ଶ୍ୟାମପ୍ରିୟା କଳା ସଂସ୍ଥାନ , ଦିଲ୍ଲୀ ପକ୍ଷରୁ summer workshop ra closing ceremony

Bhubaneswar-: ୟୁନିଟ୍ ୪ସ୍ଥିତ , ବୁଦ୍ଧ ମନ୍ଦିରର ନୁତନ ପ୍ରେକ୍ଷାଳୟ ଠାରେ , ଗତ ଜୁନ୍ ୧୦ତାରିଖ ଦିନ ଶ୍ୟାମପ୍ରିୟା କଳା ସଂସ୍ଥାନ , ଦିଲ୍ଲୀ ପକ୍ଷରୁ summer workshop ra closing ceremony ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ଏହି ସନ୍ଧ୍ୟାଟିକୁ ସ୍ୱର୍ଗତ ରବି ନାରାୟଣ ପ୍ରସାଦ ମହାନ୍ତିଙ୍କ ପବିତ୍ର ସ୍ମୃତିକୁ ମନେପକାଇ ସମର୍ପିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀର ଓ ସ୍ବର୍ଣ୍ଣଲତା ମହାନ୍ତି । ସେମାନେ ସେଠାରେ ଉପସ୍ଥିତ ରହି ପିଲାମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।ସାଂସ୍କୃତିକ ସଂନ୍ଧ୍ୟା ର ମୁଖ୍ୟ ଆକର୍ଷଣ ଥିଲା summer workshop re ଶିଖା ଯାଇଥିବା ନୃତ୍ୟ ଯାହାକୁ ଦଳଗତ ପରିବେଷଣ କରିଥିଲେ ଡକ୍ଟର ପ୍ରିୟଙ୍କା, ଆକାଂକ୍ଷା, ଐଶ୍ୱର୍ଯ୍ୟା, ଉଷା , ରିୟା ଏବଂ ଶ୍ରୀରାମ। ଏଥି ସହିତ ଉକ୍ତ ଅନୁଷ୍ଠାନର ପ୍ରତିଷ୍ଠାତା ମନୋରଞ୍ଜନ ନାୟକ ଏବଂ ରାସେଶ୍ୱରୀ ନାୟକ ମଧ୍ୟ ତାଙ୍କର ଏକକ ନୃତ୍ୟ ପରିବେଷଣ କରିଥିଲେ। ଡଃ ସୁଶୀଲ ପଟ୍ଟନାୟକ କାର୍ଯ୍ୟକ୍ରମର ଉଦଘୋଷକ ଭାବରେ ତାଙ୍କର ଦାୟିତ୍ଵ ସୁଚାରୁ ରୂପେ ସମ୍ପାଦନ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page