କହ୍ନେଇପୁର ଗ୍ରାମରେ ଅଗ୍ନିକାଣ୍ଡ, ଦୋକାନ ଘର ସମେତ ୪ ବଖରା ଭସ୍ମୀଭୂତ

ଚିଲିକା, ୧୯।୬: ବାଣପୁର ବ୍ଳକ ନାଚୁଣୀ ପଞ୍ଚାୟତ ଅଧୀନ ସୁନାଖଳା ନିକଟସ୍ଥ କହ୍ନେଇପୁର ଗ୍ରାମ ରେ ଗତକାଲି ରାତି ପ୍ରାୟ ୨/୩ ଟା ସମୟରେ ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ ଗ୍ରାମର ୨ ଟି ପରିବାରର ମୋଟ ଚାରି ବଖରା ଭସ୍ମୀଭୂତ ହୋଇଯାଇଛି। ସୂଚନାଯୋଗ୍ୟ ଏହି ଅଗ୍ନିକାଣ୍ଡରେ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ମୁଦୁଲିଙ୍କ ଚାଳ ୨ ବଖରା ମଧ୍ୟରୁ ଏକ ଦୋକାନ ଘର ଯେଉଁ ଥିରେ ଇଲେକ୍ଟ୍ରୋନିକସ ସାମାନ ଓ ଯନ୍ତ୍ରାଂଶ, ତଥା ଇଲେକ୍ଟ୍ରିକାଲ ସ୍କୁଟି, ଏକ ମୋବାଇଲ, ଓ ଅନ୍ୟାନ୍ୟ ଆସବାବପତ୍ର ପୋଡ଼ିଯାଇଥିବା ବେଳେ ଅନ୍ୟ ଏକ ଘରର ଆସବାବପତ୍ର ପୋଡ଼ିଯାଇଥିବା ପ୍ରକାଶ। ସେହିପରି ପଡୋଶୀ କେଦାର ମୁଦୁଲିଙ୍କ ୨ ବଖରା ଘର ( ଏକ ଚାଳ ଓ ଅନ୍ୟ ଟି ଆଜବେଷ୍ଟସ ଘର, ଘରର କିଛି ନଗଦ ଟଙ୍କା, ଆସବାବପତ୍ର ପୋଡ଼ିଯାଇଥିବା ପ୍ରକାଶ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିଥିଲେ ମଧ୍ୟ ନିକଟରେ ଥିବା ବିଜୁଳି ଖଣ୍ଟିରୁ ସଟ୍ ସର୍କିଟ ଯୋଗୁଁ ଏହି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ଖବରପାଇ ଚିଲିକା ବ୍ଲକର ଗଙ୍ଗାଧର ପୁର ଅଗ୍ନୀଶମ ବିଭାଗର ଦମକଳ ଆସି ନିଆଁ କୁ ଆୟତ କରିଥିଲା। ଅଗ୍ନିବିପନ୍ନ ଏହି ୨ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।
ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page