ଚିଲିକା, ୧୨।୯:ଚିଲିକା ବ୍ଲକ ଅନ୍ତର୍ଗତ ପି.ଏମ୍.ଶ୍ରୀ. ପଞ୍ଚପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଙ୍କୁଲାଚ଼ଟି ଠାରେ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଆନୁକୂଲ୍ୟରେ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଅଛି। ତାଲିମ ଶିବିରକୁ ଚିଲିକା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ବାରିକାନାଥ ବେହେରା ଶ୍ରୀଗଣେଶଙ୍କ ଫଟୋ ଚିତ୍ରରେ ଧୂପପୁଷ୍ପ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ। ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜାନକୀ ଦେଈ, ଗଗନ ବିହାରୀ ବେହେରା,ବିଜୟ କୁମାର ବେହେରା, ରେଣୁବାଳା ମହାନ୍ତି, ନର୍ମଦା ମଲ୍ଲିକ, ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭୟ ମହାରଣା ଉପସ୍ଥିତ ରହିଥିଲେ। ଚକ୍ଷୁ ଚିକିତ୍ସା ଅଧିକାରୀ ବିଜୟ କୁମାର ବେହେରା ତାଲିମ ପ୍ରଦାନ କରିଥିଲେ। ବି .ଇ.ଓ ସମସ୍ତ ପିଲାମାନଙ୍କର ଚକ୍ଷୁ ଚିକିତ୍ସା କରାଇ ସରକାରୀ ସ୍ତରରେ ମିଳୁଥିବା ଚଷମା ଯୋଗାଇ ଦେବାର ବ୍ୟବସ୍ଥା କରାଇବାର ଦାୟିତ୍ଵ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଚିଲିକା ବ୍ଲକର ସମସ୍ତ ସି.ଆର୍.ସି.ସି,ବି.ଆର୍. ସି ଓ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ପରିଶେଷରେ ସି ଆର୍.ସି କୁଳମଣି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି