ବିଭିନ୍ନ ସଂଗଠନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ।

ବାଲିଅନ୍ତା:୦୫/୦୬(ଗୋବର୍ଦ୍ଧନ ଦାସ)
ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସ୍ଵେଚ୍ଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଧଉଳି ଛକରୁ ଧଉଳି ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ପରିବେଶ ସୁରକ୍ଷା ସଚେତନତା ଶୋଭାଯାତ୍ରା କରାଯାଇଥିଲା । ହାତରେ ପ୍ଲାଗକାଡ ଧରି ପରିବେଶ ସୁରକ୍ଷା,ଗୋଟିଏ ଗଛ ଗୋଟିଏ ଜୀବନ , ଦୟା ନଦୀ,ଓ ଗଙ୍ଗୁଆ ନଦୀ ର ସ୍ବଛତା ତାର ସୁରକ୍ଷା ଉପରେ ଜନସାଧରଣଙ୍କୁ ବାର୍ତ୍ତା ଦେବା ସହ ନାରା ଦେଇ ପରିଷଦର ଶତାଧିକ ସଦସ୍ୟ, ବୁଦ୍ଧିଜୀବୀ, ଶୋଭାଯାତ୍ରା ଶେଷରେ ବୃକ୍ଷରୋପଣ କରିଥିଲା । ପରେ ପରେ ଗାଙ୍ଗୁଆ ଅବବାହିକା ଅଞ୍ଚଳ ପରିଦର୍ଶନ କରି ଉଭୟ ଗଂଗୁଆ ଓ ଦୟାନଦୀ ର ସୁରକ୍ଷା ନେଇ ବିଶେଷ ଆଲୋଚନା କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ନିଷ୍ପତି ହେଲା । ପରିଷଦର ସଭାପତି ବୃନ୍ଦାବନ ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ମହାନଦୀ ବଞ୍ଚାଅ ଆନ୍ଦୋଳନ ର ପ୍ରମୁଖ ସୁଦର୍ଶନ ଦାସ, ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ, ପରିଷଦର ଉପସଭାପତି ଅକ୍ଷୟ ସ୍ୱାଇଁ, ସମ୍ପାଦକ ଅରୁଣ ପୁରୋହିତ, ପରିବେଶବିତ୍

ଲକ୍ଷ୍ମୀଧର ପ୍ରଧାନ, ପ୍ରଶାନ୍ତ ମିଶ୍ର,ଧଉଳି ସରପଞ୍ଚ ଚନ୍ଦନ ମଲ୍ଲିକ, ସୁମନ୍ତ ସୁବୁଦ୍ଧି, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଆଲୋକ ସାହୁ, ଚିନ୍ମୟ ବଡ଼ଜେନା, ବୈଶାଲିନି ପଟ୍ଟନାୟକ, ଭଗବାନ ସାହୁ , ରାଜେନ୍ଦ୍ର ସାହୁ, ତପନ ସାମନ୍ତରାୟ, ଜିତେନ୍ଦ୍ର ଜେନା ,ମନୋଜ ବରାଳ,ରଘୁନାଥ ସ୍ବାଇଁ, ହେମନ୍ତ ପାଳ , ସଞ୍ଜୟ ସାହୁ, ଗଙ୍ଗାଧର ଭଟ୍ଟ, କାହୁଁ ଚରଣ ନାୟକ, ସଞ୍ଜୟ ଦାସ, ଦୀନବନ୍ଧୁ ସ୍ବାଇଁ, ଅଶୋକ ଧୀରସାମନ୍ତ, ତପନ ଜେନା, ପ୍ରଳୟ ପଟ୍ଟନାୟକ, ଅଜୟ ସ୍ବାଇଁ, ବୁଲେଟ ମାନସିଂହ ପ୍ରମୁଖ ଯୋଗଦେଇ ଉକ୍ତ କାର୍ଯ୍ୟକର୍ମକୁ ସଫଳ କରିଥିଲେ।ସେହିପରି କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ସୁଦର୍ଶନ ଦାରୁସ୍ଥଳୀ ନିକଟରେ ଏହି ଦିବସ ପାଳିତ ହୋଇଯାଇଛି l ଏଥିରେ ଫାଉଣ୍ଡେସନର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର, ଅଧ୍ୟାପକ ଲକ୍ଷ୍ମୀଧର ପ୍ରଧାନ, ବ୍ରହ୍ମାନନ୍ଦ ସ୍ୱାଇଁ, ଚକ୍ରଧର ନାୟକ, ନାରାୟଣ ବେହେରା, ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ ପ୍ରମୁଖ ଯୋଗଦେଇଥିଲେ l ଏହି ଅବସରରେ ଦାରୁସ୍ଥଳୀ ନିକଟରେ ନବନିର୍ମିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତଙ୍କୁ ଚାରା ବଣ୍ଟନ କରାଯାଇଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page