ଚିଲିକା, ୧୨।୯: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ ଅନ୍ତର୍ଗତ କୁହୁଡିସ୍ଥ ଆଡିପଡ଼ା ଆଦର୍ଶ ବିଦ୍ୟାଳୟର ଦ୍ଵାଦଶ ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଅଛି । ବିଦ୍ୟାଳୟର ଅଧ୍ୟକ୍ଷା ଭାଲେଣ୍ଟିନା ନାହାକଙ୍କ ପୌରୋହିତରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସଭାର ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ଧୂପପୁଷ୍ପ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ବାର୍ଷିକ ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ । ଉକ୍ତ ଦ୍ବାଦଶ ବାର୍ଷିକ ଉତ୍ସବ ସଭାରେ ମୁଖ୍ୟ ଅତିଥି ଭାବେ ଟାଙ୍ଗୀ ବ୍ଳକ ଅଧକ୍ଷା ରିଶ୍ମା ମାନଧାତା ଓ ଟାଙ୍ଗୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଦସ୍ୟ ବିଜୟ କୁମାର ଜେନା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବଉଳାବନ୍ଧ ନୀଳକଣ୍ଠ ହାଇସ୍କୁଲର ପ୍ରତିଷ୍ଠାତା ଡାକ୍ତର ମଧୁସୂଦନ ସେନାପତି, କୁହୁଡି ସରପଞ୍ଚ ଶ୍ରୀମତୀ କାଦମ୍ବିନୀ ବେହେରା ଓ କୁହୁଡି ଜନତା ମହାବିଦ୍ୟାଳୟର ପ୍ରାଣୀ ବିଭାଗ ଅଧ୍ୟାପକ ଗଙ୍ଗାଧର ଦାଶ ପ୍ରମୁଖ ଯୋଗ

ଦେଇ ଛାତ୍ରଛାତ୍ରୀମାନେ ନିଜର ଅଧ୍ୟବ୍ୟସାୟ ବଳରେ ସମାଜରେ ନିଜ ଗୋଡ଼ରେ ଛିଡା ହେବା ସହ ଦେଶ ମାତୃକାର ସେବାକରି ନିଜ ନାମକୁ ସାର୍ଥକତା କରିବା ପାଇଁ ଉପଦେଶ ଦେଇଥିଲେ। ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ । ଏଥିରେ ବିଦ୍ୟାଳୟରେ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ଅବିଭାବକ ମାନେ ଯୋଗ ଦେଇଥିଲେ । ବିଦ୍ୟାଳୟର ପୂର୍ବତନ ଭାର ପ୍ରାପ୍ତ ଅଧ୍ୟକ୍ଷ ଶୁୟୁନାଥ ନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା। ପରିଶେଷରେ ଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି