାକଳା l ଏହାକୁ ଦେଖିବାପାଇଁ ଦୟାସେତୁ ଠାରୁ ଆରମ୍ଭ କରି ଦୟାନଦୀ ପର୍ଯ୍ୟନ୍ତ ଲୋକଙ୍କ ଗହଳି ଲାଗିଥିଲା l ଓଡିଶା ଇତିହାସର ମୁକସାକ୍ଷୀ ରକ୍ତରନଦୀ ଦୟାନଦୀରେ ଶାନ୍ତିର
ନାଚୁଣୀ ଥାନା ଅଧିକାରୀଙ୍କୁ ବିଶ୍ୱହିନ୍ଦୁ ଓ ବଜରଙ୍ଗ ଦଳର କର୍ମକର୍ତ୍ତା ଭେଟିଲେ ।
ଚିଲିକା,୨୯।୫:ଆଜି ନାଚୁଣୀ ଥାନା ନୂତନ ଭାରପ୍ରାପ୍ତ ଅଧିକାରୀ ବିଭୁତି ଭୂଷଣ ମହାପାତ୍ରଙ୍କୁ ସ୍ଥାନୀୟ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମ କର୍ତ୍ତାମାନେ ଭେଟି ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବାରୁ ସ୍ୱାଗତ କରିବା ସହ ଓ ବିଭିନ୍ନ ବିଷୟରେ
ବିଟ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଐତିହାସିକ ସଫଳତା
ଢେଙ୍କାନାଳ: ଗୋବିନ୍ଦପୁର ବିଟ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳରେ ବିଦ୍ୟାଳୟ ଶତ ପ୍ରତିଶତ ସଫଳତା ହାସଲ କରି ନୂତନ ସଫଳତାର ଅଧ୍ୟାୟ ଲେଖିଛି। ଏହି ବର୍ଷ ୯୫ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଏବଂ
ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଜଳସେବାମାନବିକତା ଦେଖାଇଲେ “ନିର୍ମଳ” କର୍ମଚାରୀ
ବାଲିଅନ୍ତା,୨୭|୫:ସମଗ୍ର ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସାମାଜିକ ଅନୁଷ୍ଠାନ, ସ୍ବେଛାସେବୀ ମାନେ ପ୍ରମୁଖ ସ୍ଥାନରେ ଜଳସେବା କରୁଥିବା ନଜିର ରହିଛି l ଏହି ଅବସରରେ ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ
ଆଦର୍ଶ ଶିକ୍ଷକ ଓ କୃତିତ୍ୱ ବିଦ୍ୟାର୍ଥି ଙ୍କୁ ଭବ୍ୟ ପ୍ରତିଭା ସମ୍ବର୍ଦ୍ଧନା।
ବାଲିଅନ୍ତା ୨୭/୦୫ (ଗୋବର୍ଦ୍ଧନ ଦାସ):-ବାଳକାଟି ସ୍ଥିତ ନିର୍ମାଣ କନଫରେନ୍ସ ହଲ୍ଠାରେ ଏକ ଭବ୍ୟ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ, ଅରବିନ୍ଦ ୟୁଥ୍ ଆଣ୍ଡ ସୋସିଆଲ ଚାରିଟେବୁଲ ଟ୍ରଷ୍ଟ ଏବଂ 'ସାଇପୋ'ର ମିଳିତ ଆନୁକୁଲ୍ୟରେ ‘୯ମ ଗୀତାଞ୍ଜଳି
ମହାସମାରୋହରେ ବ୍ରହ୍ମେଶ୍ବର ଚନ୍ଦନ ଉତ୍ସବ ପାଳିତ।
ବାଲିଅନ୍ତା ୨୬/୦୫/(ଗୋବର୍ଦ୍ଧନ ଦାସ):- ଭୁବନେଶ୍ଵର ଟଙ୍କପାଣିରୋଡସ୍ଥିତ, ଚିଲିପୋଖରୀଠାରେ “କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ)”ର ଅଧ୍ୟକ୍ଷ ତଥା ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ, ପୂର୍ବତନ କର୍ପୋରେଟର ଶ୍ରୀ ମଳୟ
ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି, ୭,୬୬୪ ପଦ ପୂରଣ ହେବ
ଓଡ଼ିଶାରେ ପୁଲିସ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ଏକ ଅଧିକୃତ ଆଦେଶ ଅନୁଯାୟୀ, କନଷ୍ଟେବଳ ଠାରୁ ଆରମ୍ଭ କରି ସବ୍-ଇନ୍ସପେକ୍ଟର ପର୍ଯ୍ୟନ୍ତ ମୋଟ ୭,୬୬୪ଟି ଖାଲି ପଦବୀର ନିଯୁକ୍ତି
ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ
ଭୁବନେଶ୍ୱର ତା 27/05/26 ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅଧ୍ୟକ୍ଷ, ପ୍ରତିଷ୍ଠାତା ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ବିଜୟ କୁମାର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ସଂଯୋଜକ ଭାବେ ବିଶିଷ୍ଟ
ସମର୍ପିତ, ନିଷ୍ଠାପର ପୁଜ୍ୟପୂଜା ବ୍ୟକ୍ତିତ୍ୱ ଭାବେ ବ୍ରଜଭାଇ ଚିରସ୍ମରଣୀୟ ରହିବେ / ରାଜଧାନୀରେ ଶହୀଦ ରଘୁ-ଦିବାକାରଙ୍କ ଭବ୍ୟ ପ୍ରତିମୂ ର୍ି ପାଇଁ ପ୍ରୟାସ ହେବ
ଭୁବନେଶ୍ୱର ତା:୨୬/୦୫/୨୬ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ “ଉକôଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ” ପକ୍ଷରୁ ସ୍ଥାନୀୟ ଖାରବେଳନଗର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ବରିଷ୍ଠ ପୁଜ୍ୟପୂଜା ପ୍ରାଣ, ଶହୀଦ ଦିବାକର ପରିଡ଼ାଙ୍କ ସୁଯୋଗ୍ୟ ଦାୟାଦ,
ଝିଣ୍ଟିଶାସନ ପଞ୍ଚାୟତରେ ମାଗଣା ଚକ୍ଷୁସେବା ଶିବିର
ବାଲିଅନ୍ତା,୨୬|୫:ସ୍ଥାନୀୟ ଝିଣ୍ଟି ଶାସନ ପଞ୍ଚାୟତ ପରିସରରେ ପଟିଆ ସ୍ଥିତ ଏଲ.ଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ପକ୍ଷରୁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ଗରିବ
ବିପ୍ଲବୀ ନାଟ୍ୟକାର ତଥା ବିଶିଷ୍ଟ ଗାନ୍ଧୀବାଦୀ ସ୍ଵାଧୀନତା ସଂଗ୍ରାମୀ ପରଶୁରାମ ହରିଚନ୍ଦନଙ୍କ ୪୯ତମ ଶ୍ରାଦ୍ଧୋତ୍ସବ ପାଳିତ,
ଚିଲିକା,୨୬।୫: ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ,ବିପ୍ଲବୀ ନାଟ୍ୟକାର, ସମାଜ ସୁଧାର କ ତଥା ବାଣପୁର ବ୍ଲକର ପ୍ରଥମ ଚେୟାରମ୍ୟାନ ସ୍ଵର୍ଗତ ପରଶୁରାମ ହରିଚ଼ ନ୍ଦନଙ୍କ ୪୯ ତମ ଶ୍ରାଦ୍ଧୋତ୍ସବ ଓଡିଶା ସାହିତ୍ୟ ଏକାଡେମୀ ଏବଂ ପରଶୁରାମ ହରିଚନ୍ଦନ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ
ADG ଦୟାଲ ଗଙ୍ଗୱ୍ୱାର ଙ୍କୁ ଗୃହ ବିଭାଗ କୁ ବଦଳି
ଭୂବନେଶ୍ୱର/ ବାଲିଅନ୍ତା, ୨୬।୫: ବାଲିଅନ୍ତା ମବ୍ ଲିଚିଙ୍ଗ୍ ଘଟଣା ଏବେ ବି ଓଡ଼ିଶାର ଚାରିଆଡ଼େ ଚର୍ଚ୍ଚା ହେଉଛି,ଚର୍ଚ୍ଚା ହେବାର କାରଣ ହେଲା,ଏ ଘଟଣା ଏତେ ବିଭତ୍ସ ଥିଲା ଯେ, ଦେଖିବା ତ ଦୁରର କଥା, କେହି ଯଦି ବର୍ଣ୍ଣନ୍ନା ବି କରୁଥାଏ,
ତାଣ୍ଡବ ରଚିଲା କାଳବୈଶାଖୀ
ଭୁବନ: ସୋମବାର ଦିନ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ କଲରଙ୍ଗୀଅତାସ୍ଥିତ ତାରିଣୀ ମାର୍କେଟ୍ରେ । ଗତକାଲି ସନ୍ଧ୍ୟାରେ ତାଣ୍ଡବ ରଚିଛି କାଳବୈଶାଖୀ । କାଳବୈଶାଖୀ ଯୋଗୁ ଏହି ଅଂଚଳରେ ବହୁ ଗଛ ଭାଙ୍ଗିଯିବା ସହ ବହୁ
ମୁମ୍ବାଇରେ ଜାତୀୟ ପ୍ରଦର୍ଶନୀରେ ଭଗନେବେ ୫ ଓଡ଼ିଆ ଶିଳ୍ପୀ
ବାଲିଅନ୍ତା,୨୫|୦୫(ଗୋବର୍ଦ୍ଧନ ଦାସ):ମୁମ୍ବାଇର ନେହେରୁ ଆର୍ଟ ସେଣ୍ଟରରେ ଚଳିତ ମାସ ୨୬ ତାରିଖରୁ ଆୟୋଜିତ ହେବାକୁ ଥିବା ଜାତୀୟ କଳା ପ୍ରଦର୍ଶନୀରେ ଓଡ଼ିଶାର ପାଞ୍ଚଜଣ ଶିଳ୍ପୀଙ୍କ ଦ୍ୱାରା କଳାକୃତି ପ୍ରଦର୍ଶିତ କରାଯିବ l ଏଥିରେ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବରିଷ୍ଠ
ଶାନ୍ତିସ୍ତୁପ ଧଉଳିରେ ଜଳସେବା ଶୁଭାରମ୍ଭ
ବାଲିଅନ୍ତା,୨୫|୫( ଗୋବର୍ଦ୍ଧନ ଦାସ ):ପ୍ରଚଣ୍ଡ ରୌଦ୍ରତାପକୁ ପ୍ରତିହିତ କରିବାପାଇଁ ଶାନ୍ତିସ୍ତୁପ ଧଉଳିରେ ପର୍ଯ୍ୟଟକଙ୍କ ନିମନ୍ତେ ଆଞ୍ଚଳିକ ବିକାଶ ପରିଷଦ ଓ ଶ୍ରୀ ଶ୍ରୀ ଧବଳେଶ୍ୱର ବ୍ୟବସାୟୀକ ସଙ୍ଘ ପକ୍ଷରୁ ଜଳସେବା ଶୁଭାରମ୍ଭ ହୋଇଯାଇଛି l ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ
ଜନ୍ମଦିନରେ ପ୍ରାଣୀ ସୁରକ୍ଷା ଓ ପରିବେଶ ସଚେତନତା ଗଛରେ ମାଟିପାତ୍ର ବାନ୍ଧିଲେ ଯୁବ ସମାଜସେବୀ ଅସୀମ ଭୋଇ
ଜନ୍ମଦିନକୁ କେବଳ ଆମୋଦପ୍ରମୋଦ ମଧ୍ୟରେ ସୀମିତ ନରଖି ପରିବେଶ ଓ ଜୀବଜନ୍ତୁଙ୍କ ସେବାରେ ଉତ୍ସର୍ଗ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଯୁବ ସମାଜସେବୀ ଅସୀମ ଭୋଇ l ଜାତୀୟ ସ୍ତରୀୟ କରାଟେ ପ୍ରଶିକ୍ଷକ ତଥା ବଲାଙ୍ଗିର ଜିଲ୍ଲା ଯୁବ
ରାଜ୍ୟରେ ଆଇ.ପି.ଏସ୍. ସ୍ତରରେ ବଡ଼ ଅଦଳ ବଦଳ
ଭୂବନେଶ୍ୱର,୨୫।୫: ପ୍ରିୟବ୍ରତ ବାରିକ ଙ୍କ ରିପୋର୍ଟ(ଉତ୍କଳ ବୁଲେଟିନ୍) ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡି ବାରେ ଲାଗିଥିବା ବେଳେ, ଗୃହ ବିଭାଗ ଉପରେ ଜନସାଧାରଣଙ୍କ ମନରେ ଉଦ୍ବେଗ ସୃଷ୍ଟି ହୋଇଛି । ଖୋଦ ଗୃହ ବିଭାଗର ମନ୍ତ୍ରୀ ଥିବା
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment