ଭୁବନେଶ୍ୱର: ଝୁମକା ଠାରେ 1996 ମସିହା ଦେବରାୟ ମହାବିଦ୍ୟାଳୟର କିଛି ବିଦ୍ୟାର୍ଥୀ ଏକାଠି ହୋଇ ବନ୍ଧୁମିଳନରେ ଏକତ୍ର ହେବା ସହିତ ଝୁମକା ଡ୍ୟାମ ଓ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଭ୍ରମଣ କରିବା ସହିତ ନିଜନିଜ ସ୍ତରରେ ପରିବେଶ ସୁରକ୍ଷାଦିଗରେ କାର୍ଯ୍ୟକ୍ରମ କରିବା ପାଇଁ ସଂକଳ୍ପ ନେଇଥିଲେ l ଶୈଳେନ୍ଦ୍ର ରାୟଙ୍କ ସଂଯୋଜନା ସହିତ ମନୋଜ ବେହୁରା, ସୁଜୟ, ବିଭୁତିଙ୍କ ପରିଚାଳନାରେ ଏକ ବନ୍ଧୁମିଳନ, ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏକତ୍ର ହୋଇଥିବା ବନ୍ଧୁମାନେ କିଏ ବୈଜ୍ଞାନିକ, ସାମ୍ବାଦିକ, ସାମାଜିକ କର୍ମୀ, କର୍ପୋରେଟ କ୍ଷେତ୍ର ସହିତ ବହୁ ସମ୍ମାନସ୍ପଦ ପଦବୀରେ ଅଧିଷ୍ଠିତ ହୋଇ ସମାଜ ପାଇଁ କାର୍ଯ୍ୟ କରି ଆସୁଛନ୍ତି l ଓଡିଶାର ପ୍ରାକୃତିକ ସମ୍ପଦ ପର୍ୟ୍ୟଟନସ୍ଥଳୀ ମଧ୍ୟରେ ରାଜଧାନୀରୁ ମାତ୍ର 19 କିମି ଦୂରରେ ଥିବା ଝୁମକା ଏକ ସ୍ୱତନ୍ତ୍ର ମାନ୍ୟତା ହାସଲ କରିଛି l ସମସ୍ତ ପର୍ୟ୍ୟଟନ ସ୍ଥଳୀକୁ ସଫାସୁତୁରା ରଖିବା ସହ ପରିବେଶର ସନ୍ତୁଳନ ପାଇଁ ବୃକ୍ଷରୋପଣର ଆବଶ୍ୟକତା ଅଛି ବୋଲି ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ମତବ୍ୟକ୍ତ କରିବା ସହ ବନ୍ଧୁତ୍ବର ବିକଳ୍ପ ନାହିଁ ଓ ଉତ୍ତମ ବନ୍ଧୁମାନଙ୍କ ସହଯୋଗରେ ସମାଜରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିପାରିବ ବୋଲି ମତବ୍ୟକ୍ତ କରାଯାଇଥିଲା l କାର୍ଯ୍ୟକ୍ରମକୁ ଆଶୁତୋଷ ଲେଙ୍କା, ଅଶୋକ, ସୁବ୍ରତ, ବୁବୁ, ବିଭୁତି ସିଂ, ଗୀତା, ଅନିତା ପ୍ରମୁଖ ପରିଚାଳନା କରିଥିଲେ l
1996 ମସିହା ଦେବରାୟ ମହାବିଦ୍ୟାଳୟରବନ୍ଧୁମିଳନ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଉଦ୍ୟୋଗୀଙ୍କ ନିଷ୍ଠା, ଏକାଗ୍ରତା ସମାଜପାଇଁ ଏକାନ୍ତ ଅପରିହାର୍ଯ୍ୟ
ଭୁବନେଶ୍ୱର ତା 26/06/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଉଦ୍ୟୋଗୀ ଅମୀୟ
କୁଡାସିଂହାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା (ଏସ୍ଆଇଆର)
ବଲାଙ୍ଗିର, ତା.୨୭.୦୬.୨୬ - ରାଜ୍ୟ ସରକାର ପୁରସ୍କାରପ୍ରାପ୍ତ ସଂଗଠନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଏବଂ ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିର କୁଡାସିଂହା ର ମିଳିତ ଉଦ୍ୟମରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା କାର୍ଯ୍ୟକ୍ରମ କୁଡାସିଂହା ଠାରେ ସଫଳତା
ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରାଙ୍କୁ ୩ୟ ବ୍ଲାକ ବେଲ୍ଟ ପ୍ରାପ୍ତ ପାଇଁ ଜନ୍ମ ମାଟିରେ ସ୍ୱାଗତ
ବାଲିଅନ୍ତା ୨୬/୬ : ବାଲିଅନ୍ତା ବ୍ଲକ ଅଧୀନ ବାଳକାଟି ଅଞ୍ଚଳର ମାର୍ଶାଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରାଙ୍କୁ ଓଡ଼ିଶାର ଅଗ୍ରଣୀ ପରିବେଶ ପାଇଁ କାର୍ଯ୍ୟରତ ସାମାଜିକ ଅନୁଷ୍ଠାନ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବାଳକାଟି ବଜାର ସ୍ଥିତ ସ୍ୱର୍ଗର ବାଳକୃଷ୍ଣ
ସୁଦର୍ଶନ ଦାରୁ ପୀଠରେ ରଥ ନିର୍ମାଣ କାରିଗରଙ୍କୁ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା
ବାଲିଅନ୍ତା, ୨୬/୬: ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠରେ ନିର୍ମାଣାଧୀନ ରଥରେ ଦିନରାତି ପରିଶ୍ରମ କରୁଥିବା ବିଶ୍ୱକର୍ମା କାରିଗରମାନଙ୍କୁ ଆଜି ଅଗ୍ରଣୀ ସାମାଜିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରା ପାଇଁ
ଭୁଲବହି ପ୍ରତ୍ୟାହାର ସ୍ୱାଗତଯୋଗ୍ୟ
ତଳ ତଳିଆଙ୍କୁ ସସ୍ପେଣ୍ଡ ପର୍ଯ୍ୟାପ୍ତ ନୁହେଁ,ନ୍ୟାୟିକ ତଦନ୍ତ ହେଲେ ବଡବଡିଆ ଦଣ୍ଡିତ ହେବେ : ଓଡିଶା ଅଭିଭାବକ ମହାସଂଘ ଭୁବନେଶ୍ୱର ତା 26ରିଖ l ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଅସଂଖ୍ୟ ତ୍ରୁଟି ଭଳି ଅସମ୍ବେଦନଶୀଳ ଓ ଅତ୍ୟନ୍ତ ଦାୟିତ୍ୱହୀନ
ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର ଓ ଶ୍ରୀରାମକୃଷ୍ଣ ଆଶ୍ରମ ପାଇବେ, “ଚଳିତବର୍ଷର ଗାନ୍ଧୀ ଗୌରବ ସମ୍ମାନ”
ଭୁବନେଶ୍ୱର, ୨୬.୬ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ମନ୍ତ୍ରୀ, ଗାନ୍ଧୀ ମଣିଷ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ସ୍ମୃତିରେ ପ୍ରତିବର୍ଷ ଭଳି ଚଳିତବର୍ଷ ତାଙ୍କର ଜନ୍ମ ଶତବାର୍ଷିକ ଉତ୍ସବରେ ୨୦୨୬ ବର୍ଷ ପାଇଁ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ
ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିରର ୬୪ତମ ବାର୍ଷିକ ଉତ୍ସବ ପାଳିତ।
ଚିଲିକା, ୨୬।୬:ପ୍ରତିବର୍ଷ ପରି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସୁନାଖଳା ଠାରେ ଥିବା ଶ୍ରୀ ଅରବିନ୍ଦ ଜ୍ଞାନ ମନ୍ଦିରର ୬୪ ତମ ବାର୍ଷିକ ଉତ୍ସବ ୨୪ ଓ ୨୫ ତାରିଖ ଦୁଇଦିନ ଧରି ପାଳିତ ହୋଇଯାଇଅଛି ।
ଯୁବ କୁଲୁତା ସମାଜ ପକ୍ଷରୁ ୫ ୟୁନିଟ୍ ରକ୍ତ ସଂଗୃହୀତ
ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରି ମାନବିକତାର ପରିଚୟ ଦେଇଛନ୍ତି ଡଂଗାଘାଟ ଗ୍ରାମର ଯୁବକ ସୁମନ୍ତ କୁମାର ସାହୁ। ସୁମନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କ ଅନ୍ୟ ଦୁଇଜଣ ସାଙ୍ଗ ଦୁଷ୍ମନ୍ତ ସାହୁ ଓ ସୁଧୀର ମଲ୍ଲିକ ମଧ୍ୟ ସ୍ୱେଚ୍ଛାକୃତ ଭାବେ
ମଙ୍ଗରାଜପୁରରେ ନାଟକ ‘ଏ ମନ କାଶୀ ବୃନ୍ଦାବନ’ ମଞ୍ଚସ୍ଥ
ଚିଲିକା,୨୬ ।୬:ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ବାଣପୁର ବ୍ଲକ ମଙ୍ଗରାଜପୁର ଗ୍ରାମ ଠାରେ ଶ୍ରୀ ଶ୍ରୀ ଗତିଶ୍ୱର ଦେବ ନାଟ୍ୟ ସଂସଦ ଆନୁକୂଲ୍ୟରେ ସାମାଜିକ ନାଟକ 'ଏ ମନ କାଶୀ ବୃନ୍ଦାବନ ' ମଞ୍ଚସ୍ଥ ହୋଇଯାଇଅଛି। ଉକ୍ତ ନାଟକକୁ ଉଦ୍ଘାଟନ କରିଥିଲେ
ନଦୀକୁ ରଖନ୍ତୁ ସଫା, ନହେଲେ ଲାଗିବ ଦଫା (ଆଞ୍ଚଳିକ ବିକାଶ ପରିଷଦର ଚତୁର୍ଥ ଦୟା ସ୍ବଚ୍ଛତା କାର୍ଯ୍ୟକ୍ରମ)
ବାଲିଅନ୍ତା, ୨୫/୦୬ (ଗୋବର୍ଦ୍ଧନ ଦାସ) : ଦୟାନଦୀ ର ଇତିହାସ ଅତି ପ୍ରାଚୀନ ଓ ବିଶ୍ଵ ପରିଚିତ ତା'ର ମହାନତା । ଦୟାନଦୀ କୂଳରେ ଅବସ୍ତିତ ବିଶ୍ଵଶାନ୍ତି ସ୍ତୁପ ଧଉଳିଗିରି ଏହାର ମୂକ ସାକ୍ଷୀ। ରକ୍ତ ରଞ୍ଜିତ ଦୟାନଦୀ କୁ ଦେଖି
ଓଡ଼ିଆ ଭାଷା, କୃଷି, କୃଷକ ତଥା ସାଧାରଣଜନତା ପାଇଁ ସମର୍ପିତ ଥିଲେ ରାଜଶ୍ରୀ ନବକୃଷ୍ଣ ଚୌଧୁରୀ
ଭୁବନେଶ୍ୱର ତା 24/06/26 ପ୍ରାକ୍ତନ ମୁଖ୍ୟମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ, କୃଷି, କୃଷକ ତଥା ସାଧାରଣ ଜନତାଙ୍କ ପାଇଁ ସମର୍ପିତ ବ୍ୟକ୍ତିତ୍ୱ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ 42 ତମ ଶ୍ରାଦ୍ଧଦିବସ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳ ବିଧାନସଭା ପରିସରରେ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା
ଏଲପୀ ଜି ଗ୍ୟାସ ନେଉଥିବା ବୋଝଇ ଟ୍ୟାଙ୍କର ଭାରସାମ୍ୟ ହରାଇ ବାଉଣ୍ଡରିରେ ପିଟିଲା, ଅଳ୍ପେକ ବର୍ତିଲେ ଡ୍ରାଇଭର ଓ ହେଲ୍ପର,
ଧର୍ମଗଡ/୨୫/୬କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଖଲିଆକାନି ପଞ୍ଚାୟତ ସମ୍ମୁଖରେ ଭାରସାମ୍ୟ ହରାଇ ଏକ ଗ୍ୟାସ ବୋଝଇ ଟ୍ୟାଙ୍କର ରାସ୍ତା କଡ଼ରେ ଥିବା ବାଉଣ୍ଡେରୀ ରେ ପିଟି ହୋଇଯାଇଛି l ବିଳମ୍ବିତ ରାତିରେ ଏଲପିଜି ଗ୍ୟାସ ବୋଝଇ ଟ୍ରାଙ୍କର CGO7/CX7264 ଧର୍ମଗଡ଼
ମା’ ତାରିଣୀ ମହିଳା କମିଟିର ବୈଠକ
ଭୁବନ: ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ପାଣିର ଅସୁବିଧା କିପରି ଦୂର ହେବ ସେଥିପାଇଁ ଓଡ଼ିଶ ମା’ତାରିଣୀ ମହିଳା କମିଟି ଆଗକୁ ଅଂଟା ଭିଡିଛନ୍ତି। ନିଜ ଗ୍ରାମରେ ଥିବା ନାନା ସମସ୍ୟାର ସମାଧାନ ଲାଗି ଅଂଟା ଭିଡିଛି ମା’ ତାରିଣୀ
ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଉଦଯାପିତ
ବାଲିଅନ୍ତା୨୪/୦୬( ଗୋବର୍ଦ୍ଧନ ଦାସ):ରାଜ୍ୟ ସରକାରଙ୍କର ସଫଳତାର ଦ୍ବିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଲିଅନ୍ତା ବ୍ଲକ ପରିସରରେ ୫ ଦିନ ଧରି ଚାଲିଥିବା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା
ଧର୍ମଗଡ଼ ଉପଖଣ୍ଡ ଚିକତ୍ସାଳୟ ର ରକ୍ତ ଭଣ୍ଡାର ପୁନଃ କାର୍ଯ୍ୟକ୍ଷମ ପାଇଁ ଡିଫାଇନ କଳାହାଣ୍ଡି ତରଫରୁ ଦାବି ପତ୍ର ପ୍ରଦାନ
ଧର୍ମଗଡ଼ ୨୨/୬/କଳାହାଣ୍ଡି ଜିଲ୍ଲା ଧର୍ମଗଡ ଚିକିତ୍ସାଳୟ ରେ ଥିବା ରକ୍ତ ଭଣ୍ଡାର ଗତ କିଛି ଦିନ ପୂର୍ବରୁ ବନ୍ଦ ହୋଇଥିବା ଯୋଗୁଁ ରୋଗୀ ମାନେ ଆବଶ୍ୟକ ସମୟରେ ରକ୍ତ ନ ପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ଛତାଗୋଏରା
ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ତରଫରୁ ଗ୍ରୀଷ୍ମକାଳୀନ କର୍ମଶାଳାର ଉଦଯାପନୀ ସଂନ୍ଧ୍ୟା
ପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଗତ ମେ ମାସ ୧୫ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ (୧୧ଦିନ ଧରି) ଗ୍ରୀଷ୍ମକାଳୀନ କର୍ମଶାଳା ଆୟୋଜିତ ହୋଇଥିଲା। ଏହାର ଉଦଯାପନୀ ନ୍ଧ୍ୟା ବ୍ ସୁନ୍ଦର ଭାବରେ ଅନୁଷ୍ଠାନ ତରଫରୁ ପାଳନ କରାଯାଇଥିଲା ଏବଂ ସନ୍ଧ୍ୟାରେ
ପଦ୍ମଶ୍ରୀ ବିନୋଦ କାନୁନଗୋ ଥିଲେ ଓଡ଼ିଆ ଭାଷାପ୍ରାଣ
୩୬ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ପାଳିତଭୁବନେଶ୍ୱର, ୨୨.୬ : ଓଡ଼ିଆ ଭାଷା, ସାହିତ୍ୟର ସଂରକ୍ଷକ, ବିଶିଷ୍ଟ ଗାନ୍ଧିବାଦୀ, ସ୍ୱାଧୀନତା ସଂଗ୍ରାମୀ, ଜ୍ଞାନ ମଣ୍ଡଳର ପ୍ରତିଷ୍ଠାତା ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ୩୬ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ସୋମବାର ସନ୍ଧ୍ୟାରେ ବୁଦ୍ଧ ମନ୍ଦିର ସଭାଗୃହରେ
ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ଯୁବ ସମାବେଶ
ବାଲିଅନ୍ତା ୨୨/୦୬ (ଗୋବର୍ଦ୍ଧନ ଦାସ)ଓଡ଼ିଶା ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ ପରିସରରେ ଏକ ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ଯୁବ ସମାବେଶ ଆଜି ତା -୨୨.୦୬.୨୦୨୬ ରିଖରେ ଆୟୋଜିତ ହୋଇଅଛି |
ମହାନଦୀ ବଞ୍ଚାଓ ଆନ୍ଦୋଳନର ସାମ୍ବାଦିକ ସମ୍ମିଳନୀ
ଟ୍ରିବୁନାଲଙ୍କ ଗସ୍ତ ପାଇଁ ଅଢେଇ କୋଟି ସ୍ୱାହା, ଜବାବ ରଖନ୍ତୁ ମୁଖ୍ୟମନ୍ତ୍ରୀ : ମହାନଦୀ ବଞ୍ଚାଅ ଆନ୍ଦୋଳନ ଭୁବନେଶ୍ୱର ତା 22ରିଖ l ଗତ ଫେବୃଆରୀ - ମାର୍ଚ୍ଚ ମାସରେ ମହାନଦୀ ଟ୍ରିବୁନାଲଙ୍କ ପାରିବାରିକ ବିଳାସମୟ ଗସ୍ତରେ ଓଡିଶା ସରକାରଙ୍କ ତହବିଲରୁ
ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଅନ୍ତା,୨0|୬(ଗୋବର୍ଦ୍ଧନ ଦାସ):ଓଡିଶାରେ ଶାସକ ବିଜେପି ସରକାରଙ୍କ ୨ ବର୍ଷ ଫୁର୍ତ୍ତି ଅବସରରେ ବାଲିଅନ୍ତା ବ୍ଲକ ପଞ୍ଚାୟତ ସମିତି ପରିସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଶକ୍ତିକରଣ ଉତ୍ସବ ପାଳନ କରାଯାଇଛି । ଏଥିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅପରାଜିତା
Politics
ଜନଗଣନା କାର୍ଯ୍ୟକ୍ରମ ପାଇଁ ନିଯୁକ୍ତି ପତ୍ର ପ୍ରଦାନ
ବିଏମସିର ବେଆଇନ ୟୁଜରଫି ବିରୁଦ୍ଧରେ ବିଚାର ବିମର୍ଶ ସଭା
Entertainment
ଉଦ୍ୟୋଗୀଙ୍କ ନିଷ୍ଠା, ଏକାଗ୍ରତା ସମାଜପାଇଁ ଏକାନ୍ତ ଅପରିହାର୍ଯ୍ୟ