୨୦୦୫ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଭଦ୍ରକ: ଧାମନଗର ବ୍ଲକ ଅନ୍ତର୍ଗତ ଏସ.ଏ.ଜେ ହାଇସ୍କୁଲ ଦୋବଲ ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୫ ମସିହା ବ୍ୟାଚର ବନ୍ଧୁ ମିଳନ ସ୍ଥାନୀୟ ମଠବାଡି ଠାରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ବ୍ୟାଚର ପିଲାମାନେ ବନ୍ଧୁ ମିଳନ କରିଥିଲେ। ପିଲାମାନେ ଅତୀତ ସ୍କୁଲ ଜୀବନର ସ୍ମୁତି କୁ ମନେପକାଇ ଭାବ ବିହ୍ୱଳ ହୋଇଥିଲେ। ପିଲାମାନେ ଫେରିଆସନ୍ତା କି ପିଲାଦିନ ଏକ ଶୀର୍ଷକ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀ ମାନେ ସ୍କୁଲ ଜୀବନର ଅନୁଭୂତିକୁ ବଖାଣି ଥିଲେ। ସ୍କୁଲ ଜୀବନର କିପରି ରୋମାଞ୍ଚକର ଓ ସ୍ମୁତି ମଧୁର ଥିଲା ତାହା ଆଲୋଚନା କରିଥିଲେ। ଅପରାହ୍ନ ରେ ଭୋଜନର ବ୍ୟବସ୍ଥା କରାଯାଇଥିଲା।ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page