ସାମ୍ବାଦିକଙ୍କୁ ବ୍ଲକ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର; ନ୍ୟାୟ ଅପେକ୍ଷାରେ ଧାରଣାରତ ସାମ୍ବାଦିକ

ବାଲିଅନ୍ତା: ଲୋକଙ୍କ ସୁଖଦୁଃଖରେ ସାଥିହେଉଥିବା ଅବା ସେମାନଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଁଞ୍ଚାଇବା ନିମନ୍ତେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା
ସାମ୍ବାଦିକତା ବୃତ୍ତି ଆଜି ସଙ୍କଟରେ l ନିମନ୍ତ୍ରଣ କରି ସଭାଗୃହରୁ ବାହାର କରିଦେବା କେତେ ଯୁକ୍ତିଯୁକ୍ତ ବୋଲି ନ୍ୟାୟ ପାଇବା ପାଇଁ ଗତ ଆଠ ଦିନ ଧରି ଧାରଣାରେ ବସିଥିବା ସାମ୍ବାଦିକ ମାନେ ଉତ୍ତର ଚାହିଁଛନ୍ତି। ଆନ୍ଦୋଳନକାରୀଙ୍କ ପାଇଁ ଆଜି ଏହା ସ୍ୱାଭିମାନ ଓ ସମ୍ମାନର ପ୍ରଶ୍ନ ହୋଇଛି। ଯେତେବେଳେ ଯିଏ ଯେପରି ଚାହିଁବ, ଜଣେ ସାମ୍ବାଦିକ ପ୍ରତି ସେପରି ବ୍ୟବହାର କରି ପତିବ କି? ଏହାର ଉତ୍ତର ଖୋଜୁଛନ୍ତି, ଧାରଣା ରେ ବସି ଥିବା ସାମ୍ବାଦିକମାନେ। ଆଜି ପୂର୍ବାହ୍ନ ରେ ବାଲିଅନ୍ତା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବାଲିପାଟଣା, ବାଲିଅନ୍ତା, ନିଆଳି, ଭୁବନେଶ୍ୱର ଅଞ୍ଚଳର ଶତାଧିକ ସାମ୍ବାଦିକ ଧାରଣାରେ ସାମିଲ ହୋଇଥିଲେ। ଧଉଳି ପଞ୍ଚାୟତର ସରପଞ୍ଚ ଚନ୍ଦନ ମଲ୍ଲିକ, ଲିଙ୍ଗିପୁର ପଞ୍ଚାୟତ ସରପଞ୍ଚ ଖିରୋଦ ପ୍ରଧାନ ମଧ୍ୟ ଉପସ୍ଥିତ ରହି ଧାରଣାରତ ସାମ୍ବାଦିକଙ୍କୁ ନୈତିକ ସମର୍ଥନ ଜଣାଇବା ସହ ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି l । ସେହିପରି ସମ୍ବାଦର କ୍ରୀଡା ସମ୍ପାଦକ ସାମ୍ବାଦିକ ତଥା ବାଲିପାଟଣା ସାମ୍ବାଦିକ ସଂଘର ସମ୍ପାଦକ ସୁରେଶ ସ୍ବାଇଁ ଏଠାରେ ଉପସ୍ଥିତ ରହି ଅଧ୍ୟକ୍ଷାଙ୍କ ଏତାଦୃଶ ମନୋବୃତିକୁ ଦୃଢ଼ ନିନ୍ଦା କରିଥିଲେ। ଏକ ଆନୁଷ୍ଠାନିକ ବୈଠକରେ ନିଷ୍ପତି ନିଆଯାଇଥିଲା କି ଆଗାମୀ ଦିନରେ ସମସ୍ତ ପ୍ରକାର ସରକାରୀ କାର୍ଯ୍ୟକ୍ରମରେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଥିଲେ l ଜନସାଧାରଣଙ୍କ ସାମ୍ନାରେ ବର୍ତ୍ତମାନ ନିର୍ବାଚିତ ଜନପ୍ରତିନିଧି ମାନଙ୍କର ଅସଲ ରୂପ ଧରା ପଡ଼ି ଯାଇଛି। ଆଜି ବୈଠକରେ ନିଷ୍ପତି ହେଲାକି ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page