ଶାନ୍ତିସ୍ତୁପ ଧଉଳିରେ ଜଳସେବା ଶୁଭାରମ୍ଭ

ବାଲିଅନ୍ତା,୨୫|୫( ଗୋବର୍ଦ୍ଧନ ଦାସ ):ପ୍ରଚଣ୍ଡ ରୌଦ୍ରତାପକୁ ପ୍ରତିହିତ କରିବାପାଇଁ ଶାନ୍ତିସ୍ତୁପ ଧଉଳିରେ ପର୍ଯ୍ୟଟକଙ୍କ ନିମନ୍ତେ ଆଞ୍ଚଳିକ ବିକାଶ ପରିଷଦ ଓ ଶ୍ରୀ ଶ୍ରୀ ଧବଳେଶ୍ୱର ବ୍ୟବସାୟୀକ ସଙ୍ଘ ପକ୍ଷରୁ ଜଳସେବା ଶୁଭାରମ୍ଭ ହୋଇଯାଇଛି l ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ ଏବଂ ବ୍ୟବସାୟ ସଂଘର ସଭାପତି ରବିନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟୋକ୍ଷ ତତ୍ୱାବଧାନରେ ଏହି ସେବା ଶୁଭାରମ୍ଭ ହୋଇଥିଲା l ପରେ ଏକ କାର୍ଯ୍ୟକ୍ରମରେ ଧଉଳି ଆସିଥିବା ବ୍ଲକ ଉନ୍ନୟନ ଅଧିକାରୀ ଦେବୀ ପ୍ରସନ୍ନ ମହାନ୍ତି ଏଥିରେ ସାମିଲ ହେବାସହ ଏଭଳି ଜନହିତକର କାର୍ଯ୍ୟ ନିମନ୍ତେ ଆୟୋଜକ ମାନଙ୍କୁ ଉଚ୍ଚପ୍ରଂଶସା କରିଥିଲେ l ଏଥିରେ ଦହିପଣା ବଣ୍ଟନ କରାଯାଇଥିଲା l ଯାହାକି ତୃଷ୍ଣାର୍ତ୍ତ ପର୍ଯ୍ୟଟକଙ୍କୁ ବେଶ ଆଶ୍ୱସ୍ତି ଦେଇଥିଲା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page