୩୪ତମ ନୃତ୍ୟାଞ୍ଜଳି ମହୋତ୍ସବ ଉଦଘାଟନୀ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ଓ ସଂଗୀତରେ ବିମୁଗ୍ଧ ଦର୍ଶକ l

ଗୁରୁ ଶ୍ରୀ ବ୍ରଜକିଶୋର ମଲ୍ଲିକ ଓ ସଚ୍ଚିଦାନନ୍ଦ ଦାସ ଙ୍କୁ ନୃତ୍ୟାଞ୍ଜଳି ସମ୍ମାନ  ଏବଂ ଉପେନ୍ଦ୍ର ପାହାଡ଼ସିଂଙ୍କୁ ମରଣତର ଓ ପ୍ରଫେଶର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଙ୍କୁ ନାଟ୍ୟ ପୁରୁଷ ସମ୍ମାନ

34ତମ ନୃତ୍ୟାଞ୍ଜଳି ମହୋତ୍ସବ ଆଜି ରବିନ୍ଦ୍ର ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି | ପୂର୍ବାହ୍ନ ଅଧିବେଶନ ରେ ଆସ୍କା ର ମନନୀୟl ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ, ଶିଶୁ ସୁରକ୍ଷା ଆୟୋଗ ସଦସ୍ୟ କସ୍ତୁରୀ ମିଶ୍ର, ଓଡ଼ିଶୀ ନୃତ୍ୟ ଗୁରୁ ଭରତ ଚରଣ ଗିରି, ସଂଗୀତ ନିର୍ଦେଶକ ରାଜ କୁମାର ପ୍ରଧାନ ଯୋଗ ଦେଇ କହ୍ନେୟା କୁମାର ଝାଙ୍କୁ ନୃତ୍ୟାଞ୍ଜଳି ସେବା ସମ୍ମlନ , ପ୍ରମୋଦ ବିଶ୍ୱାଳଙ୍କୁ ସଂଗୀତ ସେବା,ସୁଶାନ୍ତ ବିଷୋୟୀଙ୍କୁ ସମ୍ବାଦ ସଂଚାଳନ ସମ୍ମାନ, ସୁନୀଲ ନାୟକ ସାମ୍ବାଦିକ ସମ୍ମାନ, ଦିପ୍ତୀରlଣୀ ମିଶ୍ରଙ୍କୁ ଉପସ୍ଥାପନା ସମ୍ମାନ ରେ ସମ୍ମାନିତ କରିଥିଲେ l ଉଦ୍ଘାଟନୀ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଯୋଗ ଦେଇ କଳା କ୍ଷେତ୍ରରେ ଉତ୍କର୍ଷ କୃତି ବ୍ୟକ୍ତିତ୍ୱ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ |  ଉତ୍ସବର ପ୍ରାଥମିକ ଏବଂ ଅପରାହ୍ନ ପର୍ଯ୍ୟାୟରେ ୧୫୦ ରୁ ଉର୍ଦ୍ଧ କଳାକାର ନୃତ୍ୟ, ଗୀତ ଓ ବାଦ୍ୟ ଶିଳ୍ପୀ ତାଙ୍କ କଳାଚାତୁରୀ ପରିବେଷଣ କରିଥିଲେ | ସନ୍ଧ୍ୟା ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁରୁ ଶ୍ରୀ ବିଜୟ କୁମାର ଜେନା, ଗୁରୁ ଶ୍ରୀ ରାମହରି ଦାସ,ପ୍ରଖ୍ୟାତ ମର୍ଦଳ ଗୁରୁ ଶ୍ରୀ ଧନେଶ୍ୱର ସ୍ୱାଇଁ ଏବଂ ଡ. ରାଜେନ୍ଦ୍ର ନାଥ ସାମନ୍ତରାୟ, ପ୍ରଫେସର ପୂର୍ଣଚନ୍ଦ୍ର ମଲ୍ଲିକ,ଅତିଥି ଭାବେ ଯୋଗ ଦେଇ ସଙ୍ଗୀତ ଏବଂ ନାଟକ ଦୁନିଆରେ ଜୀବନବାପୀ ସାଧନରତ ଥିବା ସମ୍ମାନନିୟ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ମାନିତ କରିଥିଲେ |ଏହି ଅବସରରେ ଗୁରୁ ଶ୍ରୀ ବ୍ରଜକିଶୋର ମଲ୍ଲିକ ଓ ଗୁରୁ ଶ୍ରୀ ସଚ୍ଚିଦାନନ୍ଦ ଦାସଙ୍କୁ ନୃତ୍ୟାଞ୍ଜଳୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ଏବଂ ଉପେନ୍ଦ୍ର କୁମାର ପାହାଡ଼ ସିଂ ଓ ପ୍ରଫେସର ପୂର୍ଣଚନ୍ଦ୍ର ମଲ୍ଲିକ ଙ୍କୁ ନାଟ୍ୟ ପୁରୁଷ ସମ୍ମାନ ରେ ସମ୍ମାନିତ କରାଯାଇଥିଲା |ନୃତ୍ୟାଞ୍ଜଳୀ ମହୋତ୍ସବ ର ୧ମ ଦିବସଟି ଶାସ୍ତ୍ରୀୟ ସଙ୍ଗୀତ ପାଇଁ ଉତ୍ସର୍ଗୀକୃତ କରା ଯାଇ ଥିଲା | ଏହି ଅବସର ରେ ପ୍ରଖ୍ୟାତ ବଂଶୀ ବାଦକ ଗୁରୁ ଶ୍ରୀ ଅବିରାମ ନନ୍ଦ ଅତି ଉଚ୍ଚ କୋଟୀର ବଂଶୀବାଦନ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ | ତତ୍ପରେ ବିଶିଷ୍ଟ ଓଡିଶୀ ସଙ୍ଗୀତ ଗୁରୁ ଡ଼. କାର୍ତ୍ତିକ ବୈଠାରୁ, ଉଦୀୟମାନ ସଙ୍ଗୀତ ଶିଳ୍ପୀ ବସୁନ୍ଧରା ପରିଡା ଓ ନମିତା ଜେନା ଶାସ୍ତ୍ରୀୟ ଓଡିଶୀ ସଙ୍ଗୀତ ଗାୟନ କରି ଦର୍ଶକ ମାନଙ୍କୁ  ବିମୋହିତ କରିଥିଲେ |ଦଳଗତ ପର୍ଯ୍ୟାୟରେ ଗୁରୁ ଶ୍ରୀ ନିମାକାନ୍ତ ରାଉତରାୟ ଙ୍କର ବରିଷ୍ଠ ଛାତ୍ରୀମାନେ ଗୀତଗୋବିନ୍ଦ ଗାନ କରି ଦର୍ଶମାନଙ୍କ ମଧ୍ୟରେ ଭକ୍ତିର ଭାବ ସଂଚାର କରିଥିଲେ | ଗୁରୁ ଶ୍ରୀ ପୂର୍ଣଚନ୍ଦ୍ର ସ୍ୱାଇଁ ଙ୍କର ଛାତ୍ରୀମାନଙ୍କ ଦଳଗତ ସଙ୍ଗୀତ ପରିବେଷଣ  ଦର୍ଶକମାନଙ୍କୁ ଭରପୁର ଆନନ୍ଦ ପ୍ରଦାନ କରିଥିଲl l ଅନ୍ତିମ ପର୍ଯ୍ୟାୟରେ ଅଙ୍କିତା ସାହୁ ଓ ଡଃ. ସୋନାଲି ସାବତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ | ଅନୁଷ୍ଠାନର ସଭାପତି ଗୁରୁ ଶ୍ରୀ ସୁକାନ୍ତ କୁମାର କୁଣ୍ଡୁ  ଅତିଥି ମାନଙ୍କ ସ୍ଵାଗତ କରିବା ସହିତ ସଭାପତିତ୍ବ କରିଥିଲେ | ସମ୍ପାଦକ ଗୁରୁ ଶ୍ରୀ ପୁଷ୍ପରଞ୍ଜନ ମଙ୍ଗରାଜ ନୃତ୍ୟାଞ୍ଜଳି ଉତ୍ସବର ଆଭିମୁଖ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page