ସୀଏଚଏସଏଇ ​ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗୀରକୁ 5 ପଦକ

ସୁବର୍ଣ୍ଣପୁର ଜିଲ୍ଲା ସିଣ୍ଡୋଲ ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସୀଏଚଏସଏଇ ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ବଲାଙ୍ଗୀର ଜିଲ୍ଲା ଟାଇକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ତଥା ପ୍ରତିଷ୍ଠିତ କୋଚ୍ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଯାଇଥିବା ୬ ଜଣିଆ ଛାତ୍ରଛାତ୍ରୀଙ୍କ ଦଳ ଏହି ସଫଳତା ହାସଲ କରିଛି। ଏଥିରେ ବାଳିକା ବିଭାଗରେ ​କ୍ରୀଷ୍ଣା ମେହେର ୪୪-୪୬ କିଗ୍ରା ଓଜନ ଖିରୋଗୀ ବିଭାଗରେ ସ୍ୱର୍ଣ୍ଣ ପଦକ, ​ଅଭୀପ୍ସା ସାହୁ ୫୨-୫୫ କେଜିରେ ରୌପ୍ୟ ପଦକ, ​ସରିତା ନାୟକ -୪୦ କେଜିରେ ବ୍ରୋଞ୍ଜ ପଦକ, ​ମଧୁସ୍ମିତା ମିଶ୍ର ୪୬-୪୯ କେଜିରେ ବ୍ରୋଞ୍ଜ ପଦକ ଓ ଜଗନ୍ନାଥ ମେହେର ୫୧-୫୫ କେଜି ବାଳକ ଖିରୋଗୀ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି l ଏହୀ ପ୍ରତିଯୋଗିତା ପାଇଁ ସରକାରୀ ବଲାଙ୍ଗୀର କଲେଜ ପକ୍ଷରୁ ଅସୀମ ଭୋଇଙ୍କୁ କୋଚ୍ ଭାବରେ ମନୋନୀତ କରା ଯାଇଥିବା କଲେଜ ତରଫରୁ ସୁଚନା ଦିଆଯାଇଛି l ଏହି ପ୍ରତିଯୋଗିତା ପାଇଁ ବଲାଙ୍ଗୀର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କୋଚ୍ ଅସୀମ ଭୋଇ ବିନା ମୂଲ୍ୟରେ ନିଃସ୍ୱାର୍ଥପର ଭାବରେ ଟାଇକୋଣ୍ଡୋ ପ୍ରଶିକ୍ଷଣ ପ୍ରଦାନ କରିଥିବା ଛାତ୍ରଛାତ୍ରୀ ତଥା ଅଧ୍ୟାପକ ମାନେ ପ୍ରକାଶ କରିଛନ୍ତି l କୋଚ୍‌ ଶ୍ରୀ ଭୋଇଙ୍କ ଏପରି ନିଃସ୍ୱାର୍ଥପର ସେବା ଓ ଉତ୍ସର୍ଗୀକୃତ ଭାବନାକୁ କଲେଜ ଅଧ୍ୟକ୍ଷ ଡ କୌତୁକ କନ୍ଦରl ଭୂୟସୀ ପ୍ରଶଂସା କରିଛନ୍ତି। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା କ୍ରୀଷ୍ଣା ମେହେର ଆଗାମୀ ନଭେମ୍ବରରେ ରାଞ୍ଚି ଠାରେ ହେବାକୁ ଥିବା ସୀଏଚଏସଇ (ଏସଜୀଏଫଆଈ ) ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି କଲେଜ ପକ୍ଷରୁ ସୂଚନା ଦିଆଯାଇଛି l ଛାତ୍ରଛାତ୍ରୀମାନଙ୍କ ଏହି ଗୌରବଜନକ ସଫଳତା ଏବଂ କୋଚ୍‌ଙ୍କ ନିଃସ୍ୱାର୍ଥପର ପ୍ରୟାସ ପାଇଁ ବଲାଙ୍ଗୀର କଲେଜର ସମସ୍ତ ଅଧ୍ୟାପକ, କ୍ରିଡାପ୍ରେମୀ ଏବଂ ଜିଲ୍ଲାବାସୀ ଅତ୍ୟନ୍ତ ଖୁସି ପ୍ରକାଶ କରିବା ସହ ସମସ୍ତ ବିଜେତା ଏବଂ କୋଚ୍ ଶ୍ରୀ ଭୋଇଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page