ମହାସମାରୋହରେ ବ୍ରହ୍ମେଶ୍ବର ଚନ୍ଦନ ଉତ୍ସବ ପାଳିତ।

ବାଲିଅନ୍ତା ୨୬/୦୫/(ଗୋବର୍ଦ୍ଧନ ଦାସ):- ଭୁବନେଶ୍ଵର ଟଙ୍କପାଣିରୋଡସ୍ଥିତ, ଚିଲିପୋଖରୀଠାରେ “କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ)”ର ଅଧ୍ୟକ୍ଷ ତଥା ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ, ପୂର୍ବତନ କର୍ପୋରେଟର ଶ୍ରୀ ମଳୟ ମହାପାତ୍ର ଓ ବ୍ରହ୍ମେଶ୍ଵର ସଂସ୍କୃତିକ ପରିଷଦର ସଭାପତି ଶ୍ରୀ ପ୍ରଶାନ୍ତ କିଶୋର ରାୟଙ୍କ ନେତୃତ୍ୱରେ ଏବଂ ଶ୍ରୀ ରାଜେନ୍ଦ୍ର ସମର୍ଥା, ଶ୍ରୀ ବିରଞ୍ଚି ନାରାୟଣ ମହାସୁପକାର, ଶ୍ରୀ ପ୍ରତାପ ସାହୁ, ଶ୍ରୀ ଦେବୀ ପ୍ରସାଦ ନନ୍ଦ, ଶ୍ରୀ ବଳରାମ ସ୍ଵାଇଁ, ଶ୍ରୀ ବିକ୍ରମ ସୁନ୍ଦରାୟ, ଶ୍ରୀ ବାମଦେବ ଗଜେନ୍ଦ୍ର, ଶ୍ରୀ ରବିନ୍ଦ୍ର ପାତ୍ର, ଶ୍ରୀ ପ୍ରମୋଦ ମହାପାତ୍ର ପ୍ରମୁଖଙ୍କ ସହଯୋଗରେ ବ୍ରହ୍ମେଶ୍ଵର ଚନ୍ଦନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ।

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବୟାଳିଶି ଦିବସୀୟ ଓ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାଇଶି ଦିବସୀୟ ପବିତ୍ର ଚନ୍ଦନ ଯାତ୍ରୋତ୍ସବ ପରେ ଗ୍ରୀଷ୍ମ ତାତିରୁ ସାମୁହିକ ଉପଶମ, ଭାତୃଭାବ ପ୍ରତିଷ୍ଠା ଓ ବନ୍ଧୁ ମିଳନ ଏହି ଚନ୍ଦନ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥୁ ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ, ଭୁବନେଶ୍ଵର-ମଧ୍ୟମ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଏକାମ୍ର-ଭୁବନେଶ୍ଵର ବିଧାୟକ ଶ୍ରୀ ବାବୁ ସିଂ, ମେୟର ଶ୍ରୀମତୀ ସୁଲୋଚନା ଦାସ, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ ରାଉତରାୟ, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ମନ୍ତ୍ରୀ ସମୀର ରଂଜନ ଦାଶ, ପୂର୍ବତନ ମନ୍ତ୍ରୀ ଶ୍ରୀ ଭୂପିନ୍ଦର ସିଂ, ପୂର୍ବତନ ପୋଲିସ କମିଶନର ଶ୍ରୀ ଅରୂପ ପଟ୍ଟନାୟକ, ବିଜେଡି ନେତା କ୍ୟାପେଟେନ ମନ୍ମଥ ଭାରତରାୟ, ବିଜେପି ନେତା ଶ୍ରୀ ନିରଞ୍ଜନ ମିଶ୍ର, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିରୂପମା ସାହୁ, ବିଜେଡି ନେତ୍ରୀ ଶ୍ରୀମତୀ ସୁମିତ୍ରା ଜେନା, ବିଜେପୀ ନେତ୍ରୀ ଶ୍ରୀମତୀ ରଶ୍ମୀ ମହାପାତ୍ର, ପୁର୍ବତନ ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ମହାନ୍ତି, କଂଗ୍ରେସ ନେତା ଶ୍ରୀ ଶିବାନନ୍ଦ ରାଏ, ସମାଜସେବୀ ପ୍ରତାପ ଜେନା, ରୁଦ୍ର ନାରାୟଣ ସାମନ୍ତରାୟ, ଶ୍ରୀ ଦେବବ୍ରତ ନାୟକ, ବିଜେପି ନେତା ଶ୍ରୀ ବିଶ୍ଵରଞ୍ଜନ ବଡଜେନା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୁଃଶାସନ ସ୍ଵାଇଁ, ଭୁବନେଶ୍ଵର ଓକିଲ ସଂଘ ସଭାପତି ଶ୍ରୀ ଅଶୋକ ଛୋଟରାୟ, କର୍ପୋରେଟର ଅମରେଶ ଜେନା, ଶ୍ରୀ ନୃପେଶ ନାୟକ, ଶ୍ରୀ ଶିବ ନାରାୟଣ ରାୟ, ଶ୍ରୀ ସୁରେନ୍ଦ୍ର ପ୍ରଧାନ, ଶ୍ରୀ ଦିଲ୍ଲିପ ମାଝି, ଶ୍ରୀ ଅଜିତ ବେହେରା, ଶ୍ରୀ ସନ୍ତୋଷ ସିଂ ପ୍ରମୁଖଙ୍କ ସହିତ ବହୁ ପୂର୍ବତନ କପୋରେଟର, ସରପଞ୍ଚ, ସମିତିସଭ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଏହି ଚନ୍ଦନ ଉତ୍ସବ ବନ୍ଧୁ ମିଳନରେ ଏକାମ୍ର-ଭୁବନେଶ୍ଵର ଅଞ୍ଚଳର ୧୦ ହଜାର ରୁ ଅଧିକ ସ୍ଥାନୀୟ ବାସିନ୍ଦା, ଯୁବକ, ମହିଳାମାନେ ଯୋଗଦାନ କରି କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ । ଏହି ଅବସରରେ ସମସ୍ତଙ୍କୁ ଚନ୍ଦନ ପ୍ରଲେପ ସହିତ ମଲ୍ଲିମାଳ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା । ପୋଖରୀରେ ସୁସଜ୍ଜିତ ଡଙ୍ଗା, ଦକ୍ଷିଣା ପବନ, ଚନ୍ଦନର ବାସ୍ନା, ବିଭିନ୍ନ ଦେବତାଙ୍କ ବେଶରେ କଳାକାରମାନଙ୍କର ପୋଖରୀ କୂଳରେ ବିଚରଣ ଏକ ଅଦ୍ଭୁତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସମାନ୍ତରାଳ ଭାବେ ପାରମ୍ପରିକ ସଂସ୍କୃତିକ ନୃତ୍ୟ ଓ ଭଜନ ପରିବେଷଣ କରାଯାଇଥୁଲା । ‘ ଜ୍ୟୋତି କଳା ମନ୍ଦିର’ ଓ ‘ନୃତ୍ୟଶାଳା’ ନୃତ୍ୟାନୁଷ୍ଠାନର ଶିଳ୍ପୀମାନେ ଓଡିଶୀ ନୃତ୍ୟ ପରିବେଶଣ କରିଥିଲେ । ‘ନକ୍ଷତ୍ର ଗୁରୁକୂଳ’ ଅନୁଷ୍ଠାନ ଦ୍ୱାରା ଗୋଟିପୁଅ ମଞ୍ଚସ୍ଥ ହୋଇଥିବା ବେଳେ, ମଙ୍ଗଳପୁର ନୃତ୍ୟ ଶିଳ୍ପୀଙ୍କ ଦ୍ଵାରା ମିଥୁଳା ଗମନ, କେଳାକେଳୁଣୀ ନୃତ୍ୟାଭିନୟ ମଞ୍ଚସ୍ଥ ହୋଇଥୁଲା । ‘ଶିଳ୍ପୀକା’ ନୃତ୍ୟାନୁଷ୍ଠାନର ଶିଳ୍ପୀ ମାନେ ପ୍ରାଚୀନ ଓଡିଆ ସିନେମା ସଂଗୀତରେ ନୃତ୍ୟ ପରିବେଷଣ କରିଥିଲେ । କଣ୍ଠଶିଳ୍ପୀ ଉଦିତ ମହାନ୍ତି ଓ ତାଙ୍କ ସାଥ୍‌ମାନେ ଭଜନ ପରିବେଷଣ କରିଥିଲେ । ଏହାପରେ, ଉପସ୍ଥିତ ଥିବା ସମସ୍ତ ଅତିଥୁ, ଦର୍ଶକମାନେ ଓ ଜନସାଧାରଣ ସାମୁହିକ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାନ୍ତରିତ କରିବାରେ ଶ୍ରୀ ବାସୁଦେବ ନାଥ ସଂଯୋଜନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ମିଥୁନ ନାୟକ, ସାର୍ଥକ ପରିଡା, ଗୟାଧର ସ୍ବାଇଁ, ଏ ଆଇ ଏସ ଏଫ (AISF) ସଭାପତି ସଂଘମିତ୍ରା ଜେନା, ଲଲାଟ ସାହୁ, ସଂଜୟ ମହାପାତ୍ର, ରାଜେଶ ସାହୁ, ତପନ ମହାନ୍ତି, ସୁରେନ୍ଦ୍ର ମୁଦୁଲି, ଅମର ସାମଲ, ଗିରିଜା ଶଙ୍କର ସାହୁ, ଶିଶିର ଦ୍ବିବେଦୀ, ଅଶୋକ ସେଠୀ, ବ୍ରଜବନ୍ଧୁ ମିଶ୍ର, ବିଭୂତି ଜେନା, ସୂର୍ଯ୍ୟ ମହାନ୍ତି, ମାନସ ରଥ, ସତ୍ୟଜିତ ମହାନ୍ତି, ପଙ୍କଜ ବେହେରା, ବୀରକିଶୋର ସାମଲ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page