ଆଦର୍ଶ ପ୍ରଧାନଶିକ୍ଷୟିତ୍ରୀଙ୍କ ଅବସର ସମ୍ବର୍ଦ୍ଧନା ସମାରୋହ

ଚିଲିକା,୩।୭: ବୋଲଗଡ଼ ଗୋଷ୍ଠୀ ଶିକ୍ଷା ମଣ୍ଡଳ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ମଣ୍ଡଳ ସିଂହ ପରିସରରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବ୍ରଜବନ୍ଧୁ ରାଉତଙ୍କ ସଭାପତିତ୍ବରେ ଗତ ଜୁନ୍ ମାସ ୩୦ତାରିଖ ରେ ଅବସର ଗ୍ରହଣ କରିଥିବା ଆଦର୍ଶ ପ୍ରଧାନଶିକ୍ଷୟିତ୍ରୀ ସୁମିତ୍ରା ଦେଈ ଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ଫାସିଓଦା ଗ୍ରାମ ପଞ୍ଚାୟତର ସରପଞ୍ଚ ପୁଷ୍ପଲତା ଭଟ୍ଟ,ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରଞ୍ଜନ ନାୟକ, ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷା ତଥା ବୋଲଗଡ଼ ଶୈକ୍ଷିକ ଉନ୍ନୟନ ପରିଷଦ ର ଉପଦେଷ୍ଟା ପଦ୍ମଚରଣ ବେହେରା, ପ୍ରଧାନଶିକ୍ଷକ ଭିକାରୀ ପୁଷ୍ଟି, ଶିକ୍ଷକ ସୁକାନ୍ତ କୁମାର ଜେନା, ବରିଷ୍ଠ ସାମ୍ବାଦିକ କାଶୀନାଥ ହୋତା,ପ୍ରାକ୍ତନ ପ୍ରଧାନ ଶିକ୍ଷକ ବାସୁଦେବ ବେହେରା, ପ୍ରଫୁଲ୍ଲ କୁମାର ମହାପାତ୍ର, ବାନାମ୍ବର ଷଡ଼ଙ୍ଗୀ,

,ଭୀମପଡାସାଧନ କେନ୍ଦ୍ର ସଂଯୋଜକ ମହମ୍ମଦ ମୁସ୍ତାକ ଅଲ୍ଲୀ, ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ଭଗବାନ ରାଉତରାୟ, ପ୍ରାଥମିକ ଶିକ୍ଷକ ସଂଘ,ବୋଲଗଡ଼ର ସଭାପତି ମଳୟ କୁମାର ପଣ୍ଡା, ସମ୍ପାଦକ ଅପର୍ତି ଅଟ୍ଟ, ପ୍ରାକ୍ତନ ସରପଞ୍ଚ ବ୍ରଜକିଶୋର ପାତ୍ର, ଶିକ୍ଷକ ନେତା ଶୈଲେନ ପଟ୍ଟନାୟକ ଓ ପ୍ରଫୁଲ୍ଲ କୁମାର ସିଂହ, ରଘୁନାଥ ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସାହୁ ଯୋଗଦାନ କରିଥିଲେ। ଅତିଥିଗଣ ଏବଂ ମଣ୍ଡଳ ସିଂହ ଗ୍ରାମର ଗ୍ରାମବାସୀବୃନ୍ଦ ବିଦାୟୀ ଗୁରୁ ମାଆ ଙ୍କର ଗୁଣ ବର୍ଣ୍ଣନା କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ଏକ ଆଶୁ କବି ହିସାବରେ ଅବସର ଗ୍ରହଣ କରିଥିବା ଶିକ୍ଷୟିତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ବରଚିତ କବିତାଗାର୍ଘ୍ୟ ଗାନ କରିଥିଲେ।

ବୋଲଗଡ଼ ବ୍ଳକ ର ସମସ୍ତ ସାଧନ କେନ୍ଦ୍ର ସଂଯୋଜକ, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପ ଲତା ଦେବୀ, ହରପ୍ରିୟା ଦେଇ, ଶିକ୍ଷକ ନିରଞ୍ଜନ ତ୍ରିପାଠୀ,ଯୋଗଦାନ କରିଥିଲେ। ଶିକ୍ଷକ ମନମୋହନ କହଲସି°ହ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ ଏବଂ ଶିକ୍ଷକ ତ୍ରିନାଥ ଜେନା, ଜନ୍ମେଜୟ ମାଝୀ, କୃଷ୍ଣ ଚନ୍ଦ୍ର ମହାପାତ୍ର,ସ୍ନେହଲତା ମାଝୀ ପ୍ରମୁଖ ସହଯୋଗ କରିଥିଲେ। ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page