କେଉଁଝର /ହାଟଡ଼ିହି ତା 28/10/26 କେଉଁଝର ଜିଲ୍ଲା ପଞ୍ଚୁଗୋଛିଆ ଗ୍ରାମ ପଞ୍ଚାୟତର ଯଶୋବନ୍ତପୁର ଗ୍ରାମ ବାସିନ୍ଦା ଶିବ ସୁନ୍ଦର ଜେନା ଘାତକ କର୍କଟ ରୋଗରେ ପୀଡିତ l ଘରେ ସ୍ତ୍ରୀ ଓ଼ ଦୁଇଝିଅଙ୍କ ସହିତ ହସ ଖୁସିର ଜୀବନ ଚାଲିଥିବା ବେଳେ ହଠାତ ଶିବ ସୁନ୍ଦରଙ୍କ ସଂସାରରେ ମାଡି ଆସିଛି ଘନ ଅନ୍ଧକାର l ଶିବ ସୁନ୍ଦର ବାପା ମାଙ୍କୁ ହରାଇ ସାରିଛନ୍ତି l ଘରର ଏକୁଟିଆ ରୋଜଗାରିଆ ମଣିଷଟା ଏବେ ଜୀବନ ସହିତ ସଂଘର୍ଷ କରୁଛନ୍ତି l ଆର୍ଥିକ ସମ୍ବଳ ଅତ୍ୟଧିକ ଖରାପ l ବିଭିନ୍ନ ସଂସ୍ଥାମାନଙ୍କରେ ରୋଷେୟା ଭାବେ କାର୍ଯ୍ୟ କରି ପରିବାର ପୋଷଣ କରୁଥିଲେ ଯାହା କିଛି ସମ୍ବଳ ଯୋଗାଡ଼ କରି ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ l

ସରକାରଙ୍କ ମାଗଣା ଚିକିତ୍ସା କାର୍ଡରୁ ସମସ୍ତ ରାଶି ସରିଯିବା ପରେ ଏବେ ଚିନ୍ତାରେ ପରିବାର l ସମ୍ପୂର୍ଣ୍ଣ ରୂପେ ପରିବାର ଭାଙ୍ଗି ପଡିବା ସହିତ ସରକାର, ବଦାନ୍ୟ ବ୍ୟକ୍ତି ଓ ବିଭିନ୍ନ ସଂଗଠନ ବ୍ୟକ୍ତି ବିଶେଷଙ୍କୁ ସହାୟତାର ଆକୁଳ ନିବେଦନ କରିଛନ୍ତି l ଏତେ ବଡ଼ ରୋଗକୁ କିପରି ସାମ୍ନା କରିବେ ସେଥିପାଇଁ ପୁରା ପରିବାର ଚିନ୍ତାରେ l ଶିବ ସୁନ୍ଦରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆଖିରେ ଦେଖିଲେ ବିଶ୍ୱାସ କରି ହେବନି ଯେ କର୍କଟ ଏତେ ସାଙ୍ଘାତିକ l ଦିନକୁ ଦିନ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡୁଥିବା ବେଳେ ଏବେ ଆର୍ଥିକ ଅନଟନ ବାଧକ ସାଜିଛି ତାଙ୍କ ଚିକିତ୍ସାରେ l ସରକାରଙ୍କୁ ନିବେଦନ ସହିତ ସହୃଦୟ ବ୍ୟକ୍ତି ତାଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇବାକୁ ପରିବାର ପକ୍ଷରୁ ଝିଅ ବର୍ଷାରାଣୀ ଜେନା ଅନୁରୋଧ କରିବା ସହ ଫୋନ ପେ ନମ୍ବର 9692438931 ବର୍ଷାରାଣୀ ଦାସ ଓ ସ୍କାନର ରେ ଅର୍ଥରାଶି ସହଯୋଗ ପାଇଁ ଅନୁରୋଧ କରିଛନ୍ତି
lରିପୋର୍ଟ -ସଞ୍ଜୟ ପଣ୍ଡା