ପୁନର୍ବାର ତ୍ରୁଟି ପିଲାଙ୍କୁ ମୂର୍ଖ କରିବାକୁ ଷଡଯନ୍ତ୍ର ! ଭୁଲ ବହି ପ୍ରତ୍ୟାହାର ନହେଲେ ଆସନ୍ତା 17 ତାରିଖରୁ ଓଡିଶା ଅଭିଭାବକ ମହାସଂଘର ଆମରଣ ଅନଶନ

ଭୁବନେଶ୍ୱର ତା 4 ରିଖ l ସତେ ଯେମିତି ପିଲାଙ୍କ ପାଠ ପଢା ପାଇଁ ସରକାରଙ୍କ ଧ୍ୟାନ ହିଁ ନାହିଁ l ପ୍ରଥମ ଶ୍ରେଣୀ ବହିରେ ପୁଣି ମହାତ୍ରୁଟି l ବର୍ଣମାଳାରେ ସ୍ୱର ବର୍ଣ ଓ ବ୍ୟଞ୍ଜନ ବର୍ଣକୁ ନେଇ ଘୋର ଅସଂଗତି l ବନାନ ଅଶୁଦ୍ଧି, ଜାତୀୟ ସଂଗୀତକୁ ନେଇ ଭୁଲ ତଥ୍ୟ, ଏପରି ଅନେକ ଅକ୍ଷମଣୀୟ ତ୍ରୁଟି l ପିଲାଙ୍କ ଭବିଷ୍ୟତ ପାଇଁ ଯିଦି ଛାଡି ପୁରୁଣା ବହିରେ ପାଠ ପଢlନ୍ତୁ, ଆସନ୍ତା ବର୍ଷ ଯଥେଷ୍ଟ ସମୟ ନେଇ ନିର୍ଭୁଲ ବହି ପାଇଁ ସମ୍ପୂର୍ଣ ଯତ୍ନବାନ ହୋଇ ସବୁ ନିୟମ ଆଧାରରେ ଅଭିଜ୍ଞ ଓ ବିଶେଷଜ୍ଞକୁ ନେଇ ପୁସ୍ତକ ପ୍ରସ୍ତୁତ କରନ୍ତୁ ବୋଲି ଓଡିଶା ଅଭିଭାବକ ମହାସଂଘ ଆରମ୍ଭରୁ କହି ଆସିଛି l ସରକାର ସେଥିରେ ଆଦୌ ଧ୍ୟାନ ନଦେଇ ଜିଦରେ ଅଟଳ ରହିବା ଏବଂ ତରବରିଆ ଭାବେ ବହି ପ୍ରସ୍ତୁତ କରି ପୁଣି ଭୁଲ ବହି ଯୋଗାଇବା ବାସ୍ତବିକ ପିଲାଙ୍କୁ ମୂର୍ଖ କରିବାକୁ ଆଉ ଏକ ଷଡଯନ୍ତ୍ର ବୋଲି ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ ଏକ ପ୍ରେସ ବାର୍ତାରେ କହିଛନ୍ତି l ମୁଖ୍ୟମନ୍ତ୍ରୀ ପ୍ରତ୍ୟାହାର ପାଇଁ ଘୋଷଣା କରିବା ପରେ ବିଭାଗ ଏହାକୁ ପାଳନ ନ କରିବାରୁ ଗତ 31.07.2026 ଠାରୁ 1.08.2026 ପଯ୍ୟନ୍ତ ଆମରଣଅନଶନ କରିବାପରେ ଭାରତର ରାଷ୍ଟ୍ରପତି ଆସିବାକୁ ଥିବାରୁ ପୋଲିସ ର ଅନୁରୋଧ କ୍ରମେ ସ୍ଥଗିତ ରଖିଥିଲୁ I ଯଦି ଆସନ୍ତା 16 ତାରିଖ ସୁଦ୍ଧା ବହି ପ୍ରତ୍ୟାହାର ନ ହୁଏ ତେବେ ଆମେ ପୁଣି 17ରୁ ଆମରଣ ଅନଶନ କରିବୁ ବୋଲି ଓଡିଶା ଅଭିଭାବକ ମହାସଂଘ ନିଷ୍ପତି ନେଇଛି l ଏହି ଅନଶନରେ ସମର୍ଥନ ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ବିଜୁ ଜନତା ଦଳ ବରିଷ୍ଟ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସିପିଆଇଏମ, ସିପିଆଇ, ସିପିଆଇ ଏମ ଏଲ, ଆମ ଆଦମୀ ପାର୍ଟି, ଜନତା କଂଗ୍ରେସ ସହ ସବୁ ଛାତ୍ର ନେତାଙ୍କୁ ନିମନ୍ତ୍ରଣ କରାଯାଇଛି l
ପ୍ରଥମ କଥା ହେଲା ଏବର୍ଷ ଆଉ ସମୟ ନଥିବାରୁ ପିଲାଙ୍କ ପାଠ ପଢା ବ୍ୟାଘାତ ନକରି ପୁରୁଣା ବହିରେ ପାଠ ପଢlନ୍ତୁ ବୋଲି ଓଡିଶା ଅଭିଭାବକ ମହାସଂଘ ବହୁବାର କହିଛି l ତରବରିଆ ଭାବେ ପୁଣି ବହି ପ୍ରସ୍ତୁତ କଲେ ପୁନର୍ବାର ତ୍ରୁଟି ହୋଇ ପାରେ ବୋଲି ଓଡିଶା ଅଭିଭାବକ ମହାସଂଘର ବହୁ ପୂର୍ବରୁ ସଂଶୟ ଥିଲା ବୋଲି କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି l ଶେଷରେ ତାହାହିଁ ହେଲା l ତେଣୁ ଜାତୀୟ ଶିକ୍ଷା ନୀତି ଆଧାରରେ ପୁସ୍ତକ ପ୍ରଚଳନ ପାଇଁ ସରକାର ଜିଦ୍ଦି ଛାଡି ବହି ଫେରେଇବାକୁ ଦୃଢ଼ ଦାବି କରାଯାଉଛି l ଷ୍ଟିୟରିଙ୍ଗ କମିଟି ସଭାପତି ଓ ସଭ୍ୟ ସଭ୍ୟା ବୃନ୍ଦ ଯଥା ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଶିକ୍ଷାବିତ ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ଶିକ୍ଷାବିତ୍, ଶ୍ରୀମତୀ ସୁମିତ୍ରା ପଟେଲ, ପୂର୍ବତନ ଆଇ ଏ ଏସ ଶ୍ରୀ ଅରବିନ୍ଦ ବେହେରା, ସାମାଜିକ କର୍ମୀ ଶ୍ରୀ ଦେବୀ ପ୍ରସାଦ ପୃଷ୍ଟି, ଶ୍ରୀ ପ୍ରଫୁଲ୍ଲ ସାମନ୍ତରାୟ, ଶ୍ରୀ ରବି ଦାସ, ବରିଷ୍ଠ ସାମ୍ବାଦିକ, ଓଡିଶା ନାଗରିକ ସମାଜ ସଭାପତି ଇଂ ଲଲିତ ମୋହନ ପଟ୍ଟନାୟକ, ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ଶ୍ରୀ ସୁଦର୍ଶନ ଦାସ, ଏନ ଏଚ ଆର ସି କୋର ମେମ୍ବର ଶ୍ରୀ ମନୋଜ ଜେନା, ଶିକ୍ଷକ ନେତା ଶ୍ରୀ ଅମୀୟ ମହାନ୍ତି, ବରିଷ୍ଠ ସାମ୍ବାଦିକ ଶ୍ରୀ ସନ୍ଦୀପ ମିଶ୍ର, ଶ୍ରୀ ଗିରିଜା ଦାଶ, ବିଶିଷ୍ଟ ସୂଚନା ଅଧିକାର କର୍ମୀ ଶ୍ରୀ ପ୍ରଦୀପ ପ୍ରଧାନ, ଅଭିଭାବକ ସଙ୍ଘ ନେତା ଶ୍ରୀପ୍ରଦିପ୍ତ ନାୟକ,ଶ୍ରୀ ଅଶୋକ ପାଇକରାୟ, ବିଶିଷ୍ଟ କର୍ମଚାରୀ ନେତା ଶ୍ରୀ ପ୍ରଭାତ ମହାନ୍ତିଙ୍କୁ ନିବେଦନ କରାଯାଇଛି lବୋଲି ଓଡିଶା ଅଭିଭାବକ ମହାସଂଘ କାର୍ଯ୍ୟକାରୀ ସଭାପତି , ସତ୍ୟବ୍ରତ ପରିଜା, ମହାସଚିବ ଅଶୋକ ପାଇକରାୟ, ସାଧାରଣ ସମ୍ପାଦକ ସତ୍ୟଜିତ ଦାଶ, ସୂର୍ଯ୍ୟନାରାୟଣ ଜେନା, ଭୁବନେଶ୍ୱର ସଭାପତି ପଦ୍ମଚରଣ ସାହୁ, ସଂଘଠନ ସମ୍ପାଦକ ପ୍ରକାଶ ମିଶ୍ର, ବିବେକାନନ୍ଦ ବିଶ୍ୱାଳ ଏକ ପ୍ରେସ ବାର୍ତାରେ କହିଛନ୍ତି I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page