ଭବାନୀପାଟଣା, ଜଗନ୍ନାଥ ନାଏକ, (ଉତ୍କଳ ବୁଲେଟିନ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅମଲା ଭବନ ଠାରେ ଭାରତୀୟ ଯୁବ ଶକ୍ତି ଟ୍ରଷ୍ଟ ତରଫରୁ ମେଣ୍ଟ ଓ ମେଣ୍ଟି ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରମୋଦ ତାଣ୍ଡି , (ଆସିଷ୍ଟାଣ୍ଡ କମିଶନର ସିଟି କଳାହାଣ୍ଡି) ଏବଂ (ଜିଏସଟି କଳାହାଣ୍ଡି) ପ୍ରଦେଶ କୁମାର ଦିଗଲ ଯାଇଁଣ୍ଟ କମିଶନର ସିଟି, ଏଣ୍ଡ ଜିଏସଟି କଳାହାଣ୍ଡି, ସୁଧୀର କୁମାର ବେହେରା ପିଏସମ୍ ସେଲକୋ ଫାଉଣ୍ଡେସନ

କଳାହାଣ୍ଡି, ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା, ଷ୍ଟେଟେଜିକ୍ କମିଟି ଚିୟାର, ବି,ୟାଇ,ଏସ,ଟି, ପ୍ରଦିପ କୁମାର ପଣ୍ଡା, ମାଁ ମାଣିକେଶ୍ବରୀ, ୟୁନିର୍ଭସିଟି ଡ଼଼: ମଧୁଲିକା ସାହୁ ପ୍ରିୟା ଭି. ଚିଫ ମିନିଷ୍ଟର ସ୍କିଲ ଡେଭେଲମେଣ୍ଟ ଫେଲୋ ଏମ୍ପ୍ଲୋମେଣ୍ଟ ଅଫିସ ଭବାନୀପାଟଣା ସଭାକୁ ଉଦ୍ଦବୋଧନ ଦେଇଥିଲେ ବି,ୟାଇ,ଏସ,ଟି ତରଫରୁ, ପ୍ରଦୀପ ଲିମା ସମସ୍ତଙ୍କୁ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ସଭାକୁ ପରିଚାଳିନା କରିଥିଲେ । ଭାରତୀୟ ଯୁବ ଶକ୍ତି ଟ୍ରଷ୍ଟ ୨୦୨୩ ଡିସେମ୍ବର ମାସରେ ସ୍ଥାପିତ ହୋଇଥିଲା। ୧୮ ରୁ ୩୫ ବର୍ଷ ଯୁବକ ଓ ଯୁବତୀ ମାନଙ୍କୁ କାର୍ଯ୍ୟ ଯୋଗାଇବା ଏବଂ ସେମାନଙ୍କ ମାଧ୍ୟରେ ଅନ୍ୟ ଲୋକ ମନେ କେମିତି କାମ ପାଇ ପରିବେ ତା ସୁବ୍ୟବସ୍ଥା କରିବା ଭବାନୀପାଟଣା ଭାରତୀୟ ଯୁବ ଶକ୍ତି ଟ୍ରଷ୍ଟର ପରାମର୍ଶରେ ୬୪ ଜଣ ଇଣ୍ଟର ପ୍ରାଇମର ବ୍ୟାଙ୍କରୁ ଋଣ ନେଇ ତାଙ୍କର କାମ ଆରମ୍ଭ କରିଥିଲେ । ବିୟୁଟି ପାର୍ଲର, ଟେଲରିଙ୍ଗ, ଟେଣ୍ଟ ହାଉସ, ହୋଟେଲ, ରାଇସ୍ ମିଲ ତଥା ପ୍ରତେକ କାମ ପାଇଁ ଯୁବକ ଏବଂ ଯୁବତୀ ମାନେ କାମ କରି ପରିବେ ।ଏହି କାର୍ଯ୍ୟକ୍ରମରେ ବେକାରୀ ସମସ୍ୟାକୁ କିପରି ଉଦ୍ୟୋଗି ମାନଙ୍କର ସାହାୟତା ଦ୍ୟାରା ବେକାରି ସମସ୍ୟା ଦୁର କରିହେବ ଓ କିପରି ବ୍ୟାଙ୍କ ମାନଙ୍କ ସହାୟତାରେ ଉଦ୍ୟୋଗି ସୃଷ୍ଟି କରାଯାଇ ପାରିବ ।
ନିଶୁଳ୍କ ସହାୟତା :- ୧ ଲକ୍ଷରୁ ୫୦ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ମାଧ୍ୟମରେ ବ୍ୟବସାୟ ଭିତ୍ତିକ ଋଣର ସହାୟତା। (ସର୍ତ୍ତାବଳୀ ଲାଗୁ)
:- ବ୍ୟବସାୟ ସମ୍ବନ୍ଧୀୟ ପରାମର୍ଶ ସେବା ।
:- ଉଦ୍ୟୋଗ ବିକାଶ ତାଲିମ ।
:- ମେଣ୍ଟରିଙ୍ଗର ସହାୟତା ।
:- ପୁରସ୍କାର ଓ ମାନ୍ୟତା ପ୍ରଦାନ।
:- ଅନ୍ୟ ଉଦ୍ୟୋଗ / ବ୍ୟବସାୟୀଙ୍କ ସହ ସଂଯୋଗ ସ୍ଥାପନ।
ଯୋଗ୍ୟତା :- ବୟଷ ସୀମା ୧୮ ରୁ ୩୫ ବର୍ଷ ହୋଇଥିବା ଆବଶ୍ଯକ ଅଟେ।
:- ମହିଳା ଓ ଏସସି, ଏସଟି ପାଇଁ ୫ ବର୍ଷ ରିଲାକ୍ଵସେସନ।
:- ବ୍ୟବସାୟ ଉତ୍ପାଦନ, ରିଟେଲ ଟ୍ରେଡିଂ କିମ୍ବା ସେବା ସମ୍ବନ୍ଧୀୟ ହୋଇଥିବା ଆବଶ୍ୟକ ।
:- ନୂତନ ଏବଂ ପୁରାତନ ବ୍ୟବସାୟ ପାଇଁ ଉଦ୍ଦିଷ୍ଟ ଅଟେ ।
:- କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ପାଇଁ ଉଦ୍ଦିଷ୍ଟ । ଏହି ଆଲୋଚନାରେ ପୁର୍ବରୁ ଆରମ୍ଭ ହେଇଥିବା କୁଟିର ଶିଳ୍ପ ମାନଙ୍କୁ କିପରି ଉନ୍ନତ୍ତ କରାଯାଇ ପାରିବ ଏହାଉପରେ ପୁଙ୍ଖାନୁପୁଙ୍ଖ ଭାଵରେ ଏକ ରୋଡ ମ୍ୟାପ ତିଆରୀରିବା ସହିତ ସେମାନଙ୍କୁ ଦରକାର ହେଉଥିବା ଟ୍ରେନିଙ୍ଗ ସୁଚାରୁରୂପେ ଦିଆଯାଇପାରିବ ଓ ଉନ୍ନତ ମାନର ଜିନିଷ କିପରିଭାବରେ ତିଆରି ହେବ ଓ ଦରକାରରେ ସେମାନଙ୍କୁ ଉଚିତ ଋଣ ର ବ୍ୟାବସ୍ତା କରାଯାଇପାରିବ, ଏହା ବିୟାଇଏସ୍ ଟି ରମୁଳ ଉଦ୍ଦେଶ୍ଯ ବୋଲି ଶୀ ପ୍ରଦିପ କୁମାର ପଣ୍ଡା ମତ ରଖିଛନ୍ତି। ତା ଛଡା ପୁର୍ବରୁ ଆରମ୍ଭ ହେଇଥିବା କୁଟିର ଶିଳ୍ପର ପୁରୋଧା ମାନେ ଏ ଟ୍ରଷ୍ଟ ସହ ଯୋଡି ହୋଇ ଅନେକ ସହଯୋଗ ପାଇଥିବା ମତ ବ୍ୟକ୍ତ କରିଥିଲେ ।

(ଭବାନୀପାଟଣାରୁ ପ୍ରତିନିଧି ଜଗନ୍ନାଥ ନାଏକଙ୍କ ରିପୋର୍ଟ :- ଉତ୍କଳ ବୁଲେଟିନ)