ଚିଲିକା,୧୬।୫:ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଆଙ୍କୁଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଇକ କୋଶଡିହ ଠାରେ “ଶ୍ରୀ ଅରବିନ୍ଦ ପାଠଚକ୍ର, ମାତୃତୀର୍ଥର ୫୪ ତମ ବାର୍ଷିକ ଉତ୍ସବ ପ୍ରତିବର୍ଷ ପରି ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ତିଥିରେ ପାଳିତ ହୋଇଯାଇଅଛି । ପ୍ରାତଃ କାଳରେ ଶ୍ରୀମା’ ଓ ଶ୍ରୀ ଅରବିନ୍ଦଙ୍କ ଆଶ୍ରିତ ମାନଙ୍କ ଦ୍ଵାରା ଭାରତର ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରାଯାଇଥିଲା I ଏହାକୁ ଉତ୍ତୋଳନ କରିଥିଲେ ଶ୍ରୀ ଅରବିନ୍ଦ ପାଠଚ଼କ୍ର ଆନ୍ଦୋଳନର ପୂର୍ବତନ ଜିଲ୍ଲା ସଂଗଠକ ସୁରେନ୍ଦ୍ର ନାଥ ଜେନା । ଏହାପରେ ରିଲିକ୍ସ ସେଣ୍ଟର ଠାରେ ସମୁହ ଧ୍ୟାନ ଓ ପ୍ରାର୍ଥନା କରାଯାଇଥିଲା । ଶ୍ରୀ ଅରବିନ୍ଦ ପାଠଚକ୍ରର ସଭାପତି ତଥା ଅଧ୍ୟାପକ ଉତ୍ତମ ପାଇକରାୟଙ୍କ ପୌରୋହିତ ରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସଭାରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା କଳଗଡାସ୍ଥ ଶ୍ରୀ ଅରବିନ୍ଦ ଆଶ୍ରମର ସାଧକ ବିକାଶ ଭାଇ ଓ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ରମାକାନ୍ତ ନନ୍ଦ, ସମ୍ମାନୀତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ସଂଗଠକ ସୂର୍ଯ୍ୟକାନ୍ତ ମହାରଣା ଓ ସୁରେନ୍ଦ୍ରନାଥ ଜେନା ପ୍ରମୁଖ ଯୋଗ ଦେଇ ଶ୍ରୀ ଅରବିନ୍ଦଙ୍କ ଦ୍ୱାରା ଲିଖିତ ମହାନ ଗ୍ରନ୍ଥ “ସାବିତ୍ରୀ” ଉପରେ ଆଲୋକ ପାତ କରିବା ସହ ଭଗବତ୍ ଶକ୍ତି ଅବତରଣ ହିଁ ସଂସାରର ସମସ୍ତ ସମାସ୍ୟାର ସମାଧାନ ସୂତ୍ର ବୋଲି କହିଥିଲେ । ଉକ୍ତ ବାର୍ଷିକ ଉତ୍ସବରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃସ୍ତୃତି, ବଡ଼ ପଦରର ସଂପାଦିକା ଡାକ୍ତର ସୁଧାଙ୍ଗିନୀ ହରିଚ଼ନ୍ଦନଙ୍କ ସମେତ ଚିଲିକା- ବାଣପୁର ଅଞ୍ଚଳରେ ଥିବା ବିଭିନ୍ନ ପାଠଚକ୍ରର ପ୍ରାୟ ୪୦୦ ରୁ ଉର୍ଦ୍ଧ ଅପାଭାଇ ଯୋଗ ଦେଇ ଥିଲେ। ପାଠଚକ୍ର ଉତ୍ସବର ସମସ୍ତ କାର୍ଯ୍ୟକୁ ସଂପାଦକ କୃଷ୍ଣଚ଼ନ୍ଦ୍ର ମହାରଣା ସଂଯୋଜନା କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ଚିଲିକା ବ୍ଲକର ପୂର୍ବତନ ଭାଇସ ଚ଼େୟାରମ୍ୟାନ ଡାକ୍ତର ଉତ୍ପଳ ପାଇକରାୟ ।ପରିଶେଷରେ ଭାରତର ଆଧାତ୍ମିକ ପତାକାକୁ ଅବତରଣ କରାଯାଇଥିଲା । .

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି